ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୪।୧୨: ଚାଉଳ ନ ଫେରାଇ ୨ ମିଲରଙ୍କୁ ସିକ୍ୟୁରିଟି ଟଙ୍କା ଉଠାଣ କରିବା ପାଇଁ ସୁଯୋଗ ଦେବା ଘଟଣାରେ ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ବ୍ରଜବନ୍ଧୁ ନାୟକ ମଙ୍ଗଳବାର ନିଲମ୍ବିତ ହୋଇଛନ୍ତି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କ ଚିଠି ନଂ. ୧୯୧୧୯ ତା.୧୩।୧୨।୨୦୨୨ରେ ସିଏସ୍‌ଓଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ସିଏସ୍‌ଓଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ସିଏସ୍‌ଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। କେନ୍ଦୁଝର ଜିଲାପାଳଙ୍କ ବିନାନୁମତିରେ ସେ ଛୁଟି ନେଇପାରିବେ ନାହିଁ ବୋଲିି କୁହାଯାଇଛି । ତେବେ ୨ ମିଲର ଓ କର୍ପୋରେଶନର ଆକାଉଣ୍ଟ୍‌ସ ମ୍ୟାନେଜର ଖସି ଯାଇଛନ୍ତି । ଏ ସମ୍ପର୍କରେ କେବଳ ଧରିତ୍ରୀରେ ୨୦୨୨ ଅକ୍ଟୋବର ୧୮ରେ ଚାଉଳ ନ ଫେରାଇ ସିକ୍ୟୁରିଟି ଟଙ୍କା ଉଠାଣ, ୨ ମିଲରଙ୍କୁ ଅନୁକମ୍ପା ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାକୁ ନେଇ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଥିଲା। ସରକାରୀସ୍ତରରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷେ ସେ ସମୟର ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ କ୍ଷମତାର କିପରି ଅପବ୍ୟବହାର କରୁଥିଲେ ତାହା ଧରାପଡିଛି। ସିକ୍ୟୁରିଟି ଟଙ୍କା ଫେରସ୍ତ କରାଯିବାର ନିୟମ ନ ଥିବାବେଳେ ଆପଣ କିପରି ଫେରସ୍ତ କରିଛନ୍ତି ବୋଲି ସିଏସ୍‌ଓଙ୍କୁ ପଚରାଯାଇଥିଲା। ସିକ୍ୟୁରିଟି ଟଙ୍କା ଫେରାଇବାରେ କୌଣସି ଅସୁବିଧା ନାହିଁ ା ଏଥିରେ କୌଣସି ଆଇନ ଉଲ୍ଲଂଘନ କରାଯାଇ ନାହିଁ ବୋଲି କହି ଗଣମାଧ୍ୟମକୁ ଫାଙ୍କି ଦେଇଥିଲେ। ଏହି ପ୍ରସଙ୍ଗରେ ସେ କହିଥିଲେ, ୨ ମିଲର ସିକ୍ୟୁରିଟି ଟଙ୍କା ଆବେଦନ କରି ନେଇଛନ୍ତି। ଅନ୍ୟ ଯେଉଁ ୭ ଜଣ ମିଲର ୧୦୦ ପ୍ରତିଶତ ଚାଉଳ ଦେଇଛନ୍ତି, ସେମାନେ ସିକ୍ୟୁରିଟି ଟଙ୍କା ନେବାକୁ ଆବେଦନ କରି ନ ଥିବାରୁ ସେମାନଙ୍କୁ ଦିଆଯାଇନି । ତେବେ ନିଲମ୍ବନ ପରେ ସିଏସ୍‌ଓଙ୍କ ମିଛ ଧରାପଡିଛି।
ଅଭିଯୋଗ ଅନୁଯାୟୀ, ଜିଲାରେ ୧୭ଜଣ ମିଲର ୨୦୨୧-୨୨ ଆର୍ଥିକ ବର୍ଷର ଖରିଫ ଋତୁରେ ଧାନ କିଣିଥିବାବେଳେ ମାତ୍ର ୭ ଜଣ ୧୦୦ ପ୍ରତିଶତ ଚାଉଳ ଫେରାଇଥିଲେ। ଅନ୍ୟ ୧୦ ମିଲର ଚାଉଳ ଫେରାଇବାରେ ସମୟ ଗଡ଼ାଇ ଚାଲିଥିଲେ। ୨୦୨୧-୨୨ ଆର୍ଥିକ ବର୍ଷରେ ୧୪୪୦୨୨.୨୯୬ ମେଟ୍ରିକ ଟ୍ରନ ଧାନକୁ ୧୭ଟି ମିଲ୍‌ ଜିଲାର ବିଭିନ୍ନ ମଣ୍ଡିରୁ କିଣିଥିଲେ। ସେହି ଧାନକୁ ଚାଉଳ କରି ମିଲରମାନେ ସେପ୍ଟେମ୍ବର ୨୦୨୨ ସୁଦ୍ଧା ୯୭୯୩୫.୧୬୧ ମେଟ୍ରିକ ଟନ ଚାଉଳ ସରକାରଙ୍କୁ ପ୍ରଦାନ କରିବାର ନିୟମ ଥିଲା। ତେବେ ଜିଲାର ଡାଇମଣ୍ଡ ରାଇସ ପ୍ରାଇଭେଟ ଲିମିଟେଡ୍‌, ମା’ ମଙ୍ଗଳା ଆଗ୍ରୋ ଇଣ୍ଡଷ୍ଟ୍ରି, ନୟାଗଡ଼ ରାଇସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ଶ୍ରୀ ରଘୁନାଥ ରାଇସ୍‌ ମିଲ୍‌ କେବଳ ୧୦୦% ଚାଉଳ ଗତ ସେପ୍ଟେମ୍ବରରେ ଫେରାଇଥିଲେ। ଅବଶିଷ୍ଟ ୧୩ଟି ମିଲ ସେପ୍ଟେମ୍ବର ୩୧ ସୁଦ୍ଧା ମାତ୍ର ୮୨% ଚାଉଳ ଫେରାଇଥିଲେ । ସରକାର ଚାଉଳ ଫେରାଇବାର ସମୟ ସୀମା ବଢ଼ାଇବା ପରେ ଅକ୍ଟୋବର ୩୧ ଅନ୍ତିମ ତାରିଖ ଥିଲା। ତେବେ ଅକ୍ଟୋବର ୯ ସୁଦ୍ଧା ୯୧.୫୯% ଚାଉଳ ମିଲରମାନେ ସେ ସମୟରେ ଫେରାଇଥିଲେ। ତେବେ ୧୦୦% ଚାଉଳ ଜିଲା ଯୋଗାଣ ବିଭାଗକୁ ଫେରାଇ ଜିଲାର ୭ଜଣ ମିଲର ସିକ୍ୟୁରିଟି ଟଙ୍କା ଉଠାଇବାକୁ ସୁଯୋଗ ପାଇ ନ ଥିଲେ। କିନ୍ତୁ ଦଶପଲ୍ଲା ପଙ୍କାଳସାହି ଜୟ ମହାବୀର ମିଲର ଓ ରଣପୁର ବ୍ଲକ ନରସିଂହପୁର ଆର.କେ. ମିଲରଙ୍କୁ ଅନୁକମ୍ପା ଦେଖାଇ ସିଏସ୍‌ଓ ସିକ୍ୟୁରିଟି ଟଙ୍କା ଗତ ଜୁଲାଇ ମାସରେ ଉଠାଣ କରିବାକୁ ସୁଯୋଗ ଦେଇଥିଲେ। ଦଶପଲ୍ଲା ପଙ୍କାଳସାହି ଜୟ ମହାବୀର ମିଲର ୧ କୋଟି ୭୧ ଲକ୍ଷ ୮୨ ହଜାର ବ୍ୟାଙ୍କ ଗ୍ୟାରେଣ୍ଟି ଓ ୨ କୋଟି ଫିକ୍ସ ଡିପୋଜିଟ୍‌ ଏପରି ମୋଟରେ ୩ କୋଟି ୭୧ ଲକ୍ଷ ୮୨ ହଜାର ଟଙ୍କା ବ୍ୟାଙ୍କ ସିକ୍ୟୁରିଟି କର୍ପୋରେଶନରେ ଦେଇଥିଲେ । ତେବେ ଶତ ପ୍ରତିଶତ ଚାଉଳ ନ ଫେରାଇ ଏହି ମିଲର ଫିକ୍ସ ଡିପୋଜିଟ୍‌ ଥିବା ୨ କୋଟି ଟଙ୍କା ନେଇ ଯାଇଥିଲେ। ସେହିପରି ଆର.କେ. ମିଲର ନରସିଂହପୁର ୧ କୋଟି ୯୬ ଲକ୍ଷ ଟଙ୍କା ଜିଲା ଯୋଗାଣ ନିଗମରେ ସିକ୍ୟୁରିଟି ପଇଠ କରିଥିଲେ। ତେବେ ରିନିୱାଲ ନଁାରେ ୧ କୋଟି ୭୦ ଲକ୍ଷ ଫେରସ୍ତ ନେଇ ସରକାରଙ୍କୁ ଠକିଥିଲେ। ଦୁଇ ମିଲରଙ୍କୁ ସିକ୍ୟୁରିଟି ଟଙ୍କା ଫେରାଇବା ଘଟଣାରେ ସିଏସ୍‌ଓଙ୍କ ସମେତ ଜିଲା ଯୋଗାଣ ବିଭାଗର ଆକାଉଣ୍ଟ୍‌ସ ମ୍ୟାନେଜର ସାମିଲ ଥିଲେ। ସିଏସ୍‌ଓ ନିଲମ୍ବିତ ହୋଇଥିବାବେଳେ ଆକାଉଣ୍ଟ୍‌ସ ମ୍ୟାନେଜର ଓ ଦୁଇ ମିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିଲା ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri