ଗଜପତିରେ ଧାନମଣ୍ଡିର ଶୁଭାରମ୍ଭ କଲେ ଜିଲାପାଳ

ପାରଳାଖେମୁଣ୍ଡି,୩୦ା୧୨(ଡି.ଏନ୍‌.ଏ.): ଗଜପତି ଜିଲାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଚାଷୀଙ୍କ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯାଇଛି। ନିୟନ୍ତ୍ରିତ ବଜାର କମିଟି ପଡ଼ିଆରେ ଚାଷୀଙ୍କୁ ନେଇ ଆୟୋଜିତ ସଭାରେ ଜିଲାପାଳ ଲିଙ୍ଗରାଜ ପଣ୍ଡା ଧାନମଣ୍ଡିର ଶୁଭାରମ୍ଭ କରିଛନ୍ତି। ଚଳିତ ଥର ଜିଲାରୁ ୪ଲକ୍ଷ ୮୦ହଜାର ମେଟ୍ରିକ ଟନ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିନିମନ୍ତେ ପୂର୍ବରୁ ସାଟେଲାଇଟ ସର୍ଭେ ଦ୍ୱାରା ଜିଲାର ୧୪ହଜାର ଚାଷୀଙ୍କ ଜମି ଚିହ୍ନଟ କରାଯାଇଛି । ଧାନ ସଂଗ୍ରହ ପାଇଁ ୪୫ଟି ପ୍ୟାକ୍ସ,୨୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଚୟନ କରାଯାଇଛି । ଚାଷୀଙ୍କୁ ଉଭୟ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ପ୍ରଚାରପତ୍ର ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ମଣ୍ଡି ସମ୍ପର୍କରେ ସଚେତନ କରାଯାଉଛି। ଚାଷୀମାନେ ନିଜ ନିଜ ଅଞ୍ଚଳର ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି। ଉଦ୍‌ଘାଟନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ ରୋମାଞ୍ଚଳ ଖମାରୀ, ଚାଷୀ ନେତା ତିରୁପତି ପାଣିଗ୍ରାହୀ, ଜିଲା କୃଷକ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିପୂରଣ ଦାବିରେ ଚାଷୀଙ୍କ ଆନ୍ଦୋଳନ

ଖଇରା,୧୨।୧୧(ଡି.ଏନ.ଏ.)- ବୁଲ୍‌ବୁଲ୍‌ ବାତ୍ୟା ପ୍ରଭାବରେ ଧାନ ଓ ପନିପରିବା ଆଦି ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା...

ବଜ୍ରପାତ ନେଲା ଦୁଇ ଯୁବକଙ୍କ ଜୀବନ, ୩ ଗୁରୁତର

ଟାଙ୍ଗୀ(ଖୋର୍ଦ୍ଧା),୧୫ା୭(ଡି.ଏନ୍‌.ଏ.): ଟାଙ୍ଗୀ ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଦୁଇ ଯୁବକଙ୍କ ଜୀବନ ନେବା ସହ  ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଝରିଆ...

ଖୋର୍ଦ୍ଧା ଉପଖଣ୍ଡରେ ୧୬ କରୋନା ପଜିଟିଭ୍‌ : ଟାଙ୍ଗୀର ସର୍ବାଧିକ ୧୧ ଚିହ୍ନଟ

ଖୋର୍ଦ୍ଧା ଅଫିସ,୭ା୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୧୬ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଟାଙ୍ଗୀର ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଥିବା ବେଳେ...

ସ୍ୟାଟ୍‌ ଉଚ୍ଛେଦ ପ୍ରସଙ୍ଗ:  ହାଇକୋର୍ଟରେ ପିଟିଶନ, ଶୁଣାଣି ଆଜି

କଟକ ଅଫିସ,୭ା୮: ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‌) ଉଚ୍ଛେଦ ସଂକ୍ରାନ୍ତରେ କେନ୍ଦ୍ର ସରକାର ଗତ ୨ ତାରିଖରେ ଏକ ଗେଜେଟ୍‌ ନୋଟିଫିକେଶନ ପ୍ରକାଶ କରିଛନ୍ତି। କେନ୍ଦ୍ର...

ମୋବାଇଲ ଛଡେଇ ନେବାରୁ ଜୀବନ ହାରିଲା ପୁଅ

କୋରାପୁଟ, ୧୨ା୧୦(ସ୍ବ.ପ୍ର.): କୋରାପୁଟ ସହରର ଗୌତମନଗରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଖେଳ ପାଇଁ ଜଣେ ନାବାଳକଙ୍କ ଜୀବନ ଯାଇଛି। ପରିବାର ଲୋକେ...

ଟଙ୍କା ଫେରସ୍ତ ମାଗିବାରୁ ନର୍ସିଂ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର ଉଦ୍ୟମ

ଦେବଗଡ଼,୨୮ା୪: ଦେବଗଡ଼ ପୌରାଞ୍ଚଳ ଅନ୍ତର୍ଗତ ମିରିଗିଡିଆ ସାହି ଅଞ୍ଚଳରେ ଥିବା ଘରୋଇ ନର୍ସିଂ ଟ୍ରେନିଂ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଉକ୍ତ ସ୍କୁଲର ଡାଇରେକ୍ଟର ବଳାତ୍କାର ଉଦ୍ୟମ ସହ...

ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ପତ୍ତନ ଶନିବାର ସନ୍ଧ୍ୟା ସୁଦ୍ଧା ୬୪୦.୦୬ ମିଟର: ୨ଟି ଗେଟ୍‌ ଖୋଲା

ତେନ୍ତୁଳିଖୁଣ୍ଟି,୧୦।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ପତ୍ତନ ଶନିବାର ସନ୍ଧ୍ୟାସୁଦ୍ଧା ୬୪୦.୦୬ ରହିଛି। ବର୍ତ୍ତମାନ ୨ ଓ ୬ ନଂ.ଗେଟ୍‌ ଦେଢ଼ ମିଟର ଲେଖାଏ...

ବୃଦ୍ଧାଙ୍କ ମୁଣ୍ଡ ଛେଚି ନିର୍ମମ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୧୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ପଞ୍ଚାୟତର ବଉଳା ଗ୍ରାମରେ ଗତ ୧୧ ତାରିଖ ମଙ୍ଗଳବାର ଘର ବାହାରେ ଜଣେ ୬୨ ବର୍ଷୀୟା...

Advertisement
Archives

Model This Week