ବିପଦ ମୁହଁରେ ୨୫ ଗାଁ

ଲଙ୍ଗଳେଶ୍ୱର, ୧୮।୩ (ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁ ବିଭିନ୍ନ ସ୍ଥାନରେ ତଟକ୍ଷୟ ହେବାରେ ଲାଗିଛି। ବାଲେଶ୍ୱର ଜିଲା ବାଲିଆପାଳବାସୀଙ୍କ ପାଇଁ ଏହାର ଦୁଃଖର କାରଣ ହୋଇଛି। ସମୁଦ୍ର ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୨୫ରୁ ଉର୍ଦ୍ଧ୍ୱ ଗାଁ ଏବେ ବିପଦ ମୁହଁରେ ରହିଛି। ହେକ୍ଟର ହେକ୍ଟର ଝାଉଁ ଜଙ୍ଗଲ ଧରାଶାୟୀ ହୋଇଗଲାଣି। ଏବେଠୁ କିଛି ପଦକ୍ଷେପ ନିଆ ନ ଗଲେ ପରିସ୍ଥିତି ଭୟଙ୍କର ହେବାର ଆଶଙ୍କା କରି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।
ସମୁଦ୍ର ପତ୍ତନଠାରୁ ୫ଫୁଟ୍‌ ତଳେ ବାଲିଆପାଳ ବ୍ଲକ ଜମ୍ଭିରାଇ, ପଞ୍ଚୁପାଲି, ବୋଳଂ, ସାଉଡ଼ି ଏବଂ କଷାଫଳ ପଞ୍ଚାୟତ ରହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏବେ ଯେଉଁଠି ସମୁଦ୍ର ଅଛି ଆଗରୁ ସେଠାରେ ଝାଉଁ ଜଙ୍ଗଲ ଥିଲା। ସମୟକ୍ରମେ ସମୁଦ୍ର କୂଳ ଲଙ୍ଘି ସବୁକିଛି କରାଳ ଗର୍ଭରେ ଲୀନ ହୋଇଗଲାଣି। କୂଳ ଖାଉଥିବା ସ୍ଥାନରେ ତଟ ସୁରକ୍ଷା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରକଳ୍ପ ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ତାହା ଏବେ ଶୀତଳଭଣ୍ଡାରରେ ରହିଛି। ଜୁଆରିଆ ତିଥିରେ ସମୁଦ୍ର ଅଧିକ କୂଳ ଖାଉଥିବାରୁ ଉପକୂଳବର୍ତ୍ତୀ ୫ଟି ପଞ୍ଚାୟତର ୩୦ହଜାରରୁ ଊର୍ଦ୍ଧ୍ୱ ଲୋକ ଭୟ ଓ ଆତଙ୍କ ମଧ୍ୟରେ ଦିନ ବିତାଉଛନ୍ତି। ଏବେଠୁ ସୁରକ୍ଷା ବ୍ୟବସ୍ଥା ନ କଲେ ଏକର ଏକର ଚାଷଜମି ଏବଂ ପାନବରଜ ସବୁ ସମୁଦ୍ର ଗର୍ଭକୁ ଚାଲିଯିବ। ସମୁଦ୍ର ଉପକୂଳରେ ଥିବା ବାଲିବନ୍ଧକୁ ସୁରକ୍ଷିତ ରଖିବା ପାଇଁ ବନବିଭାଗ ପକ୍ଷରୁ ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା। ସାମୁଦ୍ରିକ ବାତ୍ୟା ଯୋଗୁ ସୃଷ୍ଟି ହେଉଥିବା ଢ଼େଉ ଏବଂ ଜୁଆର ମାଡ଼ରେ ବର୍ଷକୁ ପ୍ରାୟ ୫୦ଫୁଟ୍‌ରୁ ଊର୍ଦ୍ଧ୍ୱ ବାଲି ବନ୍ଧ ଧୋଇ ହୋଇଯାଉଛି। ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଜଳସେଚନ ବିଭାଗ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପଥର ଡମ୍ପିଂ ସହ ସୁରକ୍ଷା ପାଚେରି ନିର୍ମାଣ ପାଇଁ ୨୦୧୬ରେ ୧୧କୋଟି ଟଙ୍କାର ଏକ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ପ୍ରକଳ୍ପର ଗୁରୁତ୍ୱକୁ ଦେଖି ରାଜ୍ୟ ସରକାରଙ୍କ ୧୧୯ତମ ବୈଷୟିକ ପରାମର୍ଶଦାତା କମିଟି ଅନୁମୋଦନ ଦେଇଥିଲା। ମାତ୍ର ଅର୍ଥ ମଞ୍ଜୁର ହୋଇ ନ ଥିବାରୁ ଅଦ୍ୟାବଧି ୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଯୋଜନା ଏବେ ବି ଫାଇଲ୍‌ ଭିତରେ ପଡ଼ିରହିଛି। ଯଦି ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରା ନ ଯାଏ ତେବେ ଆସନ୍ତା ଦିନରେ ଉପକୂଳବର୍ତ୍ତୀ ଗାଁଗୁଡ଼ିକ ସମୁଦ୍ର ଗର୍ଭରେ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଯିବାର ଆଶଙ୍କା ରହିଛି।
ଏ ସମ୍ପର୍କରେ ବାଲେଶ୍ୱର ଜିଲା ଜଳସେଚନ ଉପଖଣ୍ଡର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ପ୍ରଭାସ ପ୍ରଧାନ କହିଛନ୍ତି, ପ୍ରକଳ୍ପ ନିର୍ମାଣ ପାଇଁ ବେଷୟିକ ପରାମର୍ଶଦାତା କମିଟି ଅନୁମୋଦନ କରିଥିଲେ ସୁଦ୍ଧା ଅର୍ଥ ମଞ୍ଜୁର ହୋଇ ନ ଥିବାରୁ କାର୍ଯ୍ୟ ଆରମ୍ଭ ହୋଇନାହଁି। ତେବେ ଲୋକମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବାକୁ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ନାୟକ, ଅଧିର କୁମାର ମଣ୍ଡଳ, ଭାନୁଚରଣ ଜେନା, ଗୋକୂଳ ଚନ୍ଦ୍ର ମହାନ୍ତି, ରବୀନ୍ଦ୍ର ମଣ୍ଡଳ, ନିତ୍ୟାନନ୍ଦ ମଣ୍ଡଳ, ସୁରେଶ ଚନ୍ଦ୍ର ମଣ୍ଡଳ, ସୁଶାନ୍ତ ମଣ୍ଡଳ, ସୁବାସ ମଣ୍ଡଳ, ନନିଗୋପାଳ ଦାସ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri