ଅବ୍ୟବସ୍ଥା ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୮।୩:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍‌ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଚିକିତ୍ସା ପାଇଁ ବାରମ୍ବାର ଛୁଟିରେ ଯାଉଥିବାରୁ ଏହି ସେବା ଏକପ୍ରକାର ଠପ୍‌ ହୋଇଯାଇଥିବା ଅଭିଯୋଗ ହେଉଛି। ଦୀର୍ଘଦିନ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ନେଇ ଏପରି ଅବ୍ୟବସ୍ଥା ଯୋଗୁ ମହିଳା ରୋଗୀମାନେ ବାଧ୍ୟ ହୋଇ ଘରୋଇ ମେଡିକାଲ ଯାଇ ଖର୍ଚ୍ଚାନ୍ତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ନଭେମ୍ବରରୁ ଜିଲା ମୁଖ୍ୟ ଚିକିତ୍ସାଳୟର ୬ଷ୍ଠ ମହଲାରେ ଥିବା ଅଲଟ୍ରାସାଉଣ୍ଡ ପ୍ରକୋଷ୍ଠ ବାରମ୍ବାର ବନ୍ଦ ରହୁଛି। ସ୍ବାମୀ ଅସୁସ୍ଥ ଥିବାରୁ ସମ୍ପୃକ୍ତା ମହିଳା ଡାକ୍ତର ୪ ମାସ ଛୁଟିରେ ଥିଲେ। ମାର୍ଚ୍ଚ ଶେଷ ଆଡକୁ ସେ କାର୍ଯ୍ୟରେ ଯୋଗଦେଇଥିଲେ ମଧ୍ୟ ନିୟମିତ ଡ୍ୟୁଟିକୁ ଆସିପାରୁ ନାହାନ୍ତି। ସ୍ବାମୀଙ୍କ ଅଧିକ ଚିକିତ୍ସା ନିମନ୍ତେ ସେ ବିଭିନ୍ନ ସମୟରେ ଛୁଟିରେ ଯାଉଛନ୍ତି। ତେଣୁ ଉକ୍ତ ଅଲଟ୍ରାସାଉଣ୍ଡ ପ୍ରକୋଷ୍ଠରେ ତାଲା ଝୁଲାଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଏହି ସେବା ମିଳୁଥିବାରୁ ଦୈନିକ ବହୁ ସଂଖ୍ୟକ ଗର୍ଭବତୀ ଏଠାକୁ ଆସୁଛନ୍ତି। କିନ୍ତୁ ଅବ୍ୟବସ୍ଥା ଦୂର କରାଯାଉ ନ ଥିବାରୁ ମେଡିକାଲରେ ଥିବା ଡାକ୍ତରମାନେ ଅଲଟ୍ରାସାଉଣ୍ଡ ଆବଶ୍ୟକ କରୁଥିବା ଗର୍ଭବତୀ ଓ ମହିଳା ରୋଗୀଙ୍କୁ ଘରୋଇ ମେଡିକାଲ ନଚେତ ଅନ୍ୟ ପାଥୋଲାବକୁ ପଠାଇ ଦେଉଛନ୍ତି। ଏଥିଯୋଗୁ ରୋଗୀମାନଙ୍କୁ ଶତାଧିକ ଟଙ୍କା ଦେବାକୁ ପଡ଼ୁଛି। ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନାରେ ଗର୍ଭ ଧାରଣର ତୃତୀୟ ପର୍ଯ୍ୟାୟରେ ଅଲଟ୍ରାସାଉଣ୍ଡ ପାଇଁ ମାସିକ ୨ ଶହ ଗର୍ଭବତୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। କିନ୍ତୁ ଏଠାରେ ଅବ୍ୟବସ୍ଥା ଯୋଗୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଅନ୍ୟ ଡାକ୍ତରଙ୍କୁ ଏହି ବିଭାଗରେ ନିଯୁକ୍ତି କରାଯାଇ ଅସୁବିଧା ଦୂର କରିବାକୁ ଦାବି ହେଉଛି।

ନର୍ସିଂହୋମ ସହ ଚୁକ୍ତି କରାଯିବ
ଏକ ଘରୋଇ ନର୍ସିଂହୋମ ସହ ଚୁକ୍ତି କରାଯିବ। ମୁଖ୍ୟ ଚିକିତ୍ସାଳୟକୁ ଅଲଟ୍ରାସାଉଣ୍ଡ ପାଇଁ ଆସୁଥିବା ରୋଗୀଙ୍କୁ ସେଠାକୁ ପଠାଯିବ। ଏ ବାବଦ ଅର୍ଥ ମେଡିକାଲ ପକ୍ଷରୁ ପୈଠ କରାଯିବ। ମେଡିକାଲ ଆଉଟ୍‌ଡୋର ଓ ଇନ୍‌ଡୋରରେ ଡାକ୍ତର ଏବଂ ରୋଗୀଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯିବା ବ୍ୟବସ୍ଥା ହେବ।
– ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ

ରୋଗୀ ଶୋଷଣର ଶିକାର ହେଉଛନ୍ତି
ସରକାରୀ ମେଡିକାଲରେ ବିନା ମୂଲ୍ୟରେ ରୋଗୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ବିଭାଗରେ ଆଉ ଜଣେ ଡାକ୍ତର ନିଯୁକ୍ତି ଦିଆଗଲେ ଅସୁବିଧା ଦୂରହୋଇପାରନ୍ତା। କିନ୍ତୁ ତାହା କରାଯାଉ ନ ଥିବାରୁ ରୋଗୀ ଶୋଷଣର ଶିକାର ହେଉଛନ୍ତି।
-ସୁଭଦ୍ରା ନାୟକ, ଅନୁଗୋଳ

ଲାଭ ଉଠାଉଛନ୍ତି କେତେଜଣ ଡାକ୍ତର
ଅଲଟ୍ରାସାଉଣ୍ଡ ପାଇଁ ଦୈନିକ ବହୁ ରୋଗୀ ମୁଖ୍ୟ ଚିକିତ୍ସାଳୟ ଆସୁଛନ୍ତି। କିନ୍ତୁ ଏଠାରେ ଅବ୍ୟବସ୍ଥା ଯୋଗୁ ସେମାନଙ୍କୁ ଘରୋଇ ମେଡିକାଲ ପଠାଇ କେତେଜଣ ଡାକ୍ତର ଆର୍ଥିକ ଭାବେ ଉପକୃତ ହେଉଛନ୍ତି। ଦୀର୍ଘଦିନ ହେଲା ରୋଗୀମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ।
-ପ୍ରଣତୀ ସାହୁ, ଅନୁଗୋଳ

ସବୁ ଜାଣି ଅଜଣା
ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଅବ୍ୟବସ୍ଥା ରହିଛି। ବାରମ୍ବାର ରୋଗୀମାନେ ଅଭିଯୋଗ କରୁଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ସବୁ ଜାଣିଶୁଣି କର୍ତ୍ତୃପକ୍ଷ ଅଜଣା ଭଳି ନୀରବ ରହୁଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଯଥାରେ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି।
-ମନସା ମୋଦି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri