ଛାଡପତ୍ର କନଫର୍ମ! ବଚ୍ଚନ ସରନେମ୍‌ ହଟାଇଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ନିକଟରେ ଦୁନିଆର ବହୁ ପ୍ରସିଦ୍ଧ ମହିଳା ସେଲିବ୍ରିଟିଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍‌ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ ଐଶ୍ୱର୍ଯ୍ୟାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। କିନ୍ତୁ ଏହି ସମସ୍ତ ଭିଡିଓ ମଧ୍ୟରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେହି ଭିଡିଓ ହେଉଛି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପରିଚୟ ବା ଇଣ୍ଟ୍ରୋଡକଶନ୍‌ ପ୍ରଦାନ କରୁଥିବା ଭିଡିଓ। ଏହି ଭିଡିଓରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବଦଳରେ ଏହି କେବଳ ଅନ୍ତର୍ଜାତୀୟ ତାରକା ଐଶ୍ୱର୍ଯ୍ୟା ରାୟ ଲେଖାଯାଇଛି। ଏହି ଭିଡିଓ ଏହି ସମୟରେ ଭାଇରାଲ ହୋଇଛି ଯେତେବେଳେ ଐଶ୍ୱ-ଅଭିଙ୍କର ଛାଡପତ୍ର ଚର୍ଚ୍ଚା ଜୋର ଧରିଛି। ଏଶ୍ୱଙ୍କ ସରନେମ୍‌ ହଟାଇବା ଘଟଣାକୁ ନେଇ ସମସ୍ତେ ତାଜୁବ ହୋଇଯାଇଛନ୍ତି।

କହିରଖୁଛୁ କି, ୧୭ ବର୍ଷ ପୂର୍ବେ ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ପରେ ଐଶ୍ୱର୍ଯ୍ୟା ରାୟ ଅଭିଷେକଙ୍କ ସରନେମ୍‌, ତାଙ୍କ ନାମରେ ଯୋଡିଥିଲେ। ଏବଂ ସେବେଠାରୁ ସେ ସାରା ବିଶ୍ୱରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାବେ ପରିଚିତ ହୋଇଥିଲେ। ଏପରିକି ସୋସିଆଲ ମିଡିଆ ଆକାଉଣ୍ଟରେ ଐଶ୍ୱର୍ଯ୍ୟା ତାଙ୍କ ନାମ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଲେଖିଛନ୍ତି। ଏହି କାରଣରୁ ଦୁବାଇରୁ ଏହି ଭିଡିଓରେ ‘ବଚ୍ଚନ’ ନାମ ହଟାଇବା ସମସ୍ତଙ୍କୁ ଚକିତ କରିଛି। ଏବେ ଏହା କେବଳ ଏକ ଭୁଲ ଥିଲା କି ଏକ ସୁଚିନ୍ତିତ ନିଷ୍ପତ୍ତି ଏପର୍ଯ୍ୟନ୍ତ ଜଣାପଡିନାହିଁ।

ଗତ କିଛି ମାସ ଧରି ଐଶ୍ୱ ଏବଂ ଅଭିଷେକ ବଚ୍ଚନଙ୍କ ସମ୍ପର୍କକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଉଛି ଯେ ସେମାନଙ୍କ ମଧ୍ୟରେ କିଛି ବି ଠିକ୍‌ ନାହିଁ। ଆଉ ଏହି ସମ୍ପର୍କ ଛାଡପତ୍ରରେ ପହଞ୍ଚିଛି। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଖବରକୁ ବଚ୍ଚନ ପରିବାର ଅଣଦେଖା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri