ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ, ସଙ୍ଗୀତ ଏବଂ ମାନବୀୟ ଭାବନାର ଅଭିବ୍ୟକ୍ତି ସମ୍ପର୍କରେ ଉନ୍ନତ ଧାରଣା ବିକଶିତ କରିଥିଲେ। ଯଦିଓ ଏହି ଦୁଇ ପରମ୍ପରା ସ୍ୱାଧୀନ ଭାବରେ ବିକଶିତ ହୋଇଥିଲା, ତଥାପି ଖ୍ରୀଷ୍ଟପୂର୍ୱ ଚତୁର୍ଥ ଶତାବ୍ଦୀରେ ଆଲେକ୍ସାଣ୍ଡର ଦ ଗ୍ରେଟ୍‌ସ ଭାରତ ଅଭିଯାନ ପରେ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀକ୍‌ମାନଙ୍କ ଆଗମନ ଫଳରେ ଉଭୟଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହୋଇଥିଲା। ଭାରତୀୟ ନାଟ୍ୟକଳା ଉପରେ ଗ୍ରୀକ୍‌ର ପ୍ରଭାବ କେତେଦୂର ପର୍ଯ୍ୟନ୍ତ ପଡ଼ିଥିଲା, ତାହାକୁ ନେଇ ଏବେ ବି ବିଶେଷଜ୍ଞଙ୍କ ମଧ୍ୟରେ ମତଭେଦ ରହିଛି। କିନ୍ତୁ ସାଂସ୍କୃତିକ ଆଦାନପ୍ରଦାନ ହୋଇଥିବାରୁ କୌଣସି ସନ୍ଦେହ ନାହିଁା।
ସାଂସ୍କୃତିକ ଆଦାନପ୍ରଦାନର ସ୍ପଷ୍ଟ ଉଦାହରଣ ହେଉଛି ରଙ୍ଗମଞ୍ଚର ପରଦା। ସଂସ୍କୃତ ନାଟକରେ ଏହି ପରଦାକୁ ‘ଯବନିକା’ କୁହାଯାଏ। ଏହି ଶବ୍ଦଟି ‘ଯବନ’ରୁ ଆସିଛି, ଯାହା ଗ୍ରୀକ୍‌ ଏବଂ ହେଲେନିଷ୍ଟିକ୍‌ ବଂଶୋଦ୍ଭବଙ୍କ ପାଇଁ ବ୍ୟବହୃତ ହେଉଥିବା ଏକ ପ୍ରାଚୀନ ଭାରତୀୟ ଶବ୍ଦ। ଏଥିପାଇଁ ଅନେକ ଐତିହାସିକ ମତ ଦିଅନ୍ତି, ନେପଥ୍ୟ ଏବଂ ଅଭିନୟ ସ୍ଥଳକୁ ଅଲଗା କରୁଥିବା ଏହି ପରଦା ଗ୍ରୀକ୍‌ ନାଟ୍ୟ ପରମ୍ପରା ସହ ସମ୍ପର୍କ ଯୋଗୁ ପ୍ରଚଳିତ ହୋଇଥାଇପାରେ। ବିଶେଷ ଭାବରେ ଗୁଜରାଟର ବୈଷ୍ଣବ ହାଭେଲି ପରମ୍ପରାରେ ଦେବମୂର୍ତ୍ତିର ପଛପଟରେ ‘ପିଛୱାଇ’ ନାମକ ଏକ ଚିତ୍ରିତ ପୃଷ୍ଠଭୂମିରେ ବୃନ୍ଦାବନର ଦୃଶ୍ୟ ଅଙ୍କାଯାଇଥାଏ। ଏହାର ଉତ୍ପତ୍ତି ମଧ୍ୟ ରଙ୍ଗମଞ୍ଚରୁ ହୋଇଥାଇପାରେ, କାରଣ ସେଠାରେ ଦେବତାଙ୍କୁ ‘ରଙ୍ଗନାଥ’ ବା ‘ରଙ୍ଗମଞ୍ଚର ପ୍ରଭୁ’ ଭାବେ ଦେଖାଯାଏ । ବାକ୍ଟ୍ରିଆ ଓ ଗାନ୍ଧାର ଅଞ୍ଚଳରେ ଇଣ୍ଡୋ-ଗ୍ରୀକ୍‌ ରାଜ୍ୟର ସ୍ଥାପନା ଏବଂ ବାଣିଜ୍ୟ ପଥର ବିକାଶ ଯୋଗୁ ଏଭଳି ସାଂସ୍କୃତିକ ସମ୍ପର୍କର ସୁଯୋଗ ଆସିଥିଲା। ଗାନ୍ଧାର କଳାରେ ଯେପରି ଗ୍ରୀକ୍‌ ଓ ଭାରତୀୟ ଶୈଳୀର ଚମତ୍କାର ସମନ୍ୱୟ ଦେଖାଯାଏ, ସେହିପରି ନାଟ୍ୟକଳାରେ ମଧ୍ୟ ଏପରି ପାରସ୍ପରିକ ପ୍ରଭାବ ପଡ଼ିଥିବା କୁହାଯାଏ।
ଏହି ସମ୍ପର୍କ ସତ୍ତ୍ୱେ ଗ୍ରୀକ୍‌ ଓ ଭାରତୀୟ ନାଟ୍ୟ ପରମ୍ପରାର ଲକ୍ଷ୍ୟ ଓ ଗଠନରେ ମୌଳିକ ପାର୍ଥକ୍ୟ ରହିଥିଲା। ଦର୍ଶକଙ୍କ ମନରେ ସେମାନେ ସୃଷ୍ଟି କରୁଥିବା ପ୍ରଭାବକୁ ନେଇ ବଡ଼ ପାର୍ଥକ୍ୟ ରହିଥିଲା। ବିଶେଷକରି ଆରିଷ୍ଟୋଟଲଙ୍କ ପୋଏଟିକ୍ସ ଗ୍ରନ୍ଥରେ ବର୍ଣ୍ଣିତ ଧାରଣା ଅନୁଯାୟୀ, ଗ୍ରୀକ୍‌ ନାଟ୍ୟକଳା ‘କ୍ୟାଥାର୍ସିସ୍‌’ ବା ମନ ହାଲୁକା ପାଇଁ ଉଦ୍ଦିଷ୍ଟ ଥିଲା। ଦର୍ଶକ ଦୟା ଓ ଭୟ ପରି ପ୍ରବଳ ଭାବନା ଅନୁଭବକରି ଶେଷରେ ମାନସିକ ଭାବେ ଶୁଦ୍ଧ ହେବେ ବୋଲି ଧାରଣା ଥିଲା। ସେହି କାରଣରୁ ଦୁଃଖାନ୍ତ ନାଟକ ଗ୍ରୀକ୍‌ ନାଟ୍ୟର ସର୍ୱୋଚ୍ଚ ରୂପ ଥିଲା। ଅନ୍ୟପକ୍ଷରେ, ନାଟ୍ୟଶାସ୍ତ୍ର ଅନୁସାରେ ଭାରତୀୟ ନାଟ୍ୟକଳାର ଉଦ୍ଦେଶ୍ୟ ଥିଲା ‘ରସ’ ସୃଷ୍ଟି କରିବା। ‘ରସ’ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ‘ସ୍ୱାଦ’ କିମ୍ୱା ‘ସାରତତ୍ତ୍ୱ’। ଦର୍ଶକମାନେ ଆବେଗରେ ଆବଦ୍ଧହେବା ପରିବର୍ତ୍ତେ ସେଗୁଡ଼ିକୁ ସାହତି୍ୟକ ବା କଳାତ୍ମକ ଭାବେ ଆସ୍ୱାଦନ କରନ୍ତି। ଏଠାରେ ଲକ୍ଷ୍ୟ ହେଉଛି ଆବେଗରୁ ମୁକ୍ତି ନୁହେଁ, ବରଂ ସୌନ୍ଦର୍ଯ୍ୟବୋଧ ଓ ଅନ୍ତର୍ଦୃଷ୍ଟିର ବିକାଶ। ପ୍ରାର୍ଥକ୍ୟ ହେଉଛି ଗ୍ରୀକ୍‌ ରଙ୍ଗମଞ୍ଚର ପ୍ରମୁଖ ଦୁଃଖଦ କାହାଣୀ ଶାସ୍ତ୍ରୀୟ ସଂସ୍କୃତ ନାଟକରେ ନାହିଁ। ଓଡିପସ୍‌ କିମ୍ୱା ଆଗାମେମନନ୍‌ଙ୍କ ଭଳି ନାୟକମାନେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି। ଅନ୍ୟପଟେ ସଂସ୍କୃତ ନାଟକଗୁଡ଼ିକ ସାଧାରଣତଃ ଦୁଃଖଦ ପରିସମାପ୍ତିକୁ ଏଡ଼ାଇଦେଇଥାନ୍ତି। ନାଟ୍ୟଶାସ୍ତ୍ର ଅନୁଯାୟୀ ସମାପ୍ତିରେ ସଦ୍ଭାବ ଏବଂ ଶୃଙ୍ଖଳା ପୁନଃ ପ୍ରତିଷ୍ଠିତ ହେବା ଉଚିତ। ଚରିତ୍ରମାନେ କଷ୍ଟ ଭୋଗୁଥିଲେ ମଧ୍ୟ ସମାପ୍ତି ସାଧାରଣତଃ ଧର୍ମ, ସାମାଜିକ ସନ୍ତୁଳନ ଏବଂ ଆଶାକୁ ପୁନର୍ୱାର ସ୍ଥାପନ କରିଥାଏ। ଗ୍ରୀକ୍‌ ରଙ୍ଗମଞ୍ଚ ବ୍ୟାକୁଳତା ସୃଷ୍ଟିକରେ ଏବଂ ରୂପାନ୍ତର ଖୋଜେ। ଭାରତୀୟ ରଙ୍ଗମଞ୍ଚ ଅନ୍ତର୍ଦୃଷ୍ଟି ସହ ଆନନ୍ଦ ପ୍ରଦାନ କରେ।
ଉଭୟ ନାଟକଗୁଡ଼ିକର କଥନ ଶୈଳୀ ସଂରଚନାରେ ମଧ୍ୟ ବହୁ ପାର୍ଥକ୍ୟ ଦେଖିବାକୁ ମିଳେ। ଗ୍ରୀକ୍‌ ନାଟକ ପ୍ରାୟତଃ ପ୍ରସିଦ୍ଧ ‘ତିନୋଟି ଏକତା’ର ସିଦ୍ଧାନ୍ତ( (ସମୟର ଏକତା, ସ୍ଥାନର ଏକତା ଏବଂ କାର୍ଯ୍ୟର ଏକତା)କୁ ଅନୁସରଣ କରେ। ଏଥିରେ ଘଟଣାଗୁଡ଼ିକ ସାଧାରଣତଃ ଏକ ସ୍ୱଳ୍ପ ସମୟ ମଧ୍ୟରେ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏବଂ ଏକ ମୁଖ୍ୟ କଥାବସ୍ତୁକୁ ନେଇ ଘଟିଥାଏ। ଅପରପକ୍ଷରେ ସଂସ୍କୃତ ନାଟକ ଅନେକ ବର୍ଷବ୍ୟାପୀ ହୋଇପାରେ ଏବଂ ଏକାଧିକ କାହାଣୀକୁ ଯୋଡ଼ିପାରେ। ବର୍ଣ୍ଣନା ଶୈଳୀକୁ ନେଇ ମଧ୍ୟ ଦୁଇ ନାଟ୍ୟକଳରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ଗ୍ରୀକ୍‌ ନାଟକଗୁଡ଼ିକ ମୁଖ୍ୟତଃ ‘କୋରସ୍‌’ (ଗାୟକ ବା କଳାକାର ଦଳ) ଉପରେ ଅଧିକ ନିର୍ଭର କରନ୍ତି। ସେଗୁଡ଼ିକୁ ଘଟଣାଗୁଡ଼ିକ ଉପରେ ନିଜର ମତାମତ ଦିଅନ୍ତି ଏବଂ ଜନମତର ପ୍ରତିନିଧିତ୍ୱ କରନ୍ତି। ଏହି କୋରସ୍‌ ଦର୍ଶକ ଏବଂ ନାଟକ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟକରେ। କିନ୍ତୁ ସଂସ୍କୃତ ନାଟ୍ୟଶାସ୍ତ୍ରରେ ସାଧାରଣତଃ କୋରସ୍‌ ବ୍ୟବହାର କରାଯାଏ ନାହିଁ। ଏହା ବଦଳରେ, ଏଥିରେ ଜଣେ ‘ସୂତ୍ରଧର’ ବା ମଞ୍ଚ ପରିଚାଳକ ଥାଆନ୍ତି, ଯିଏ ନାଟକର ପରିଚୟ ଦେଇ କାହାଣୀ ସହ ଦର୍ଶକଙ୍କୁ ଯୋଡ଼ିଥାନ୍ତି। ଅନେକ ନାଟକରେ ‘ବିଦୂଷକ’ ନାମକ ହାସ୍ୟରସାତ୍ମକ ସାଥୀ ମନୋରଞ୍ଜନ କରିବା ସହ ବ୍ୟବହାରିକ ମତାମତ ଦେଇଥାନ୍ତି। ଭାଷା ବ୍ୟବହାରରେ ମଧ୍ୟ ଉଭୟର ପରମ୍ପରା ଭିନ୍ନ। ଗ୍ରୀକ୍‌ ନାଟକ ସାଧାରଣତଃ ଗୋଟିଏ ସାହିତି୍ୟକ ଭାଷାରେ ରଚିତ ଓ ମଞ୍ଚସ୍ଥ ହୁଏ। କିନ୍ତୁ ସଂସ୍କୃତ ନାଟକ ଇଚ୍ଛାକୃତ ଭାବେ ବହୁଭାଷୀ । ରାଜା, ମୁନିଋଷି ଏବଂ ଦେବତାମାନେ ସାଧାରଣତଃ ସଂସ୍କୃତ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ମହିଳା, ସେବକ, ବ୍ୟବସାୟୀ ଏବଂ ସାଧାରଣ ଲୋକମାନେ ପ୍ରାୟତଃ ପ୍ରାକୃତ ଭାଷାର ବ୍ୟବହାର କରୁଥିଲେ। ଏହି ଭାଷାଗତ ବିବିଧତା ପ୍ରାଚୀନ ଭାରତର ସାମାଜିକ ବାସ୍ତବତାକୁ ପ୍ରତିଫଳିତ କରିବା ସହ ଚରିତ୍ର ଚିତ୍ରଣକୁ ଆହୁରି ସମୃଦ୍ଧ ଓ ଗଭୀର କରେ।
ପାର୍ଥକ୍ୟ ସତ୍ତ୍ୱେ ଉଭୟ ନାଟ୍ୟ ପରମ୍ପରାରେ କିଛି ଚମତ୍କାର ସମାନତା ମଧ୍ୟ ଥିଲା। ଉଭୟ ପରମ୍ପରା କବିତା, ସଙ୍ଗୀତ, ଅଙ୍ଗଭଙ୍ଗୀ , ପୋଷାକ ଏବଂ ବିଭିନ୍ନ ଶୈଳୀର ଅଭିନୟକୁ ଗୁରୁତ୍ୱ ଦେଉଥିଲେ। ଅଭିନେତାମାନେ ସାଙ୍କେତିକ ଅଭିବ୍ୟକ୍ତି ଏବଂ ନିର୍ଦ୍ଦିିଷ୍ଟ ଅଙ୍ଗଭଙ୍ଗୀ ମାଧ୍ୟମରେ ଭାବନା ଓ ଚିନ୍ତାଧାରାକୁ ପ୍ରକାଶ କରୁଥିଲେ। ନାଟକ କେବଳ ମନୋରଞ୍ଜନ ନ ଥିଲା; ଏହା ଶିକ୍ଷା, ନୈତିକତା, ଧର୍ମ ଏବଂ ସାମାଜିକ ପ୍ରତିଫଳନର ଏକ ମାଧ୍ୟମ ଥିଲା। ଶେଷ କଥା ହେଉଛି, ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳା କିଛି ଅଭିନୟ ପ୍ରଣାଳୀ ଓ ମଞ୍ଚ ବ୍ୟବସ୍ଥାରେ ପରସ୍ପର ପ୍ରଭାବିତ ହୋଇଥିଲେ ମଧ୍ୟ ସେମାନଙ୍କର ମୂଳ ଦାର୍ଶନିକ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଗ୍ରୀକ୍‌ ନାଟ୍ୟକଳା ଦୁଃଖାନ୍ତ ଓ ସଂଘର୍ଷ ମାଧ୍ୟମରେ ମନକୁ ହାଲୁକା କରିବାକୁ ଚାହୁଁଥିଲାବେଳେ ଭାରତୀୟ ନାଟ୍ୟକଳା ରସ ମାଧ୍ୟମରେ ସୌନ୍ଦର୍ଯ୍ୟବୋଧ, ଆନନ୍ଦ ଓ ମାନସିକ ସନ୍ତୁଳନ ପ୍ରଦାନ କରିବାକୁ ଉଦ୍ଦିଷ୍ଟ ଥିଲା। ଏହି ଦୁଇ ଶାସ୍ତ୍ରୀୟ ପରମ୍ପରା ମାନବ ସଭ୍ୟତାର କାହାଣୀ କହିବାର କଳା, ଅଭିନୟ ଓ ନାଟ୍ୟଦର୍ଶନର ଅପୂର୍ୱ ବିବିଧତାକୁ ପ୍ରତିଫଳିତ କରନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?