ଆଜିଠାରୁ ଜିଲା ମହୋତ୍ସବ

ଅନୁଗୋଳ ଅଫିସ, ୧୮।୧: ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର। ଶୀତୁଆ ସନ୍ଧ୍ୟାକୁ ରୋମାଞ୍ଚତ୍ତ କରିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଦୁଲୁକିବ ମଞ୍ଚ। ବୁଧବାର ଉଦ୍‌ଘାଟନୀ ସନ୍ଧ୍ୟାରୁ ୨୨ ତାରିଖ ଉଦ୍‌ଯାପନୀ ଦିବସ ଯାଏ ଦର୍ଶକଙ୍କ ଅସମ୍ଭାଳ ଭିଡ଼ର ସାକ୍ଷୀ ରହିବ ଅନୁଗୋଳ ଷ୍ଟାଡିୟମ୍‌। ଉଦ୍‌ଘାଟନୀ ସନ୍ଧ୍ୟାରେ ଖ୍ୟାତନାମା କଣ୍ଠଶିଳ୍ପୀ ବେନି ଦୟାଲ ଏବଂ ଅନୁଗୁଳିଆ ବଣ୍ଟି ପ୍ରମୁଖ ଆକର୍ଷଣ ସାଜିବେ। ଅନୁଗୋଳ ଜିଲା ମହୋତ୍ସବ ଭଳି ଭବ୍ୟ ଆୟୋଜନକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଜିଲାବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିପୁଳ ଉତ୍ସାହ।
ଜିଲା କୋର୍ଟ ରୁମ୍‌ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମହୋତ୍ସବ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲାପାଳ ବଇତୁରା ଦୀପ, ଆସିଷ୍ଟାଣ୍ଟ କଲେକ୍ଟର ଇସାନି ପଣ୍ଡା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୌଳାସ ଚନ୍ଦ୍ର ବେହେରା, ଜିଲା ସଂସ୍କୃତି ଅଧିକାରୀ ଦୁଃଶାସନ ବେହେରା ଉପସ୍ଥିତ ଥିଲେ। ସନ୍ଧ୍ୟା ୬ଟାରୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିବାବେଳେ ୭ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାରେ ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ତୃତୀୟ ସନ୍ଧ୍ୟାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଚତୁର୍ଥ ସନ୍ଧ୍ୟାରେ ଉତ୍ତରାଞ୍ଚାଳ ରାଜସ୍ବ ଆୟୁକ୍ତ ସୁରେଶ କୁମାର ଦଳାଇ, ଉଦ୍‌ଯାପନୀ ସନ୍ଧ୍ୟାରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେବେ। ୫ଦିନ ଧରି ଚାଲିବାକୁ ଥିବା ସମାରୋହରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି।
ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଅନୁଗୋଳର ଶୈଳଶ୍ରୀକ୍ଷେତ୍ରଠାରୁ ମଶାଲ ଶୋଭାଯାତ୍ରା ବାହାରି ବଜାର ଛକ ଦେଇ ଷ୍ଟାଡିୟମରେ ପ୍ରବେଶ କରିବ। ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୫୩ ପୋଲିସ ଅଧିକାରୀଙ୍କ ସମେତ ମୋଟ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା, ଛିନ୍‌ତାଇ, ଅସାମାଜିକ କାର୍ଯ୍ୟକଳାପ ରୋକିବା, ମଦ୍ୟପ ଧରପଗଡ଼ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ମହୋତ୍ସବ ଶେଷ ଯାଏ ସହର ମଧ୍ୟକୁ ଭାରିଯାନ ପ୍ରବେଶ ନିଷେଧ କରାଯାଇଥିବାବେଳେ ପାର୍କିଂକୁ ଗୁରୁତ୍ୱ ଦିଆଯାଇଛି।
ଷ୍ଟାଡିୟମ ପଛପାର୍ଶ୍ୱରେ ଭିଆଇପିଙ୍କ ଗାଡ଼ି ରହିବ। ସେହିପରି କଦମ ପଡ଼ିଆ, ଜଗନ୍ନାଥ ମନ୍ଦିର ସମ୍ମଖରୁ ବିଇଡି ଛକ, ଦଶହରା ପଡ଼ିଆ, ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଗାଡ଼ି ପାର୍କିଂ କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସମନ୍ବୟ ରକ୍ଷା ଲାଗି ଷ୍ଟାଡିୟମ ପରିସରରେ କଣ୍ଟ୍ରୋଲ ରୁମ୍‌ ରହିବ। ନାଲ୍‌କୋରୁ ଅନୁଗୋଳ ଆସୁଥିବା ଗାଡ଼ି ଗୁଡ଼ିକ ରାଜ୍‌ ହୋଟେଲ ଛକରୁ କମଲେଶ ହୋଟେଲ ଦେଇ ବିଇଡି ଛକ, ମିଶ୍ରପଡ଼ା ଦେଇ ହରିମହୁରୀ ଛକରେ ବାହାରିବେ। ସେହିଭଳି ପଞ୍ଚମହଲାରୁ ଗାଡ଼ିଗୁଡ଼ିକ ହୁଲୁରିସିଂହା ଛକରୁ ଗାନ୍ଧୀମାର୍ଗ ଦେଇ ହେମସୁରପଡ଼ା ଛକ, ଡିଆସି ଛକ, ଶିମିଳିପଡ଼ା ଛକ ଦେଇ ରାଜ ହୋଟେଲ ପାଖ ଜାତୀୟ ରାଜପଥରେ ବାହାରିବେ। ଜିଲା ମହୋତ୍ସବ ଉପଲକ୍ଷେ ଟାଉନ୍‌ ହାଇସ୍କୁଲ ପଡ଼ିଆରେ ପଲ୍ଲିଶ୍ରୀ ମେଳା ପଡ଼ିବ। ମହୋତ୍ସବକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?