ଆଜିଠାରୁ ଜିଲା ମହୋତ୍ସବ

ଅନୁଗୋଳ ଅଫିସ, ୧୮।୧: ଝୁମାଇବେ ବଲିଉଡ୍‌, ଓଲିଉଡ୍‌ କଳାକାର। ଶୀତୁଆ ସନ୍ଧ୍ୟାକୁ ରୋମାଞ୍ଚତ୍ତ କରିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଦୁଲୁକିବ ମଞ୍ଚ। ବୁଧବାର ଉଦ୍‌ଘାଟନୀ ସନ୍ଧ୍ୟାରୁ ୨୨ ତାରିଖ ଉଦ୍‌ଯାପନୀ ଦିବସ ଯାଏ ଦର୍ଶକଙ୍କ ଅସମ୍ଭାଳ ଭିଡ଼ର ସାକ୍ଷୀ ରହିବ ଅନୁଗୋଳ ଷ୍ଟାଡିୟମ୍‌। ଉଦ୍‌ଘାଟନୀ ସନ୍ଧ୍ୟାରେ ଖ୍ୟାତନାମା କଣ୍ଠଶିଳ୍ପୀ ବେନି ଦୟାଲ ଏବଂ ଅନୁଗୁଳିଆ ବଣ୍ଟି ପ୍ରମୁଖ ଆକର୍ଷଣ ସାଜିବେ। ଅନୁଗୋଳ ଜିଲା ମହୋତ୍ସବ ଭଳି ଭବ୍ୟ ଆୟୋଜନକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଜିଲାବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିପୁଳ ଉତ୍ସାହ।
ଜିଲା କୋର୍ଟ ରୁମ୍‌ ପରିସରରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମହୋତ୍ସବ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି। ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲାପାଳ ବଇତୁରା ଦୀପ, ଆସିଷ୍ଟାଣ୍ଟ କଲେକ୍ଟର ଇସାନି ପଣ୍ଡା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୌଳାସ ଚନ୍ଦ୍ର ବେହେରା, ଜିଲା ସଂସ୍କୃତି ଅଧିକାରୀ ଦୁଃଶାସନ ବେହେରା ଉପସ୍ଥିତ ଥିଲେ। ସନ୍ଧ୍ୟା ୬ଟାରୁ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିବାବେଳେ ୭ଟାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉଦ୍‌ଘାଟନୀ ସନ୍ଧ୍ୟାରେ ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ତୃତୀୟ ସନ୍ଧ୍ୟାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଚତୁର୍ଥ ସନ୍ଧ୍ୟାରେ ଉତ୍ତରାଞ୍ଚାଳ ରାଜସ୍ବ ଆୟୁକ୍ତ ସୁରେଶ କୁମାର ଦଳାଇ, ଉଦ୍‌ଯାପନୀ ସନ୍ଧ୍ୟାରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେବେ। ୫ଦିନ ଧରି ଚାଲିବାକୁ ଥିବା ସମାରୋହରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି।
ବୁଧବାର ଅପରାହ୍ନ ସାଢ଼େ ୨ଟାରେ ଅନୁଗୋଳର ଶୈଳଶ୍ରୀକ୍ଷେତ୍ରଠାରୁ ମଶାଲ ଶୋଭାଯାତ୍ରା ବାହାରି ବଜାର ଛକ ଦେଇ ଷ୍ଟାଡିୟମରେ ପ୍ରବେଶ କରିବ। ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୫୩ ପୋଲିସ ଅଧିକାରୀଙ୍କ ସମେତ ମୋଟ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା, ଛିନ୍‌ତାଇ, ଅସାମାଜିକ କାର୍ଯ୍ୟକଳାପ ରୋକିବା, ମଦ୍ୟପ ଧରପଗଡ଼ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ମହୋତ୍ସବ ଶେଷ ଯାଏ ସହର ମଧ୍ୟକୁ ଭାରିଯାନ ପ୍ରବେଶ ନିଷେଧ କରାଯାଇଥିବାବେଳେ ପାର୍କିଂକୁ ଗୁରୁତ୍ୱ ଦିଆଯାଇଛି।
ଷ୍ଟାଡିୟମ ପଛପାର୍ଶ୍ୱରେ ଭିଆଇପିଙ୍କ ଗାଡ଼ି ରହିବ। ସେହିପରି କଦମ ପଡ଼ିଆ, ଜଗନ୍ନାଥ ମନ୍ଦିର ସମ୍ମଖରୁ ବିଇଡି ଛକ, ଦଶହରା ପଡ଼ିଆ, ଅନୁଗୋଳ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଗାଡ଼ି ପାର୍କିଂ କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। ସମନ୍ବୟ ରକ୍ଷା ଲାଗି ଷ୍ଟାଡିୟମ ପରିସରରେ କଣ୍ଟ୍ରୋଲ ରୁମ୍‌ ରହିବ। ନାଲ୍‌କୋରୁ ଅନୁଗୋଳ ଆସୁଥିବା ଗାଡ଼ି ଗୁଡ଼ିକ ରାଜ୍‌ ହୋଟେଲ ଛକରୁ କମଲେଶ ହୋଟେଲ ଦେଇ ବିଇଡି ଛକ, ମିଶ୍ରପଡ଼ା ଦେଇ ହରିମହୁରୀ ଛକରେ ବାହାରିବେ। ସେହିଭଳି ପଞ୍ଚମହଲାରୁ ଗାଡ଼ିଗୁଡ଼ିକ ହୁଲୁରିସିଂହା ଛକରୁ ଗାନ୍ଧୀମାର୍ଗ ଦେଇ ହେମସୁରପଡ଼ା ଛକ, ଡିଆସି ଛକ, ଶିମିଳିପଡ଼ା ଛକ ଦେଇ ରାଜ ହୋଟେଲ ପାଖ ଜାତୀୟ ରାଜପଥରେ ବାହାରିବେ। ଜିଲା ମହୋତ୍ସବ ଉପଲକ୍ଷେ ଟାଉନ୍‌ ହାଇସ୍କୁଲ ପଡ଼ିଆରେ ପଲ୍ଲିଶ୍ରୀ ମେଳା ପଡ଼ିବ। ମହୋତ୍ସବକୁ ଶୃଙ୍ଖଳିତ କରିବା ଲାଗି ପ୍ରଶାସନ ଏବଂ ପୋଲିସ ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri