ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳାରେ ବିବିଧତା

ଚୀନ ଗ୍ରୀସ୍‌ ଓ ଭାରତର ନାଟ୍ୟକଳା ଭଳି ଦୁଇଟି ମହାନ୍‌ ଶାସ୍ତ୍ରୀୟ ପରମ୍ପରା ମାଧ୍ୟମରେ ନାଟ୍ୟକଳାର ଇତିହାସ ପ୍ରାୟତଃ ବର୍ଣ୍ଣନା କରାଯାଏ। ଉଭୟ ପରମ୍ପରା କାହାଣୀ, ଅଭିନୟ, ସଙ୍ଗୀତ ଏବଂ ମାନବୀୟ ଭାବନାର ଅଭିବ୍ୟକ୍ତି ସମ୍ପର୍କରେ ଉନ୍ନତ ଧାରଣା ବିକଶିତ କରିଥିଲେ। ଯଦିଓ ଏହି ଦୁଇ ପରମ୍ପରା ସ୍ୱାଧୀନ ଭାବରେ ବିକଶିତ ହୋଇଥିଲା, ତଥାପି ଖ୍ରୀଷ୍ଟପୂର୍ୱ ଚତୁର୍ଥ ଶତାବ୍ଦୀରେ ଆଲେକ୍ସାଣ୍ଡର ଦ ଗ୍ରେଟ୍‌ସ ଭାରତ ଅଭିଯାନ ପରେ ଉତ୍ତର-ପଶ୍ଚିମ ଭାରତରେ ଗ୍ରୀକ୍‌ମାନଙ୍କ ଆଗମନ ଫଳରେ ଉଭୟଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହୋଇଥିଲା। ଭାରତୀୟ ନାଟ୍ୟକଳା ଉପରେ ଗ୍ରୀକ୍‌ର ପ୍ରଭାବ କେତେଦୂର ପର୍ଯ୍ୟନ୍ତ ପଡ଼ିଥିଲା, ତାହାକୁ ନେଇ ଏବେ ବି ବିଶେଷଜ୍ଞଙ୍କ ମଧ୍ୟରେ ମତଭେଦ ରହିଛି। କିନ୍ତୁ ସାଂସ୍କୃତିକ ଆଦାନପ୍ରଦାନ ହୋଇଥିବାରୁ କୌଣସି ସନ୍ଦେହ ନାହିଁା।
ସାଂସ୍କୃତିକ ଆଦାନପ୍ରଦାନର ସ୍ପଷ୍ଟ ଉଦାହରଣ ହେଉଛି ରଙ୍ଗମଞ୍ଚର ପରଦା। ସଂସ୍କୃତ ନାଟକରେ ଏହି ପରଦାକୁ ‘ଯବନିକା’ କୁହାଯାଏ। ଏହି ଶବ୍ଦଟି ‘ଯବନ’ରୁ ଆସିଛି, ଯାହା ଗ୍ରୀକ୍‌ ଏବଂ ହେଲେନିଷ୍ଟିକ୍‌ ବଂଶୋଦ୍ଭବଙ୍କ ପାଇଁ ବ୍ୟବହୃତ ହେଉଥିବା ଏକ ପ୍ରାଚୀନ ଭାରତୀୟ ଶବ୍ଦ। ଏଥିପାଇଁ ଅନେକ ଐତିହାସିକ ମତ ଦିଅନ୍ତି, ନେପଥ୍ୟ ଏବଂ ଅଭିନୟ ସ୍ଥଳକୁ ଅଲଗା କରୁଥିବା ଏହି ପରଦା ଗ୍ରୀକ୍‌ ନାଟ୍ୟ ପରମ୍ପରା ସହ ସମ୍ପର୍କ ଯୋଗୁ ପ୍ରଚଳିତ ହୋଇଥାଇପାରେ। ବିଶେଷ ଭାବରେ ଗୁଜରାଟର ବୈଷ୍ଣବ ହାଭେଲି ପରମ୍ପରାରେ ଦେବମୂର୍ତ୍ତିର ପଛପଟରେ ‘ପିଛୱାଇ’ ନାମକ ଏକ ଚିତ୍ରିତ ପୃଷ୍ଠଭୂମିରେ ବୃନ୍ଦାବନର ଦୃଶ୍ୟ ଅଙ୍କାଯାଇଥାଏ। ଏହାର ଉତ୍ପତ୍ତି ମଧ୍ୟ ରଙ୍ଗମଞ୍ଚରୁ ହୋଇଥାଇପାରେ, କାରଣ ସେଠାରେ ଦେବତାଙ୍କୁ ‘ରଙ୍ଗନାଥ’ ବା ‘ରଙ୍ଗମଞ୍ଚର ପ୍ରଭୁ’ ଭାବେ ଦେଖାଯାଏ । ବାକ୍ଟ୍ରିଆ ଓ ଗାନ୍ଧାର ଅଞ୍ଚଳରେ ଇଣ୍ଡୋ-ଗ୍ରୀକ୍‌ ରାଜ୍ୟର ସ୍ଥାପନା ଏବଂ ବାଣିଜ୍ୟ ପଥର ବିକାଶ ଯୋଗୁ ଏଭଳି ସାଂସ୍କୃତିକ ସମ୍ପର୍କର ସୁଯୋଗ ଆସିଥିଲା। ଗାନ୍ଧାର କଳାରେ ଯେପରି ଗ୍ରୀକ୍‌ ଓ ଭାରତୀୟ ଶୈଳୀର ଚମତ୍କାର ସମନ୍ୱୟ ଦେଖାଯାଏ, ସେହିପରି ନାଟ୍ୟକଳାରେ ମଧ୍ୟ ଏପରି ପାରସ୍ପରିକ ପ୍ରଭାବ ପଡ଼ିଥିବା କୁହାଯାଏ।
ଏହି ସମ୍ପର୍କ ସତ୍ତ୍ୱେ ଗ୍ରୀକ୍‌ ଓ ଭାରତୀୟ ନାଟ୍ୟ ପରମ୍ପରାର ଲକ୍ଷ୍ୟ ଓ ଗଠନରେ ମୌଳିକ ପାର୍ଥକ୍ୟ ରହିଥିଲା। ଦର୍ଶକଙ୍କ ମନରେ ସେମାନେ ସୃଷ୍ଟି କରୁଥିବା ପ୍ରଭାବକୁ ନେଇ ବଡ଼ ପାର୍ଥକ୍ୟ ରହିଥିଲା। ବିଶେଷକରି ଆରିଷ୍ଟୋଟଲଙ୍କ ପୋଏଟିକ୍ସ ଗ୍ରନ୍ଥରେ ବର୍ଣ୍ଣିତ ଧାରଣା ଅନୁଯାୟୀ, ଗ୍ରୀକ୍‌ ନାଟ୍ୟକଳା ‘କ୍ୟାଥାର୍ସିସ୍‌’ ବା ମନ ହାଲୁକା ପାଇଁ ଉଦ୍ଦିଷ୍ଟ ଥିଲା। ଦର୍ଶକ ଦୟା ଓ ଭୟ ପରି ପ୍ରବଳ ଭାବନା ଅନୁଭବକରି ଶେଷରେ ମାନସିକ ଭାବେ ଶୁଦ୍ଧ ହେବେ ବୋଲି ଧାରଣା ଥିଲା। ସେହି କାରଣରୁ ଦୁଃଖାନ୍ତ ନାଟକ ଗ୍ରୀକ୍‌ ନାଟ୍ୟର ସର୍ୱୋଚ୍ଚ ରୂପ ଥିଲା। ଅନ୍ୟପକ୍ଷରେ, ନାଟ୍ୟଶାସ୍ତ୍ର ଅନୁସାରେ ଭାରତୀୟ ନାଟ୍ୟକଳାର ଉଦ୍ଦେଶ୍ୟ ଥିଲା ‘ରସ’ ସୃଷ୍ଟି କରିବା। ‘ରସ’ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ‘ସ୍ୱାଦ’ କିମ୍ୱା ‘ସାରତତ୍ତ୍ୱ’। ଦର୍ଶକମାନେ ଆବେଗରେ ଆବଦ୍ଧହେବା ପରିବର୍ତ୍ତେ ସେଗୁଡ଼ିକୁ ସାହତି୍ୟକ ବା କଳାତ୍ମକ ଭାବେ ଆସ୍ୱାଦନ କରନ୍ତି। ଏଠାରେ ଲକ୍ଷ୍ୟ ହେଉଛି ଆବେଗରୁ ମୁକ୍ତି ନୁହେଁ, ବରଂ ସୌନ୍ଦର୍ଯ୍ୟବୋଧ ଓ ଅନ୍ତର୍ଦୃଷ୍ଟିର ବିକାଶ। ପ୍ରାର୍ଥକ୍ୟ ହେଉଛି ଗ୍ରୀକ୍‌ ରଙ୍ଗମଞ୍ଚର ପ୍ରମୁଖ ଦୁଃଖଦ କାହାଣୀ ଶାସ୍ତ୍ରୀୟ ସଂସ୍କୃତ ନାଟକରେ ନାହିଁ। ଓଡିପସ୍‌ କିମ୍ୱା ଆଗାମେମନନ୍‌ଙ୍କ ଭଳି ନାୟକମାନେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି। ଅନ୍ୟପଟେ ସଂସ୍କୃତ ନାଟକଗୁଡ଼ିକ ସାଧାରଣତଃ ଦୁଃଖଦ ପରିସମାପ୍ତିକୁ ଏଡ଼ାଇଦେଇଥାନ୍ତି। ନାଟ୍ୟଶାସ୍ତ୍ର ଅନୁଯାୟୀ ସମାପ୍ତିରେ ସଦ୍ଭାବ ଏବଂ ଶୃଙ୍ଖଳା ପୁନଃ ପ୍ରତିଷ୍ଠିତ ହେବା ଉଚିତ। ଚରିତ୍ରମାନେ କଷ୍ଟ ଭୋଗୁଥିଲେ ମଧ୍ୟ ସମାପ୍ତି ସାଧାରଣତଃ ଧର୍ମ, ସାମାଜିକ ସନ୍ତୁଳନ ଏବଂ ଆଶାକୁ ପୁନର୍ୱାର ସ୍ଥାପନ କରିଥାଏ। ଗ୍ରୀକ୍‌ ରଙ୍ଗମଞ୍ଚ ବ୍ୟାକୁଳତା ସୃଷ୍ଟିକରେ ଏବଂ ରୂପାନ୍ତର ଖୋଜେ। ଭାରତୀୟ ରଙ୍ଗମଞ୍ଚ ଅନ୍ତର୍ଦୃଷ୍ଟି ସହ ଆନନ୍ଦ ପ୍ରଦାନ କରେ।
ଉଭୟ ନାଟକଗୁଡ଼ିକର କଥନ ଶୈଳୀ ସଂରଚନାରେ ମଧ୍ୟ ବହୁ ପାର୍ଥକ୍ୟ ଦେଖିବାକୁ ମିଳେ। ଗ୍ରୀକ୍‌ ନାଟକ ପ୍ରାୟତଃ ପ୍ରସିଦ୍ଧ ‘ତିନୋଟି ଏକତା’ର ସିଦ୍ଧାନ୍ତ( (ସମୟର ଏକତା, ସ୍ଥାନର ଏକତା ଏବଂ କାର୍ଯ୍ୟର ଏକତା)କୁ ଅନୁସରଣ କରେ। ଏଥିରେ ଘଟଣାଗୁଡ଼ିକ ସାଧାରଣତଃ ଏକ ସ୍ୱଳ୍ପ ସମୟ ମଧ୍ୟରେ, ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏବଂ ଏକ ମୁଖ୍ୟ କଥାବସ୍ତୁକୁ ନେଇ ଘଟିଥାଏ। ଅପରପକ୍ଷରେ ସଂସ୍କୃତ ନାଟକ ଅନେକ ବର୍ଷବ୍ୟାପୀ ହୋଇପାରେ ଏବଂ ଏକାଧିକ କାହାଣୀକୁ ଯୋଡ଼ିପାରେ। ବର୍ଣ୍ଣନା ଶୈଳୀକୁ ନେଇ ମଧ୍ୟ ଦୁଇ ନାଟ୍ୟକଳରେ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ଗ୍ରୀକ୍‌ ନାଟକଗୁଡ଼ିକ ମୁଖ୍ୟତଃ ‘କୋରସ୍‌’ (ଗାୟକ ବା କଳାକାର ଦଳ) ଉପରେ ଅଧିକ ନିର୍ଭର କରନ୍ତି। ସେଗୁଡ଼ିକୁ ଘଟଣାଗୁଡ଼ିକ ଉପରେ ନିଜର ମତାମତ ଦିଅନ୍ତି ଏବଂ ଜନମତର ପ୍ରତିନିଧିତ୍ୱ କରନ୍ତି। ଏହି କୋରସ୍‌ ଦର୍ଶକ ଏବଂ ନାଟକ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟକରେ। କିନ୍ତୁ ସଂସ୍କୃତ ନାଟ୍ୟଶାସ୍ତ୍ରରେ ସାଧାରଣତଃ କୋରସ୍‌ ବ୍ୟବହାର କରାଯାଏ ନାହିଁ। ଏହା ବଦଳରେ, ଏଥିରେ ଜଣେ ‘ସୂତ୍ରଧର’ ବା ମଞ୍ଚ ପରିଚାଳକ ଥାଆନ୍ତି, ଯିଏ ନାଟକର ପରିଚୟ ଦେଇ କାହାଣୀ ସହ ଦର୍ଶକଙ୍କୁ ଯୋଡ଼ିଥାନ୍ତି। ଅନେକ ନାଟକରେ ‘ବିଦୂଷକ’ ନାମକ ହାସ୍ୟରସାତ୍ମକ ସାଥୀ ମନୋରଞ୍ଜନ କରିବା ସହ ବ୍ୟବହାରିକ ମତାମତ ଦେଇଥାନ୍ତି। ଭାଷା ବ୍ୟବହାରରେ ମଧ୍ୟ ଉଭୟର ପରମ୍ପରା ଭିନ୍ନ। ଗ୍ରୀକ୍‌ ନାଟକ ସାଧାରଣତଃ ଗୋଟିଏ ସାହିତି୍ୟକ ଭାଷାରେ ରଚିତ ଓ ମଞ୍ଚସ୍ଥ ହୁଏ। କିନ୍ତୁ ସଂସ୍କୃତ ନାଟକ ଇଚ୍ଛାକୃତ ଭାବେ ବହୁଭାଷୀ । ରାଜା, ମୁନିଋଷି ଏବଂ ଦେବତାମାନେ ସାଧାରଣତଃ ସଂସ୍କୃତ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ ମହିଳା, ସେବକ, ବ୍ୟବସାୟୀ ଏବଂ ସାଧାରଣ ଲୋକମାନେ ପ୍ରାୟତଃ ପ୍ରାକୃତ ଭାଷାର ବ୍ୟବହାର କରୁଥିଲେ। ଏହି ଭାଷାଗତ ବିବିଧତା ପ୍ରାଚୀନ ଭାରତର ସାମାଜିକ ବାସ୍ତବତାକୁ ପ୍ରତିଫଳିତ କରିବା ସହ ଚରିତ୍ର ଚିତ୍ରଣକୁ ଆହୁରି ସମୃଦ୍ଧ ଓ ଗଭୀର କରେ।
ପାର୍ଥକ୍ୟ ସତ୍ତ୍ୱେ ଉଭୟ ନାଟ୍ୟ ପରମ୍ପରାରେ କିଛି ଚମତ୍କାର ସମାନତା ମଧ୍ୟ ଥିଲା। ଉଭୟ ପରମ୍ପରା କବିତା, ସଙ୍ଗୀତ, ଅଙ୍ଗଭଙ୍ଗୀ , ପୋଷାକ ଏବଂ ବିଭିନ୍ନ ଶୈଳୀର ଅଭିନୟକୁ ଗୁରୁତ୍ୱ ଦେଉଥିଲେ। ଅଭିନେତାମାନେ ସାଙ୍କେତିକ ଅଭିବ୍ୟକ୍ତି ଏବଂ ନିର୍ଦ୍ଦିିଷ୍ଟ ଅଙ୍ଗଭଙ୍ଗୀ ମାଧ୍ୟମରେ ଭାବନା ଓ ଚିନ୍ତାଧାରାକୁ ପ୍ରକାଶ କରୁଥିଲେ। ନାଟକ କେବଳ ମନୋରଞ୍ଜନ ନ ଥିଲା; ଏହା ଶିକ୍ଷା, ନୈତିକତା, ଧର୍ମ ଏବଂ ସାମାଜିକ ପ୍ରତିଫଳନର ଏକ ମାଧ୍ୟମ ଥିଲା। ଶେଷ କଥା ହେଉଛି, ଗ୍ରୀକ୍‌ ଓ ଭାରତୀୟ ନାଟ୍ୟକଳା କିଛି ଅଭିନୟ ପ୍ରଣାଳୀ ଓ ମଞ୍ଚ ବ୍ୟବସ୍ଥାରେ ପରସ୍ପର ପ୍ରଭାବିତ ହୋଇଥିଲେ ମଧ୍ୟ ସେମାନଙ୍କର ମୂଳ ଦାର୍ଶନିକ ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଗ୍ରୀକ୍‌ ନାଟ୍ୟକଳା ଦୁଃଖାନ୍ତ ଓ ସଂଘର୍ଷ ମାଧ୍ୟମରେ ମନକୁ ହାଲୁକା କରିବାକୁ ଚାହୁଁଥିଲାବେଳେ ଭାରତୀୟ ନାଟ୍ୟକଳା ରସ ମାଧ୍ୟମରେ ସୌନ୍ଦର୍ଯ୍ୟବୋଧ, ଆନନ୍ଦ ଓ ମାନସିକ ସନ୍ତୁଳନ ପ୍ରଦାନ କରିବାକୁ ଉଦ୍ଦିଷ୍ଟ ଥିଲା। ଏହି ଦୁଇ ଶାସ୍ତ୍ରୀୟ ପରମ୍ପରା ମାନବ ସଭ୍ୟତାର କାହାଣୀ କହିବାର କଳା, ଅଭିନୟ ଓ ନାଟ୍ୟଦର୍ଶନର ଅପୂର୍ୱ ବିବିଧତାକୁ ପ୍ରତିଫଳିତ କରନ୍ତି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri