ଜିଲା କୃଷକ ସଂଘର ରାସ୍ତାରୋକୋ ଆନ୍ଦୋଳନ: ୧୫ ଗିରଫ

ଦେବଗଡ,୬ା୧୨(ଡ଼ି.ଏନ୍‌.ଏ.)- ପଶ୍ଚିମ ଓଡିଶା କୃଷକ ସଙ୍ଗଠନର ଆହ୍ବାନ କ୍ରମେ କେନ୍ଦ୍ର ସରକାରଙ୍କ ନୂତନ କୃଷିନୀତିର ଦୃଢ ପ୍ରତିବାଦ କରାଯିବା ସହ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଶନିବାର ଦେବଗଡ ଜିଲା କୃଷକ ସଂଘ ପକ୍ଷରୁ ରାସ୍ତାରୋକୋ ଆନ୍ଦୋଳନ କରାଯାଇଥିଲା ା ଶନିବାର ପୂର୍ବାହ୍ନ ୧୧ଟାରେ ଜିଲା କୃଷକ ସଂଘର ସଭାପତି ପ୍ରମୋଦ କୁମାର ଝାଙ୍କର, ସମ୍ପାଦକ ଯଯାତି କିଶୋର ବିଶ୍ୱାଳ, ବିଜୟ କୁମାର ପ୍ରଧାନ, ସଂଗ୍ରାମଜିତ କୁଅଁର, ପବିତ୍ର ପ୍ରଧାନ ଓ ମକରଧ୍ୱଜ ପ୍ରଧାନଙ୍କ ନେତୃତ୍ୱରେ ଜିଲାର ବହୁ ଚାଷୀ ଦେବଗଡ ପୌରାଞ୍ଚଳର ପୁରୁଣାଗଡ ପେଟ୍ରୋଲ ପମ୍ପ ଛକଠାରେ ଏକତ୍ରିତ ହୋଇ ରାସ୍ତା ଉପରେ ଧାନବସ୍ତା ରଖି ବିଭିନ୍ନ ସ୍ଲୋଗାନ ସହ ରାସ୍ତାରୋକୋ ଆନ୍ଦୋଳନ କରିଥିଲେ ା ଏହି ଅବସରରେ ଆନ୍ଦୋଳନକାରୀମାନେ ଧାନ ବିକ୍ରି ନିମନ୍ତେ ରାଜ୍ୟସ୍ତରରେ ଟୋକନ ପ୍ରସ୍ତୁତ କରା ନ ଯାଇ ଜିଲାସ୍ତରରେ ଟୋକନ ପ୍ରସ୍ତୁତ କରାଯିବା, ଦେବଗଡ ଜିଲାର ଅଣଜଳସେଚିତ ଅଞ୍ଚଳର ଚାଷୀଙ୍କ ଠାରୁ ୧୩ କୁଇଣ୍ଟାଲ ପରିବର୍ତ୍ତେ ୨୦ କୁଇଣ୍ଟାଲ ଲେଖାଏଁ ଓ ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ନିକଟରୁ ୧୯ ପରିବର୍ତ୍ତେ ୨୫ କୁଇଣ୍ଟାଲ ଲେଖାଏଁ ଧାନ କ୍ରୟ କରାଯିବାକୁ ଦାବି କରିଥିଲେ ା ଫଳରେ ୪୯ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲା ା ପ୍ରାୟ ୧୨ଟା ୩୦ ମିନିଟ ସମୟରେ ପୋଲିସ ଜିଲା କୃଷକ ସଂଘର ସଭାପତି ଶ୍ରୀ ଝାଙ୍କରଙ୍କ ସମେତ ଆନ୍ଦୋଳନରତ ୧୫ ଜଣ ଚାଷୀଙ୍କୁ ଗିରଫ କରିଥିଲା। ଫଳରେ ରାସ୍ତାରୋକୋ ଆନ୍ଦୋଳନ ପ୍ରତ୍ୟାହୃତ ହେବା ସହ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା ା ପରେ ଗିରଫ ଚାଷୀମାନଙ୍କୁ ପୋଲିସ ଥାନାରୁ ଛାଡିଦେଇଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ବିଦ୍ୟୁତ୍‌ ମରାମତି କରୁଥିବାବେଳେ ଜଳିଗଲେ, ଖୁଣ୍ଟରେ ଲାଖି ରହିଛି ମୃତଦେହ

ଦେବଗଡ଼,୨୭ା୩(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ୍‌ ମରାମତି କରୁଥିବାବେଳେ ୧୧ କେଭି ତାରରେ ଲାଗି ଜଣଙ୍କର ଜୀବନ ଚାଲିଯାଇଛି। ବିଦ୍ୟୁତ୍‌ ଖୁଣ୍ଟ ଉପରେ ଲାଖି ରହିଛି ମୃତଦେହ। ଏମିତି…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri