ଦୟନୀୟ ସ୍ଥିତିରେ ଜିଲା ପର୍ଯ୍ୟଟନ ବିଭାଗ

ଭବାନୀପାଟଣା,୨୬।୫(ସ୍ବ.ପ୍ର): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ କଳାହାଣ୍ଡି ଜିଲାର ସ୍ଥାନ ସ୍ବତନ୍ତ୍ର ରହିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ ଜିଲାରେ ୧୭ଟି ପର୍ଯ୍ୟଟନସ୍ଥଳୀ ରହିଛି। ତେବେ ଏହାର ତଦାରଖ ଓ ନୂତନତ୍ୱ ସର୍ଭେ କରିବାର ଦାୟିତ୍ୱ ସ୍ଥାନୀୟ ପର୍ଯ୍ୟଟନ ବିଭାଗର ରହିଥିବାବେଳେ ଜିଲାରେ ଏହି ବିଭାଗର ଦୟନୀୟ ସ୍ଥିତି ଏବେ ସାମ୍‌ନାକୁ ଆସିଛି। ଏଠାରେ ଦୀର୍ଘ ବର୍ଷରୁ ସ୍ଥାୟୀ ପିଅନ, ଚୌକିଦାର, ବରିଷ୍ଠ କିରାଣୀ, ଷ୍ଟାଟିଷ୍ଟିକାଲ ଆକାଉଣ୍ଟାଣ୍ଟପଦବୀ ଖାଲି ପଡିଛି। ସେହିପରି କୋରାପୁଟରୁ ଡେପୁଟେସନରେ ଆସି ଜଣେ ପିଅନ ଏଠାରେ କାର୍ଯ୍ୟକରୁଥିବାବେଳେ କନିଷ୍ଠ କିରାଣୀ କଳାହାଣ୍ଡି ସମେତ ବଲାଙ୍ଗୀର ଓ ଜିଲା ପର୍ଯ୍ୟଟନ ଅଧିକାରୀ ମଧ୍ୟ କଳାହାଣ୍ଡି ସମେତ ନୂଆପଡା ଜିଲା ସମ୍ଭାଳୁଛନ୍ତି। ଫଳରେ ଏହି କାର୍ଯ୍ୟାଳୟ କେମିତି ଚାଲୁଥିବ ତାହା ସହଜେ ଅନୁମେୟ। ଅନ୍ୟପକ୍ଷରେ ଆରମ୍ଭ ଦିନଠୁ ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ଜିଲା ସଂସ୍କୃତି ବିଭାଗର ଲାଇବ୍ରେରି ରୁମ୍‌ରେ ଚାଲୁଛି। ଗତ ଦେଢ ବର୍ଷ ତଳେ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ରିଷଗଁା ନିକଟରେ ପର୍ଯ୍ୟଟନ ବିଭାଗର ନୂତନ କୋଠା ନିର୍ମାଣ ସରିଛି। ହେଲେ କର୍ମଚାରୀ ଅଭାବରୁ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇନାହଁି। ଏପଟେ ଦେଢ ବଷ ର୍‌ ଧରି ନୂତନ କୋଠା ଖାଲି ପଡିଥିବା ସୁଯୋଗ ନେଇ ଗତ ଡିସେମ୍ବର ମାସରେ ସେଠାରେ ଲାଗିଥିବା ୫ଟି ପଙ୍ଖାକୁ ଚୋରମାନେ ଚୋରି କରିନେଇଥିଲେ। ଯାହାକୁ ନେଇ ଜିଲା ପର୍ଯ୍ୟଟନ ଅଧିକାରୀ ସ୍ଥାନୀୟ ଟାଉନ ଥାନାରେ ଏତଲା ମଧ୍ୟ ଦେଇଥିଲେ। ନୂତନ କୋଠାଟି ପ୍ରାୟ ୧ କୋଟି ଟଙ୍କାରେ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏ ନେଇ ଜିଲା ପର୍ଯ୍ୟଟନ ଅଧିକାରୀ ସୁବୋଧ ଛତ୍ରିଆଙ୍କୁ ପଚାରିବାରୁ ଖାଲିପଡିଥିବା ପଦବୀ ପୂରଣ କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛି ବୋଲି କହିଥିଲେ। ସେହିପରି ନୂତନ କୋଠା ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ହର୍ମୁଜ ଖୋଲିବା ନେଇ ଇରାନର ସସପେନ୍ସ , ଯୁଦ୍ଧବିରତି ସର୍ତ୍ତ ଉପରେ କହିଲା-ଠିକ୍‌ ସମୟରେ…

ଓ୍ବାଶିଂଟନ୍‌୬।୪: ଇରାନ-ଆମେରିକା ବିବାଦ ମଧ୍ୟରେ, ଇରାନ ସୂଚିତ କରିଛି ଯେ ହର୍ମୁଜ ପ୍ରଣାଳୀ ଏବେ ଏହାର ନିୟନ୍ତ୍ରଣରେ ଏକ ରଣନୈତିକ ଉପକରଣ ପାଲଟିଛି। ଇରାନ ରିଭୋଲ୍ୟୁସନାରୀ ଗାର୍ଡ…

କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼: ବେହାଲ ହେଲା ଅତାବିରା ଅଞ୍ଚଳ, ଚାଷୀକୂଳ ହତାଶ

ଅତାବିରା, ୬।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଅଞ୍ଚଳରେ ସୋମବାର କାଳବୈଶାଖୀ ଝଡବର୍ଷା ସହ ପ୍ରଚୁର କୁଆପଥର ମାଡ଼ ହୋଇଛି l ଫଳରେ ଅତାବିରା ଅଞ୍ଚଳ ବେହାଲ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଇରାନକୁ ଭିତିରିଆ ଶକ୍ତି ଯୋଗାଉଛନ୍ତି ଏହି ୨ ଦେଶ, ଏହି କାରଣରୁ ଶେଷ ହେଉନାହିଁ ଯୁଦ୍ଧ! ଚାଞ୍ଚଲ୍ୟକର ଖୁଲାସା

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି ହର୍ମୁଜ ପ୍ରଣାଳୀ ଖୋଲିବା ନେଇ…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri