Posted inଖେଳ

ଡିଭାଇନ୍‌ ନ୍ୟୁଜିଲାଣ୍ଡ ଅଧିନାୟିକା

ଓ୍ବେଲିଂଟନ,୯।୭(ପି.ଟି.): ଅଲରାଉଣ୍ଡର ସୋଫି ଡିଭାଇନ୍‌ ନ୍ୟୁଜିଲାଣ୍ଡ ମହିଳା ଦଳର ଫୁଲ୍‌ ଟାଇମ୍‌ ଅଧିନାୟକ ଭାବେ ନିଯୁକ୍ତି ପାଇବେ। ଆମି ସାଟରଥଓ୍ବେଟ୍‌ଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ଗୁରୁ ଦାୟିତ୍ୱ ସମ୍ଭାଳିବେ। ମା’ ହେବା ପାଇଁ ଛୁଟି ରେ ଥିବା ଆମି ପ୍ରତ୍ୟାବର୍ତ୍ତନ କରିବା ପରେ ଉପ- ଅଧିନାୟକ ତୁଲାଇବେ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ତରଫରୁ ସୂଚନା ଦିଆଯାଇଛି। ଗତ ସେସନ୍‌ରେ ଡିଭାଇନ୍‌ ମଧ୍ୟବର୍ତ୍ତୀକାଳୀନ ଅଧିନାୟିକା ଭାବେ ଦାୟିତ୍ୱ ନେଇ ବେଶ୍‌ ସଫଳତା ହାସଲ କରିଥିଲେ। ତାଙ୍କ ଦୃଢ ନେତୃତ୍ୱ ନେବାର କଳାରେ ପ୍ରଭାବିତ ହୋଇ ନ୍ୟୁଜିଲାଣ୍ଡ କ୍ରିକେଟ ତାଙ୍କ ଫୁଲ୍‌ଟାଇମ୍‌ ଅଧିନାୟିକା ନିଯୁକ୍ତ କରିଛି।
୩୦ ବର୍ଷୀୟା ଡିଭାଇନ୍‌ ୧୦୫ ଦିନିକିଆ, ୯୧ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିଛନ୍ତି ଓ ଦୁଇଟି ଯାକ ଫର୍ମାଟ୍‌ରେ ୪୯୫୪ ରନ ସଂଗ୍ରହ କରିବା ସହ ୧୫୮ଟି ଉଇକେଟ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ଆସନ୍ତବର୍ଷ ନ୍ୟୁଜିଲାଣ୍ଡରେ ଆୟୋଜନ ହେବ। ଏହାକୁ ଦୃଷ୍ଟିରେ ରଖି ଡିଭାଇନ୍‌ଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି। ନେତୃତ୍ୱ ପ୍ରଦାନ କରାଯାଇଥିବାରୁ ଡିଭାଇନ୍‌ ଖୁସି ଜାହିର କରିଛନ୍ତି। ଏହା ମୋ ପାଇଁ ଗର୍ବ ଓ ଗୌରବର ବିଷୟ। ତେବେ ଏହା ଏକ ବଡ଼ ଚ୍ୟାଲେଞ୍ଜ୍‌ । ଏବେ ଦଳ, ଆମ କ୍ରିକେଟ ଓ ଆମ ଟିମ୍‌ ସଂସ୍କୃତି ଠିକ୍‌ ଦିଗରେ ଗତି କରୁଛି ବୋଲି ସେ କହିଛନ୍ତି। ଆମିଙ୍କ ମଳିତ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱଆରୋପ କରିଛନ୍ତି। ଡିଭାଇନ୍‌ଙ୍କ ନିଯୁକ୍ତିକୁ ଦଳର ହେଡ୍‌ କୋଚ୍‌ ବବ୍‌ କାର୍ଟର ସ୍ବାଗତ କରିଛନ୍ତି। ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପରେ ଡିଭାଇନ ଦାୟିତ୍ୱ ଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri