ଆଳୁ ବିହନ ଯୋଗାଣରେ ଅବ୍ୟବସ୍ଥା

ଜଳେଶ୍ୱର, ୧୧ା୧(ରବିନାରାୟଣ ପାତ୍ର)ରାଜ୍ୟରେ ଆଳୁ ଚାହିଦା ମେଣ୍ଟାଇବା ଲାଗି ୧୦ବର୍ଷ ପୂର୍ବେ ଗଠନ ହୋଇଥିବା ଆଳୁ ମିଶନ ବାଲେଶ୍ୱର ଜିଲାରେ ଫେଲ୍‌ ମାରିଛି। ଚଳିତବର୍ଷ ବାଲେଶ୍ୱର ଜିଲାରେ ୧୬୬୦ ହେକ୍ଟର ଜମିରେ ଆଳୁଚାଷ ଲାଗି ଲକ୍ଷ୍ୟ ରହିଥିଲା। ବିହନ ଅଭାବରୁ ଜଳେଶ୍ୱର, ବସ୍ତାରେ ମାତ୍ର ୪୦ ହେକ୍ଟର ଜମିରେ ଚାଷ ପାଇଁ ବିହନ ବଣ୍ଟାସରିଛି। ଅମଳ ପରେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଆଶଙ୍କା ଥିବାରୁ ଚାଷୀମାନେ ଆଳୁ ଚାଷରୁ ମୁହଁ ମୋଡୁଛନ୍ତି। ଅଧିକ ପ୍ରୋତ୍ସାହନ ସହିତ ନିର୍ଦ୍ଦିଷ୍ଟ ସମୟରେ ଆଳୁ ବିହନ ଯୋଗାଣ ଓ ଅମଳ ପରେ ସଂରକ୍ଷଣ ଲାଗି ଶୀତଳଭଣ୍ଡାର ସୁବିଧା କରାଗଲେ ଆଳୁ ମିଶନ କାର୍ଯ୍ୟକ୍ଷମ ହୋଇପାରନ୍ତା ବୋଲି ଚାଷୀମାନେ କହିଛନ୍ତି।
ଆଳୁ ସାଧାରଣତଃ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରୁ ଆମଦାନୀ ହୋଇଥାଏ। କେତେକ ସମୟରେ ଉପରୋକ୍ତ ରାଜ୍ୟରୁ ଆଳୁ ଆସିବାରେ କଟକଣା ଦେଖାଦେଲେ ଲୋକେ କିଲୋ ପ୍ରତି ୮୦ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ କିଣିବାକୁ ବାଧ୍ୟ ହୋଇଥାନ୍ତି। ଏହାର ପ୍ରତିକାର ଲାଗି ୧୦ବର୍ଷ ପୂର୍ବେ ଆଳୁ ମିଶନ ଗଠିତ ହୋଇ ରାଜ୍ୟର କେତେକ ସ୍ଥାନରେ ଆଳୁ ଚାଷ କରିବା ଲାଗି ପ୍ରୋତ୍ସାହନ ବ୍ୟବସ୍ଥା ହୋଇଥିଲା। ଆଳୁ ମିଶନ ଅନୁଯାୟୀ ଶୀତଳଭଣ୍ଡାର ଲାଗି ସରକାର ୧୦ କୋଟି ଟଙ୍କା ଯୋଗାଇ ୫୦ପ୍ରତିଶତ ରିହାତି ବ୍ୟବସ୍ଥା ରଖିଥିଲେ ମଧ୍ୟ ବ୍ୟାଙ୍କର ବିଭିନ୍ନ କଟକଣା ଯୋଗୁ ଗାଁ ଗହଳିର ଚାଷୀ ଏପରି ସୁବିଧାକୁ ବିନିଯୋଗ କରିପାରୁନାହାନ୍ତି। ଅନ୍ୟପକ୍ଷରେ ଆଳୁ ବିହନ ପଞ୍ଜାବର ପୋଖରାଜରୁ ଅଣାଯାଇ ଚାଷୀଙ୍କୁ ଦେବାର ବ୍ୟବସ୍ଥା ରହିଛି। ହେଲେ ନିର୍ଦ୍ଦିଷ୍ଟ ସମୟରେ ସରକାରୀ ଆଳୁ ବିହନ ଚାଷୀଙ୍କ ନିକଟରେ ପହଞ୍ଚିପାରୁନାହିଁ। ବରଂ ଚାଷୀମାନେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଆଳୁ ବିହନ କିଣି ଚାଷ କରିବାକୁ ବାଧ୍ୟ ହେଉଛନ୍ତି।
ଚଳିତବର୍ଷ ବାଲେଶ୍ୱର ଜିଲାରେ ୧୬୬୦ ହେକ୍ଟର ଜମିରେ ଆଳୁଚାଷ ହେବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି ା ସେଥିରୁ ଜଳେଶ୍ୱର କୃଷି ଜିଲା ଅଧୀନ ଜଳେଶ୍ୱରରେ ୨୬୦, ବାଲିଆପାଳରେ ୨୬୦ ଓ ଭୋଗରାଇରେ ୫୦ ହେକ୍ଟର ଜମିରେ ଆଳୁଚାଷ ହେବା ଲାଗି ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଯୋଗାଣ ହୋଇଥିବା ଆଳୁ ବିହନକୁ ଲକ୍ଷ୍ୟ କରି କେବଳ ବସ୍ତା ଓ ଜଳେଶ୍ୱର ବ୍ଲକରେ ୪୦ ହେକ୍ଟର ଜମିରେ ଚାଷ ଲାଗି ବ୍ୟବସ୍ଥା ହୋଇଛି। ଜଳେଶ୍ୱରରେ ଗତବର୍ଷ ୧୬.୬୭ ହେକ୍ଟର ଜମିରେ ଆଳୁଚାଷ ହୋଇଥିବା ବେଳେ ଚଳିତବର୍ଷ ମାତ୍ର ୧୦ହେକ୍ଟର ଜମିରେ ଚାଷ ହେବା ଲାଗି ୩୦୦ ବ୍ୟାଗ୍‌ ୧୫ କୁଇଣ୍ଟାଲ ବିହନ ଆସିଥିବା ସ୍ଥାନୀୟ ଉଦ୍ୟାନବିତ୍‌ ସୌମ୍ୟା ରଥ କହିଛନ୍ତି ା ଜଳେଶ୍ୱରର ଚାଲନ୍ତି, ଏକତାଳି ଓ ଗଡସାହି ବାଲିଆପାଳର ୧୦୦ଜଣ ଚାଷୀଙ୍କୁ ଏଭଳି ଆଳୁ ବିହନ ବଣ୍ଟାଯାଇଛି। ବିହନର ମାନ ଠିକ୍‌ ରହୁ ନ ଥିବାରୁ ଚାଷୀମାନେ
ଆଳୁ ବିହନ ଯୋଗାଣରେ …
ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛନ୍ତି। ଏ ସମ୍ପର୍କରେ ବାଲେଶ୍ୱର ଜିଲା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ତପନ କୁମାର ମହାନ୍ତି କହିଛନ୍ତି, ମାତ୍ର ୬୦୦ ବ୍ୟାଗ୍‌ ଆଳୁ ବିହନ ମିଳିଥିବାରୁ ବସ୍ତା ଓ ଜଳେଶ୍ୱର ଅଞ୍ଚଳକୁ ୭୫ ଭାଗ ରିହାତିରେ ଯୋଗାଇ ଦିଆଯାଇଛି। ହେକ୍ଟରକୁ ୭ହଜାର ଟଙ୍କା ରିହାତି ଦେବା ବ୍ୟବସ୍ଥା ଥିବାରୁ ପରେ ଚାଷୀଙ୍କୁ ଯୋଗାଇ ଦିଆଯିବ। କିନ୍ତୁ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କିଲୋ ପ୍ରତି ୫ ଟଙ୍କାରେ ବିକ୍ରି କରୁଥିବା ସେ ସ୍ବୀକାର କରିଛନ୍ତି। ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଊଣାଅଧିକେ ଆଳୁଚାଷ ହେଉଥିବାରୁ ସେ ଅଞ୍ଚଳର ଚାଷୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ବିହନ, ସରକାରୀ ସୁବିଧା ଯୋଗାଇ ଅମଳ ପରେ ସଂରକ୍ଷଣର ବ୍ୟବସ୍ଥା ଓ ମିଶନର ନୀତିନିୟମର ସରଳୀକରଣ କରାଗଲେ ଆଳୁ ମିଶନ ସଫଳ ହୋଇପାରନ୍ତା ବୋଲି ବହୁ ଚାଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri