ଭୋଟ ଲାଗି ନକଲି ଭତ୍ତା ବହି ବଣ୍ଟନ

ଦଶରଥପୁର,୧୮ା୨ (ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ୍‌ରେ ଶୁକ୍ରବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହି ପରିପ୍ରେକ୍ଷୀରେ ବ୍ଲକର ଥାଲକୁଡି ପଞ୍ଚାୟତରେ କେତେଜଣ ପ୍ରାର୍ଥୀ ଭୋଟ ହାତେଇବାକୁ ନକଲି ଭତ୍ତା ବହି ସହ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ହିତାଧିକାରୀମାନଙ୍କୁ ଦିଆଯାଇଥିବା ବହିରେ ସରକାରୀ ଷ୍ଟାମ୍ପ କିମ୍ବା ବ୍ଲକ୍‌ ଉନ୍ନୟନ ଅଧିକାରୀଙ୍କ ଦସ୍ତଖତ ନ ଥିବା ଦେଖି ଭତ୍ତାବହି ଗ୍ରହଣ କରିଥିବା ହିତାଧିକାରୀମାନଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ଏନେଇ ବହୁ ହିତାଧିକାରୀ ଉକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭତ୍ତାବହି ସମ୍ପର୍କରେ ପଚାରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଧିକାରୀମାନଙ୍କୁ କୌଣସି ଭତ୍ତା ବହି ପ୍ରଦାନ କରାଯାଇ ନ ଥିବା ସୂଚନା ଦେଇଥିଲେ। ଭୋଟ ପାଇବା ଲାଗି ଭୋଟରଙ୍କୁ ଏଭଳି ମିଥ୍ୟା ପ୍ରରୋଚନା କରାଯାଇଥିବା ଚର୍ଚ୍ଚାର ବିଷୟ ହେଉଛି। ଏହାବାଦ୍‌ ଉକ୍ତ ବହି ସହ ହିତାଧିକାରୀଙ୍କ ପରିବାରର ପ୍ରତି ସଦସ୍ୟଙ୍କୁ ଭୋଟ ପାଇଁ ୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିବା ଜଣାପଡିଛି। ଶତାଧିକ ମିଥ୍ୟା ଭତ୍ତାବହି ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ଗୋବିନ୍ଦ ଚନ୍ଦ୍ର ପୋଥାଳ, ଶରତ କୁମାର ନାୟକ, ସନ୍ନ୍ୟାସୀ ମଲ୍ଲିକ୍‌ ଏବଂ ଜଗନ୍ନାଥ ନନ୍ଦି ପ୍ରମୁଖ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଶରତ ମଲ୍ଲିକଙ୍କ ନିକଟରେ ଅଭିଯୋଗ କରିଛନ୍ତି। କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ଅଭିଯୋଗ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଇଥିଲେ। ଏହାପରେ ବିଡିଓ ଶ୍ୱେତା ସ୍ନିଗ୍ଧା ଘଟଣାର ତଦନ୍ତ କରି ହିତାଧିକାରୀଙ୍କଠାରୁ ନକଲି ଭତ୍ତା ବହି ଫେରାଇ ଆଣିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ ଲିଟର ଦେଶୀ ମଦ ସହ ଅଟୋ ଜବତ, ଜଣେ ଗିରଫ

ଭଦ୍ରକ ଅଫିସ,୧୦।୬: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଡାହାଣୀଗଡ଼ିଆ ଛକ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚରମ୍ପା ଆଡୁ ବାଇପାସ ଆଡକୁ ଆସୁଥିବା ଏକ ଯାତ୍ରୀବାହୀ...

ଆରମ୍ଭ ହୋଇପାରୁନି ଧଉଳି ଲାଇଟ୍‌ ଆଣ୍ଡ୍‌ ସାଉଣ୍ଡ୍‌ ଶୋ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ବାତ୍ୟା ‘ଫନୀ’ ଯିବାର ଇତିମଧ୍ୟରେ ଦେଢ଼ମାସ ବିତିଗଲାଣି। ହେଲେ ସୁଧୁରିପାରୁନି ପର୍ଯ୍ୟଟନ ଶିଳ୍ପ ଅବସ୍ଥା। ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ରାଜ୍ୟ ପର୍ଯ୍ୟଟନ...

ଅନ୍ତର୍ଜାତୀୟ ମାତୃଭାଷା ଦିବସ: ସବୁ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅନ୍ତର୍ଜାତୀୟ ମାତୃଭାଷା ଦିବସର...

ଚାଇନାରୁ ଆସିଲା ଖାଲି ଅକ୍ସିଜେନ ସିଲିଣ୍ଡର

ଭୁବନେଶ୍ୱର, ୩୧।୫(ବ୍ୟୁରୋ): ଚାଇନାରୁ ଓଡ଼ିଶା ଆସିଛି ଖାଲି ଅକ୍ସିଜେନ ସିଲିଣ୍ଡର। ସିଲିଣ୍ଡର ଧରି ଆସିଥିବା କାର୍ଗୋ ବିମାନଟି ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ...

ପ୍ରବାସୀ ଓଡ଼ିଆଙ୍କ ଜାତୀୟ ରାଜପଥ ଅବରୋଧ, ଅଟକିଲା ଶହ ଶହ ଗାଡି

ଭଦ୍ରକ ଅଫିସ,୨୬ା୫ : ଭଦ୍ରକ ନିକଟ ମାଛ ମାର୍କେଟ ନିକଟ ଜାତୀୟ ରାଜପଥ ୧୬ରେ ମଙ୍ଗଳବାର ସକାଳେ ହଜାର ହଜାର ପ୍ରବାସୀ ଓଡ଼ିଆ ରାସ୍ତା ଅବରୋଧ...

ସାମାଜିକ ଦୂରତା ନିୟମ ମାନୁନାହାନ୍ତି ଲୋକେ: ମାଛ ମାର୍କେଟରେ ଅସମ୍ଭବ ଭିଡ଼

ବନ୍ତ,୧୯ା୪(ଡି.ଏନ୍‌.ଏ.): କରୋନା ମହାମାରୀ ରୋକିବା ପାଇଁ ସରକାର ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ଏହି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। ଅତ୍ୟାଶ୍ୟକୀୟ...

ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣା: ଥାନାରେ ଏତଲା

କେନ୍ଦୁଝର,୨୬।୧୦(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନାରେ ଖବରଦାତାଙ୍କୁ ପୋଲିସର ଦୁର୍ବ୍ୟବହାର ଘଟଣାକୁ ନେଇ ଶନିବାର ଥାନାରେ ଏତଲା ଦିଆଯାଇଛି। ବୈଦ୍ୟୁତିକ ଗଣମାଧ୍ୟମ କ୍ୟାମେରା ମ୍ୟାନ୍‌ ତନ୍ମୟ କୁମାର...

ଏସାର ଷ୍ଟିଲ ପାଇଁ ବଢୁଛି ଅଡୁଆ : ଶେଷ ହେବା ଅବସ୍ଥାରେ ଇବିଟିପିଏଲ୍‌ ଚୁକ୍ତି ଅବଧି

ପାରାଦୀପ,୧୭ା୮(ସ୍ବ.ପ୍ର.): ଦେଶର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ଏସାର ଷ୍ଟିଲ ଏବେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି। କମ୍ପାନୀର ଦେବାଳିଆସ୍ଥିତି ପାଇଁ ବ୍ୟାଙ୍କର୍ସମାନେ ବିକ୍ରି ପାଇଁ...

Advertisement
Archives

Model This Week