ବିସର୍ଜନ

ବିପ୍ଳବ

କାହାକୁ ଧରାପୃଷ୍ଠରୁ ଅନ୍ତିମ ବିଦାୟ ଦେବାର ମୁହୂର୍ତ୍ତ ଏତେ ଯନ୍ତ୍ରଣାଦାୟକ ଯେ ତାକୁ ଭାଷାରେ ପ୍ରକାଶ କରିବା ସହଜ ନୁହେଁ। ତାକୁ ପ୍ରକାଶିତ କରିବାର ମାଧ୍ୟମ କେବଳ ଅଶ୍ରୁ ହୋଇପାରେ। ଆଉ ଏହି ଅଶ୍ରୁର ଭାଷା କେବଳ ମଣିଷ ବୁଝେନି; ପଶୁ, ପକ୍ଷୀ, କୀଟ, ପତଙ୍ଗ ବି ବୁଝିବାକୁ ସକ୍ଷମ। କାହାକୁ ବିଦାୟ ଦେଇ ଯଦି କିଏ ଆହ୍ଲାଦିତ ହୁଏ, ସେ ହୁଏତ ତା’ର ଶତ୍ରୁ ହୋଇପାରେ ଅଥବା ଅମଣିଷ ହୋଇପାରେ। ସେ ଅମଣିଷ ବି ପଶୁ ସହିତ ତୁଳନୀୟ ନୁହେଁ। କାରଣ ପଶୁ ସ୍ନେହ, ପ୍ରେମର ମୂଲ୍ୟ ବୁଝେ ଆଉ କାହାକୁ ହରେଇ ଦୁଃଖୀ ହୋଇପାରେ। ମଣିଷକୁ ଛାଡ଼ି ଅନ୍ୟ କୌଣସି ଜୀବ କାହାର ଅନ୍ତିମ ବିଦାୟ ବେଳାରେ ଉତ୍‌ଫୁଲ୍ଲିତ ହେବାର ଦେଖାଯାଏ ନାହିଁ। ସେଥିପାଇଁ ବୋଧେ ଚିକେନ୍‌ ଦୋକାନ, ମଟନ୍‌ ଦୋକାନ ଆଉ କଂସେଇଖାନା ଆଗରେ ସଦାବେଳେ ଲମ୍ବା ଧାଡ଼ି ଲାଗିଥାଏ। କାହାର ଶବ ସଂସ୍କାର କାର୍ଯ୍ୟରେ ଆତ୍ମୀୟସ୍ବଜନ, ରକ୍ତ ସମ୍ପର୍କୀୟ ଆଉ ପାଖ ପଡ଼ୋଶୀ ପାଇଁ ଲୋଡ଼ାହୁଏ ନାଲିପାଣି। ଦେବଦେବୀଙ୍କ ବିସର୍ଜନ ବେଳେ ଲୋଡ଼ାହୁଏ ଅଶ୍ଳୀଳ ସଙ୍ଗୀତ, ଉଦଣ୍ଡ ନୃତ୍ୟ ଆଉ ମାତାଲ ମନ।
ଆମ ପୁରାଣ ଶାସ୍ତ୍ରଗୁଡ଼ିକୁ ଦୃଷ୍ଟି ନିକ୍ଷେପ କଲେ ଗୋଟିଏ ନିଷ୍କର୍ଷରେ ପହଞ୍ଚତ୍ପାରିବା ଯେ, ଧରାପୃଷ୍ଠରେ ଅଧିକାଂଶ ଦେବଦେବୀଙ୍କ ଆବିର୍ଭାବ ଆସୁରିକ ଶକ୍ତି ବା ନକାରାତ୍ମକ ଶକ୍ତିର ବିନାଶ ଆଉ ଧର୍ମର ସ୍ଥାପନା ପାଇଁ ହୋଇଥିଲା। ଯୁଗେ ଯୁଗେ ଧର୍ମର ଜୟ ଆଉ ପାପର କ୍ଷୟ, ଏଇ କଥାଟିକୁ ଆମର ବାରମ୍ବାର ସ୍ମରଣ କରେଇବା ପାଇଁ ବର୍ଷସାରା ଆମେ ଅନେକ ପର୍ବପର୍ବାଣି ପାଳନ କରୁ, ଦେବଦେବୀଙ୍କୁ ଆବାହନ କରୁ ଆଉ ତାଙ୍କର ପୂଜାର୍ଚ୍ଚନା କରି ଶେଷରେ ବିସର୍ଜନ କରୁ। କିନ୍ତୁ ଯେଉଁମାନେ ସେଇ ଦେବଦେବୀଙ୍କ ପାଇଁ ଗାଡ଼ି ଅଟକେଇ ଚାନ୍ଦା ଆଦାୟ କରନ୍ତି, ପେଣ୍ଡାଲ ସଜାନ୍ତି, ଦେବଦେବୀଙ୍କ ପ୍ରତିମା ସଜେଇ ବ୍ରାହ୍ମଣ ଡାକି ପ୍ରାଣପ୍ରତିଷ୍ଠା କରାନ୍ତି, ମାଇକ୍‌ ଲଗେଇ ଗୀତ ବଜାନ୍ତି, ପ୍ରତିମା ପଛପଟେ ମାଂସ ଆଉ ସୁରାର ଆୟୋଜନ କରନ୍ତି, ବିସର୍ଜନ ବେଳେ ଅଶ୍ଳୀଳ ସଙ୍ଗୀତ ବଜାନ୍ତି ଆଉ ପ୍ରାଣଘାତୀ ଡିଜେର ତାଳେତାଳେ ମଦ ପିଇ ଉଦଣ୍ଡ ନୃତ୍ୟ କରନ୍ତି, ସେମାନେ କ’ଣ ସେଇ ଦେବଦେବୀଙ୍କ ବିଷୟରେ ଜ୍ଞାନ ରଖିଥାନ୍ତି? ତାଙ୍କ ବିଷୟରେ ସେଇ କିଛି ଦିନ ହେଉ ପଛେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରି ଆଲୋଚନା କରାନ୍ତି କି? ନା ଆସୁରିକ ଶକ୍ତିର ବିନାଶ ପାଇଁ ଯେଉଁମାନଙ୍କର ଆବିର୍ଭାବ, ସେଇମାନଙ୍କ ସାମ୍‌ନାରେ ନିଜ ନିଜ ଆସୁରିକପଣର ପ୍ରଦର୍ଶନ କରାନ୍ତି?
ତୁମର କେହି ଆତ୍ମୀୟସ୍ବଜନ ତୁମଠୁଁ ବିଦାୟ ନେବାବେଳେ ତୁମେ ଦୁଃଖୀ ହୋଇପଡ଼। ଆଖି ଛଳଛଳ କର, ମନ ଭାରାକ୍ରାନ୍ତ ହୋଇଯାଏ, ହୃଦୟ ବତୁରିଯାଏଁ। ତମେ ଭିତରେ ଭିତରେ ଭାଙ୍ଗିପଡ଼, ଅଥଚ ତମ ଦେବଦେବୀଙ୍କ ଅନ୍ତିମ ବିଦାୟ ବେଳରେ ତମେ ବିବେକହୀନ ହୋଇଯାଅ କେମିତି? ମଣିଷପଣିଆର ବିସର୍ଜନ କରିଦିଅ କେମିତି! ଯେଉଁ ଦେବଦେବୀଙ୍କର ପ୍ରାଣ ପ୍ରତିଷ୍ଠା ଲାଗି ମାସ ମାସ ଆଗ୍ରହ ସହକାରେ ଅପେକ୍ଷାକର, ମନ୍ତ୍ରପାଠରେ ପବିତ୍ର କରାଅ, ସେଇମାନଙ୍କ ବିଦାୟବେଳରେ ତମ ଆଖିରେ ଲୁହ ନ ଥାଏ, ଏ କେମିତି ମାନସିକତା ତୁମର? ଏଇଆ କ’ଣ ତୁମ ଧର୍ମ, ତୁମ ବିବେକ ବିଚାର? ତମେ ନିଜେ ଯଦି ନିଜ ଧର୍ମକୁ ସମ୍ମାନ ଦେବନି, ଦେବଦେବୀଙ୍କୁ ସମ୍ମାନ ଦେବନି, ତେବେ ଭିନ୍ନ ସମ୍ପ୍ରଦାୟ ବା ଧର୍ମର ଲୋକ ତୁମ ଦେବଦେବୀଙ୍କୁ କେମିତି ସମ୍ମାନ କରିବେ? ଏ ପ୍ରଶ୍ନ କ’ଣ କାହାକୁ ଆନ୍ଦୋଳିତ କରେନି?
ପ୍ରାକ୍‌ ସ୍ବାଧୀନତା କାଳରେ ହିନ୍ଦୁମାନଙ୍କୁ ଏକଜୁଟ କରିବା ପାଇଁ ବାଲ୍‌ ଗଙ୍ଗାଧର ତିଳକ ଗୋଟିଏ ଯୋଜନା କରିଥିଲେ। ସେଥିପାଇଁ ମହାରାଷ୍ଟ୍ରରେ ସେ ବିନାୟକଙ୍କ ପୂଜା ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା ଧର୍ମୀୟ ବାତାବରଣ ସୃଷ୍ଟି କରିବା ସହିତ ହିନ୍ଦୁମାନଙ୍କୁ ସଙ୍ଗଠିତ କରି ଇଂରେଜମାନଙ୍କ ବିରୋଧରେ ଲଢ଼ିବା। ସେଥିପାଇଁ ଆଜି ବୋଧେ ମହାରାଷ୍ଟ୍ରର ଗଣେଶ ପୂଜା ଭାରତ ପ୍ରସିଦ୍ଧ। ହେଲେ ଆଜିର ଯୁବ ସମାଜ ନିଜ ପର୍ବପର୍ବାଣି ପାଳନର ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇ ପୂଜାକୁ ଉପଭୋଗ ସର୍ବସ୍ବ ପର୍ବରେ ବଦଳେଇ ଦେଲେଣି। ସବୁଠି ତା’ର ମନୋରଞ୍ଜନ ଲୋଡ଼ା। ଜୀବନକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀ ବୁଲ, ସିନେମା ଦେଖ, ଯାତ୍ରା ଦେଖ, ମେଲୋଡ଼ି ଦେଖ, ଗୀତ ଶୁଣ ଏ ସବୁ ଠିକ୍‌ ଅଛି। ମନୋରଞ୍ଜନର ଭରପୂର ସୁଯୋଗ ଉପଲବ୍ଧ ଥିବା ବେଳେ ଗୋଟିଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ କେମିତି ଏମିତି ଶସ୍ତା ଚିନ୍ତା କରିପାରେ ମଣିଷ! ପ୍ରତିଟି ଧର୍ମୀୟ ବାତାବରଣରେ ତା’ର ମଦ ଦରକାର, ଭୋଜି ଦରକାର ଆଉ ପ୍ରତିଟି ବିସର୍ଜନରେ ତା’ର ଦ୍ବିଅର୍ଥବୋଧକ ସଙ୍ଗୀତ ଦରକାର, ଉଦଣ୍ଡ ନୃତ୍ୟ ଦରକାର! ଏ ପ୍ରତିମା ବିସର୍ଜନ ନା ନିଜ ମଣିଷପଣିଆର ବିସର୍ଜନ?
ଆସୁରିକ ଶକ୍ତିର ବିନାଶ ପାଇଁ, ଜଗତର କଲ୍ୟାଣ ପାଇଁ ଯେଉଁମାନଙ୍କର ଆବିର୍ଭାବ; ତମେ ସେଇମାନଙ୍କ ସାମ୍ନାରେ ନିଜର ଆସୁରିକ ଶକ୍ତିର ପ୍ରଦର୍ଶନ କରିବ! ଏହାଠୁ ଦୁର୍ଭାଗ୍ୟପୂର୍ଣ୍ଣ କଥା କ’ଣ ଥାଇପାରେ? ତମେ ଯଦି ମନୋରଞ୍ଜନ ବେଳେ ଧର୍ମକଥା ଚିନ୍ତା କରୁନ, ତେବେ ଧର୍ମକାମରେ ମନୋରଞ୍ଜନ ଚିନ୍ତା କାହିଁକି କରୁଛ? ଗୋଟିଏ ଆଧ୍ୟାତ୍ମିକ ବାତାବରଣ ଯେଉଁ ଶାନ୍ତି, ଯେଉଁ ସୁଖ ପ୍ରଦାନ କରେ ତାହା ଅନେକ ଅଶୁଭ ଚିନ୍ତା ବିସର୍ଜନର କାରଣ ହୋଇଥାଏ। ଅତଏବ କାହାର ବିସର୍ଜନ ଶୋଭାଯାତ୍ରାରେ ମଣିଷପଣିଆର ବିସର୍ଜନ ନ ହେଉ, ଅନ୍ତତଃପକ୍ଷେ ମଣିଷଟିଏ ତା’ ଜୀବନରେ ଏଇ ଗୋଟିଏ ସଂକଳ୍ପ ନେଉ।
ମକୁନ୍ଦପୁର, ବାଙ୍କୀ
ମୋ: ୯୪୩୭୪୬୮୦୧୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri