ପୋଷ୍ଟ ଅଫିସ ସ୍ଥାନାନ୍ତରଣ ନେଇ ଅସନ୍ତୋଷ

ବ୍ରହ୍ମପୁର ଅଫିସ୍‌,୩୦ା୧୨: ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ବ୍ରଜନଗରରେ ଅବସ୍ଥିତ ଆଇପିପିବିଏସ୍‌ (ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ସର୍ଭିସ) କ୍ଷମତା ଧାରଣକ୍ଷମ ପୋଷ୍ଟ ଅଫିସକୁ ଅନ୍ୟତ୍ର ସ୍ଥାନାନ୍ତର ନେଇ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବ୍ରଜନଗର ଉନ୍ନୟନ ପରିଷଦ ପକ୍ଷରୁ ବୁଧବାର ଏକ ସ୍ମାରକପତ୍ର ପୋଷ୍ଟ ମାଷ୍ଟର ଜେନେରାଲଙ୍କ ଉଦ୍ଦେଶ୍ୟରେ ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥିତ ମୁଖ୍ୟ ଡାକଘର ବରିଷ୍ଠ ଉପନିରୀକ୍ଷକ ଚକ୍ରଧର ନାୟକଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ଉଲ୍ଲେଖ ରହିଛି, ଉକ୍ତ ପୋଷ୍ଟ ଅଫିସଟି ସ୍ଥାନୀୟ ବାସିନ୍ଦାଙ୍କ ଅନେକ ଦିନର ସଂଘର୍ଷ ଓ ଦାବି ପରେ ଅନୁମୋଦିତ ହୋଇ ଦୀର୍ଘ ୧୦ ବର୍ଷ ହେଲା ସ୍ଥାପନ ହେବାଠାରୁ ସେଠାରେ କାର୍ଯ୍ୟ କରି ଆସୁଛି। ବର୍ତ୍ତମାନ ପୋଷ୍ଟ ଅଫିସଟି ଯେଉଁଠାରେ କାର୍ଯ୍ୟ କରୁଛି ଗମନାଗମନ ଓ ଯୋଗାଯୋଗ ଦୃଷ୍ଟିରୁ ସମ୍ପୂର୍ଣ୍ଣ ସହଜ। ଏହା ସୁବିଧାଜନକ ସ୍ଥାନରେ ମଧ୍ୟ ରହିଛି। ବ୍ରଜନଗର ବାସିନ୍ଦା ସମେତ ଶ୍ରୀମା ନଗର, କାଳୁଆ ନଗର, ଗୋବିନ୍ଦ ବିହାର, ବସନ୍ତ ବିହାର, ଖାରବେଳ ନଗର, ବାପୁଜୀ ନଗର, ବ୍ରହ୍ମା ନଗର, ସିଦ୍ଧାର୍ଥ ନଗର,ମେଡିକାଲ ବ୍ୟାଙ୍କ କଲୋନୀ ବାସିନ୍ଦା ଏହା ଉପରେ ନିର୍ଭର କରନ୍ତି। ଏଠାରେ ସ୍ଥାୟୀ ଜମାଠାରୁ ଆରମ୍ଭ କରି ସୁକନ୍ୟା ଯୋଜନା ଏବଂ ଅନେକ ବରିଷ୍ଠ ନାଗରିକ ତଥା ପେନସନ୍‌ଧାରୀଙ୍କ ଖାତା ରହିଛି। ଏହି ଶାଖାକୁ କୌଣସି କାରଣ ନ ଥାଇ କର୍ତ୍ତୃପକ୍ଷ ଯଦି ଏଠାରୁ ସ୍ଥାନାନ୍ତର କରନ୍ତି ବ୍ରଜନଗର ଉନ୍ନୟନ ପରିଷଦ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛନ୍ତି। ସ୍ମାରକ ପତ୍ର ପ୍ରଦାନ ସମୟରେ ପରିଷଦ ସଭାପତି ଶିବ ପ୍ରସାଦ ମିଶ୍ର, ସମ୍ପାଦକ ସଞ୍ଜୀବ କୁମାର ପଟ୍ଟନାୟକ, ସହସମ୍ପାଦକ ବି.ଭି.ସାଗର, ଯୁଗ୍ମ ସମ୍ପାଦକ ଟି. ସୁଦେଶ କୁମାର ପାତ୍ରଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri