ଖରାଛୁଟିକୁ ନେଇ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୨୨ା୪: ଚଳିତବର୍ଷ ଜୁନ ୧ରୁ ୧୬ ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି ଘୋଷଣା ହୋଇଥିବା ବେଳେ ଜୁନ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ହେବ ଖରାଛୁଟି। ତେବେ ଜୁନରେ ଖରାଛୁଟିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ମେ’ରେ ପ୍ରଚଣ୍ଡ ଖରାରେ ପିଲାମାନେ କିପରି ସ୍କୁଲ ଯିବେ, କୌଣସି ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ହେଲେ କିଏ ଉତ୍ତରଦାୟୀ ରହିବ ବୋଲି ଅଭିଭାବକମାନେ କହିଛନ୍ତି। ତେଣୁ ଜୁନ ପରିବର୍ତ୍ତେ ମେ’ରେ ଖରାଛୁଟି କରିବା ଲାଗି ଅଭିଭାବକ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଅଭିଭାବକ ଗୋପାଳ ଦାସ କୁହନ୍ତି, ଏପ୍ରିଲରେ ଖରାର ପ୍ରଭାବ ଅଧିକ ରହିଛି। ଦିନରେ ତାପମାତ୍ରା ପ୍ରାୟ ୩୮ ଡିଗ୍ରୀ ଉପରେ ରହୁଛି। ମେ’ରେ ଏହା ଅଧିକ ରହିବ। ଏହି ସମୟରେ ଅଧିକ ଖରା ଓ ଗୁଳୁଗୁଳି ହୋଇଥାଏ। ବୁଦ୍ଧିଜୀବୀ ଶକ୍ତିଶଙ୍କର ମିଶ୍ର କୁହନ୍ତି, ମେ’ରେ ପ୍ରଚଣ୍ଡ ଖରା ହୋଇଥାଏ। ପିଲାଙ୍କ ଯିବାଆସିବାରେ ଅସୁବିଧା ହୋଇପାରେ। ସେହିପରି ବରିଷ୍ଠ ନାଗରିକ ରାମଶଙ୍କର ସମାନ ଅଭିଯୋଗ ଆଣିଛନ୍ତି। ସରକାର ନିଜ ନିଷ୍ପତ୍ତି ତର୍ଜମା କରନ୍ତୁ ବୋଲି କହିଛନ୍ତି। ବରିଷ୍ଠ ବୁଦ୍ଧିଜୀବୀ ଜ୍ଞାନ ରଞ୍ଜନ ଦାଶ, ଆଇନଜୀବୀ ବସନ୍ତ ଦାସ କୁହନ୍ତି, ମେ’ରେ ତାପମାତ୍ରା ଅଧିକ ରହିଥାଏ। ଜୁନରେ ମୌସୁମୀ ପ୍ରବେଶ କରିଥାଏ, ତେଣୁ ତାପମାତ୍ରା ହ୍ରାସ ପାଇଥାଏ। ମେ’ରେ ଖରାଛୁଟି କରିବାକୁ କହିଛନ୍ତି। ଅଭିଭାବକ ତପନ ସାମନ୍ତରାୟ, ସାମାଜିକ କର୍ମୀ ଶୁଭ୍ରରଞ୍ଜନ ଦାସ, ଦାଶରଥି ଦାସ କୁହନ୍ତି, ବର୍ତ୍ତମାନ ଖରା ଅସହ୍ୟ ହେଲାଣି। ପୂର୍ବାହ୍ନ ୧୦ଟା ପରେ ଘରୁୁ ପଦାକୁ ବାହାରି ହେଉନି। ଆଗକୁ ଖରା ବଢିବ। ମେ’ରେ ତାପମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି। ଏହି ସମୟରେ ପିଲାମାନେ ସ୍କୁଲରେ ପାଠ ପଢ଼ିବା ସମ୍ଭବପର ନୁହଁ। ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ମେ’ ମାସ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉ। ଜୁନରେ ତାପମାତ୍ରା କମିଲେ ପିଲାଙ୍କ ପାଠପଢ଼ା କରାଯାଉ। ଅନ୍ୟପଟେ ବରିଷ୍ଠ ସାମାଜିକ କର୍ମୀ ପ୍ରଭାତ ମିଶ୍ର, ଆଇନଜୀବୀ ଅଜିତ ପଟ୍ଟନାୟକ କୁହନ୍ତି, ଖରାକୁ ଡରି ଅଭିଭାବକମାନେ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ପିଲାଙ୍କୁ ପାଠ ପଢିବାକୁ ଛାଡିବା ନେଇ ଆଶଙ୍କା ରହିଛି। ଖରାର ପ୍ରଭାବକୁ ଦୃଷ୍ଟିରେ ରଖି ଜୁନ ପରିବର୍ତ୍ତେ ମେ’ରେ ଖରାଛୁଟି କରାଯାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri