ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ତେବେ ଖାଲିଥିବା ଆସନ ପାଇଁ ଜଣେ ଲେଖାଏ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଫଳରେ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ସମସ୍ତ ସଦସ୍ୟଙ୍କୁ ବୁଧବାର ବିଜୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ବିଜେଡିର ପ୍ରାର୍ଥୀମାନେ ୧୦ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଗୋଟିଏ ଆସନ ବିରୋଧୀ କଂଗ୍ରେସ ପ୍ରାର୍ଥୀଙ୍କୁ ଛାଡ଼ି ଦେଇଛନ୍ତି। ଭାଜପାର ଏକମାତ୍ର ଜିଲା ପରିଷଦ ସଦସ୍ୟ ଥିବା ପ୍ରମିଳା କଲତା ଏହି ନିର୍ବାଚନରୁ ଦୂରେଇ ରହିଥିଲେ। ଚଳିତ ଡିପିସି ନିର୍ବାଚନରେ ଜିଲାରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ବିଜେଡି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ସମସ୍ତ ଆସନ ପୋଛି ନେଇଛନ୍ତି। ରାଜ୍ୟରେ ଶାସକ ଭାଜପା ଦଳ ଡିପିସି ନିର୍ବାଚନରେ ଜିଲାରେ ଜଳକା ହୋଇ ରହିଯାଇଛି। ଏମ୍‌ପି, ବିଧାୟକ ଓ ଭାଜପା ନେତୃବୃନ୍ଦ ନିର୍ବାଚନକୁ ଗୁରୁତ୍ୱ ନ ଦେଇ ଚୁପ୍‌ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ବିଜେଡି ଓ କଂଗ୍ରେସ ଭିତରେ ଅଘୋଷିତ ମେଣ୍ଟ ହେବା ପରେ ସଂଖ୍ୟା ଦୃଷ୍ଟିରୁ ସମସ୍ତ ଆସନରେ ବିଜୟ ହେବା ସୁନିଶ୍ଚିତ ଥିଲା। ତେଣୁ ଭାଜପାର ଏକମାତ୍ର ଜିଲା ପରିଷଦ ସଦସ୍ୟା ନିର୍ବାଚନରୁ ଦୂରେଇ ରହିଲେ ବୋଲି ଦଳ ପକ୍ଷରୁ ସଫେଇ ଦିଆଯାଇଛି।
ନିର୍ବାଚିତ ଡିପିସି ସଦସ୍ୟଙ୍କ ମଧ୍ୟରୁ ୫ଜଣ ସାଧାରଣ ବର୍ଗର ଓ ୬ଜଣ ମହିଳା। ବିଜେଡିର ୧୦ ନିର୍ବାଚିତ ସଦସ୍ୟ ହେଲେ ଉଲୁଣ୍ଡା ବ୍ଲ୍ଳକ ଜିଲା ପରିଷଦ ଜୋନ ୧ର ବିଜୟଲକ୍ଷ୍ମୀ ତରାଇ, ଜୋନ ୨ର ଝସକେତନ ବଘାର, ଡୁଙ୍ଗୁରିପାଲି ବ୍ଲକ ଜୋନ ୧ର ସୁପାର ଠେଲା, ୨ର ମଞ୍ଜୁଶ୍ରୀ ମାଝୀ, ୩ର ଗଣେଶ ଚନ୍ଦ୍ର ଭୋଇ, ତରଭା ବ୍ଲକ ଜୋନ ୧ର ଅଞ୍ଜଳି କମ୍ପ, ୨ର ଶକୁନ୍ତଳା ପୃଷ୍ଟି, ବିନିକା ବ୍ଲକ ଜୋନ ୨ର ବଶିଷ୍ଠ ଭରାସାଗର, ବୀରମହାରାଜପୁର ବ୍ଲକ ଜୋନ ୨ର ଚନ୍ଦ୍ରକାନ୍ତି ଦନ୍ତା ଓ ସୋନପୁର ବ୍ଲକ ଜୋନ ୨ର ମଧୁସୂଦନ ଓତା। ସେହିପରି ବୀରମହାରାଜପୁର ବ୍ଲକ ଜୋନ ୧ର କଂଗ୍ରେସ ଜିଲା ପରିଷଦ ସଦସ୍ୟ ଲବ କୁମାର ସାହୁ ଡିପିସି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଆଶାତିତ ସଫଳତା ମିଳିଥିଲା। ଜିଲାର ମୋଟ ୧୩ ଜିଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେଡିର ୧୧ ଜଣ ବିଜୟୀ ହୋଇଥିଲା ବେଳେ, ଭାଜପାର ଜଣେ ଓ କଂଗ୍ରେସର ଜଣେ ସଦସ୍ୟ ନିର୍ବାଚିତ ହୋଇଥିଲେ। କିଛି ମାସ ପୂର୍ବରୁ ବିଜେଡି ଟିକେଟ୍‌ରେ ସୋନପୁର ବ୍ଲକ ଜୋନ୍‌ ୧ରୁ ବିଜୟ ଲାଭ କରିଥିବା ସସ୍ମିତା ମହାନ୍ତିଙ୍କ ପରଲୋକ ହୋଇଛି। ତେଣୁ ୧୨ ଜିଲା ପରିଷଦଙ୍କ ପାଇଁ ଡିପିସିର ୧୧ ଆସନ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟ ହେବା ପରେ ଦଳୀୟ ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ବୁଧବାର ଜିଲା ପରିଷଦ କାର୍ଯ୍ୟାଳୟରେ ନବନିର୍ବାଚିତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?