ଗରିବ ପିଲାଙ୍କୁ ଖାଦ୍ୟ ପୁଡ଼ିଆ ବାଣ୍ଟି ଚର୍ଚ୍ଚାରେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ଫିଲ୍ମ ବ୍ୟତୀତ ସାମାଜିକ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମାନଙ୍କ ମଧ୍ୟ କିଛି ଷ୍ଟାର ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ନଜିର ମଧ୍ୟ ରହିଛି। ସେହିପରି ଜଣେ ଷ୍ଟାର ହେଉଛନ୍ତି ଉର୍ବଶୀ ରୌତେଲା। ଯିଏକି ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି।
ଉର୍ବଶୀ ରାସ୍ତାକଡ଼ରେ ଗରିବ ପିଲାମାନଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଛନ୍ତି। ସେ ନିଜେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଉର୍ବଶୀ ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସେ ଅନେକ ସମୟରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏବେ ସେମିତି ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି, ସେ ରାସ୍ତାକଡ଼ରେ ଗିରବ ପିଲାମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି। ଏହି ଭିଡିଓଟିକୁ ସେ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଏକ ହଳଦିଆ ରଙ୍ଗର ଶୁଟ୍‌ ଏବଂ ମୁହଁରେ ମାସ୍କ ବାନ୍ଧିଥିବା ନଜର ଆସିଛନ୍ତି। କନ୍ୟା ପୂଜା ଅବସରରେ ଉର୍ବଶୀ ଏହି ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିବା କ୍ୟାପଶନ ଲେଖିଛନ୍ତି।

ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ପ୍ରଶଂସକମାନେ ଉର୍ବଶୀଙ୍କ ଏହି ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି। ଏଥିସହିତ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ପ୍ରଥମେ ଉର୍ବଶୀ ନେହାଙ୍କ ବିବାହରେ ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଗରିବଙ୍କୁ ଖାଦ୍ୟ ପୁଡ଼ିଆ ବଣ୍ଟନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରୋଜନ୍‌ ଭଉଣୀଙ୍କ ପାଇଁ କଣ୍ଠଦାନ କରିବେ ପ୍ରିୟଙ୍କା-ପରିଣୀତି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ହଲିଉଡ୍‌ ଫିଲ୍ମ ‘ଫ୍ରୋଜନ୍‌-୨’ର ହିନ୍ଦୀ ଭର୍ସନରେ କଣ୍ଠଦାନ କରୁଛନ୍ତି। ଏ ନେଇ ପ୍ରିୟଙ୍କା ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌...

କରୋନା ଭାଇରସ୍‌କୁ ରୋକିବା ପାଇଁ ଚାଇନା ଗଲେ ରାକ୍ଷୀ ସାଓ୍ବନ୍ତ

ଚାଇନାରେ କରୋନା ଭାଇରସ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ମୃତ୍ୟୁସଂଖ୍ୟା ୯୦୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୩୪,୮୦୦କୁ ବୃଦ୍ଧି ପାଇଛି। ଏହି...

ନିଜ ବାୟୋପିକ୍‌କୁ ନେଇ କ’ଣ କହିଲେ ସୋନୁ

ମୁମ୍ବାଇ: ରିଲ୍ ଲାଇଫର ଖଳନାୟକ ଆଜି ରିୟଲ ଲାଇଫର ହିରୋ । ଆଲୋଚନାକୁ ଆସୁଛନ୍ତି ବଲିଉଡ୍ କଳାକାର ସୋନୁ ସୁଦ । କରୋନାକୁ ନେଇ ଦେଶରେ...

୪୬ ବର୍ଷ ପରେ ଡିଗ୍ରୀ ହାସଲ କଲେ ଏହି ପ୍ରସିଦ୍ଧ ଭଜନ ଗାୟକ

ଭଜନ ଗାୟକରୁ ନିକଟରେ ଅଭିନେତା ସାଜିଥିବା ଅନୁପ ଜାଲୋଟା ୪୬ ବର୍ଷ ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଛନ୍ତି। ୧୯୭୪ରେ ଅନୁପ ଏଠାରୁ...

ଭାରତ ପାଇଁ ଖୁବ୍‌ଶୀଘ୍ର ଶତକ ମାରିବେ ଏହି କ୍ରିକେଟର: ଗାଭାସ୍କର

ନୂଆଦିଲ୍ଲୀ,୨୧।୮: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ...

ଓଟିଟି ପ୍ଲାଟଫର୍ମରେ ଦିଶାଙ୍କ ‘ମଲଙ୍ଗ’

ମୁମ୍ବାଇ: ବଲିଉଡ୍‌ର ହଟ୍‌ ନାୟିକା ଦିଶା ପାଟନୀଙ୍କ ଫିଲ୍ମ ‘ମଲଙ୍ଗ’ ଯେତେବେଳେ ଗତ ଫେବୃୟାରୀରେ ରିଲିଜ୍‌ ହୋଇଥିଲା ସେତେବେଳେ ଦିଶାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ...

ଏକଦା ବ୍ୟାକ୍‌ଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ ଏହି ଅଭିନେତ୍ରୀ , ବର୍ତ୍ତମାନର ପାରିଶ୍ରମିକ ଜାଣିଲେ…

ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ଅଭିନୟରେ ସମସ୍ତଙ୍କୁ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସେ ଚଳିତ ବର୍ଷ ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। କାଜଲ...

ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି।...

Advertisement


Archives

Model This Week