କଟକ,୨୫।୬( ସୁପ୍ରିୟା ପ୍ରିୟଦର୍ଶିନୀ)ଆସନ୍ତା ଜୁଲାଇ ୧ରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ଉକ୍ତ ଦିନ ପରୀକ୍ଷାର୍ଥୀମାନେ ଦୁଇଟି ପେପର ପରୀକ୍ଷା ଦେଇପାରିବେ। କିଛି ପରୀକ୍ଷାର୍ଥୀ ପେପର-୧ ଗୋଟିଏ ସ୍ଥାନରେ ଏବଂ ପେପର-୨ ଆଉ ଏକ ସ୍ଥାନରେ ଦେବା ପାଇଁ ସ୍ଥିର ହୋଇଛି। ଗୋଟିଏ ଦିନରେ ଦୁଇଟି ଭିନ୍ନ ସ୍ଥାନରେ କିପରି ପରୀକ୍ଷା ଦେବେ ତାହାକୁ ନେଇ ପରୀକ୍ଷାର୍ଥୀମାନେ ଚିନ୍ତାରେ ପଡିଛନ୍ତି। ତେବେ ପରୀକ୍ଷାର୍ଥୀମାନେ ସେମାନଙ୍କ ସମସ୍ୟା ଜଣାଇବା ପାଇଁ ବୋର୍ଡ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। କିନ୍ତୁ ଏହି ନମ୍ବରକୁ ଯୋଗାଯୋଗ କଲେ କେହି ଫୋନ୍ ଉଠାଉ ନ ଥିବା କେତେଜଣ ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧ ତାରିଖ ପୂର୍ବାହ୍ନ ୮ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପେପର-୧ ଓ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢେ ୨ଟା ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଗୋଟିଏ ଦିନରେ ଦୁଇଟି ପେପର ପରୀକ୍ଷା ହେବାକୁ ଥିବାବେଳେ ପରୀକ୍ଷା କେନ୍ଦ୍ରର ସ୍ଥାନ ଭିନ୍ନ ରହିଛି। ଉଦାହରଣ ସ୍ବରୂପ ପେପର-୧ ପରୀକ୍ଷା ପାଇଁ କଟକରେ କେନ୍ଦ୍ର ହୋଇଥିବାବେଳେ ପେପର-୨ ପରୀକ୍ଷା ପାଇଁ ଜଗତ୍ସିଂହପୁରରେ କେନ୍ଦ୍ର ହୋଇଛି। ତେଣୁ ଏଭଳି ସ୍ଥିତିରେ ଅନେକ ପରୀକ୍ଷାର୍ଥୀ ପେପର-୨ ପରୀକ୍ଷା ଦେବାରୁ ବଞ୍ଚିତ ହେବା ସମ୍ଭାବନା ରହିଛି। କେତେଜଣ ପରୀକ୍ଷାର୍ଥୀ ଶନିବାର ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଏ ନେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ବୋର୍ଡ ଦ୍ୱାରା କୌଣସି ତ୍ରୁଟି ହୋଇନାହିଁ। ଯଦି କୌଣସି ପରୀକ୍ଷାର୍ଥୀ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପତ୍ରରେ ପରୀକ୍ଷା ଦେବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ଫର୍ମପୂରଣ କରିବା ସମୟରେ ଉଭୟ ପତ୍ର ପରୀକ୍ଷାରେ ପଞ୍ଜୀକରଣ ନମ୍ବରକୁ ଦାଖଲ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ବହୁ ପରୀକ୍ଷାର୍ଥୀ ପ୍ରଥମ ପତ୍ରର ପଞ୍ଜୀକରଣ ନମ୍ବର ଦେଇଥିବାବେଳେ ସେହି ପଞ୍ଜୀକରଣ ନମ୍ବରକୁ ଦ୍ୱିତୀୟ ପତ୍ର ପରୀକ୍ଷା ଫର୍ମପୂରଣବେଳେ ଦେଇନାହାନ୍ତି। ଯେଉଁଥିପାଇଁ ଭିନ୍ନ ଭିନ୍ନ ପରୀକ୍ଷା କେନ୍ଦ୍ର ସେମାନଙ୍କର ରହିଛି। ଯେଉଁମାନେ ଠିକ୍ ଭାବେ ନିୟମାବଳୀ ଅନୁସାରେ ଫର୍ମପୂରଣ କରିଛନ୍ତି, ସେମାନଙ୍କର ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଛି। ତେବେ ଏହି ଅସୁବିଧା ପରୀକ୍ଷାର୍ଥୀଙ୍କ ଦ୍ୱାରା ହୋଇଥିବାବେଳେ କିପରି ଦୂର କରାଯାଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ହାଜରା କହିଛନ୍ତି।
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…
ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍. ଉଦୟଗିରି ଥାନା…
IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍ଦାର ବିଜୟ ଦେଲେ ସମୀର ରିଜଭୀ…
ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…
ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…
ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…
ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…
ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍। ମଙ୍ଗଳବାର ଅପରାହ୍ନ ପ୍ରାୟ…
ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’
ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…
ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ
ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…
ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…
ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…
Archives

