୨ଲକ୍ଷ କୋଟିରୁ ଅଧିକ କ୍ରେଡିଟ୍‌ ପ୍ଲାନ୍‌ କଲା ନାବାର୍ଡ

ଭୁବନେଶ୍ୱର,୧୧।୧(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ରାଜ୍ୟ ସରକାରଙ୍କ ନୂଆ କ୍ରେଡିଟ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ୨ଲକ୍ଷ ୬୦୮ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ପ୍ରଦାନ ପାଇଁ ବିଭିନ୍ନ ବ୍ୟାଙ୍କ ସହମତି ପ୍ରଦାନ କରିଛନ୍ତିି। ନାବାର୍ଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଷ୍ଟେଟ୍‌ କ୍ରେଡିଟ୍‌ ସେମିନାରରେ ଏପରି ସୂଚନା ଦିଆଯାଇଛି। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅର୍ଥ ସଚିବ ବିଶାଲ କୁମାର ଦେବ, କୃଷି ସଚିବ ଡ. ଅରବିନ୍ଦ ପାଢ଼ୀ, ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଏସ୍‌.ପି. ମହାନ୍ତି, ଏସ୍‌ଏଲ୍‌ବିସି ଆବାହକ ଗୌତମ ପାତ୍ର ପ୍ରମୁଖ ଯୋଗଦେଇ ସମସ୍ତ ଷ୍ଟେକ୍‌ ହୋଲ୍‌ଡରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ନାବାର୍ଡର ସିଜିଏମ୍‌ ଡ. ସୁଧାଂଶୁ କେକେ ମିଶ୍ରା ସ୍ବାଗତ ଅଭିଭାଷଣ ରଖିବା ସହ ଉପତ୍ାଦନ ଓ ଉପତ୍ାଦ ବିକ୍ରି ନେଇ ମତ ରଖିଥିଲେ। ପୂର୍ବ ବର୍ଷ କେବଳ କୃଷିକ୍ଷେତ୍ର ଉପରେ ଗୁରୁତ୍ୱ ଦିଅଯାଇଥିବାବେଳେ ଚଳିତ ବର୍ଷ ଉପତ୍ାଦ ବିକ୍ରି ନେଇ ବିଭିନ୍ନ ଯୋଜନା ହାତକୁ ନିଆଯାଇଛି। ଚଳିତଥର କୃଷି ସମେତ କ୍ଷୁଦ୍ର , ଅଣୁ, ମଧ୍ୟମ ଶିଳ୍ପ ଓ ମିଶନ ଶକ୍ତି ମହିଳାଙ୍କୁ ଗୁରୁତ୍ୱ ଦିଆଯାଇଛି। ଗତବର୍ଷ ଶତ ପ୍ରତିଶତ ସଫଳତା ହାସଲ ହୋଇଥିବାବେଳେ ବିଭିନ୍ନ ଜିଲାର ସମ୍ବଳ ଦେଖି ଚଳିତବର୍ଷର ପ୍ଲାନ ପ୍ରସ୍ତୁତ କରାଯାଇଛି। ଏନେଇ ଉନ୍ନୟନ କମିଶନର ଅନୁଗର୍ଗ କହିଛନ୍ତି , ଚଳିତ ବର୍ଷ ୧.୬ ଲକ୍ଷ ଟାର୍ଗେଟ୍‌ ହାସଲ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ନାବାର୍ଡ ପକ୍ଷରୁ ମିଳିଥିବା ସୂଚନାନୁସାରେ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳା ସ୍ବାଲବମ୍ବୀ ହୋଇଛନ୍ତି। ମହିଳାଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କ ଉପତ୍ାଦ ବିକ୍ରି ନେଇ ବଜାର ସୃଷ୍ଟି କରିବା ନାବାର୍ଡର ଲକ୍ଷ୍ୟ ବୋଲି କୁହାଯାଇଛି। ଭୁବନେଶ୍ୱର ଓ ଖୋର୍ଦ୍ଧାର ୨ଟି ମିଶନ ଶକ୍ତି ଷ୍ଟଲ ଥିବାବେଳେ ବାକି ରାଜ୍ୟର ୧୬ଟି ଷ୍ଟେଶନ ଏବଂ ରାଜ୍ୟ ବାହାରର ସବୁ ଷ୍ଟେଶନରେ ଷ୍ଟଲ ଖୋଲିବାକୁ ଉଦ୍ୟମ କରାଯାଉଛି। ଦେଶର କିଛି ରାଜ୍ୟ ମଧ୍ୟରୁ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଯାହାକି ଶତ ପ୍ରତିଶତ କେଡ୍ରିଟ୍‌ ପ୍ଲାନ୍‌ ହାସଲ କରିଛି ବୋଲି ଅର୍ଥ ସଚିବ କହିଛନ୍ତି। ଗତବର୍ଷ ଭଲ ପ୍ରଦର୍ଶନ କରିଥିବା ବ୍ୟାଙ୍କଗୁଡ଼ିକୁ ଏ ଅବସରରେ ସମ୍ମାନିତ କରାଯାଇଛି। ଗ୍ରାମାଞ୍ଚଳରେ ଦୁଗ୍ଧଜାତ ଦ୍ରବ୍ୟର ବିକ୍ରି ବୃଦ୍ଧି ସହ ଗୋପାଳକଙ୍କ ସଶକ୍ତୀକରଣ କରାଯାଇପାରିବ । ସେହିପରି ଫୁଲ ଚାଷୀ ହୁଅନ୍ତୁ ବା ଅନ୍ୟ କୌଣସି ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପ ଉଦ୍ୟୋଗୀଙ୍କ ସହାୟତା ଦିଗରେ ନାବାର୍ଡ କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri