ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅସନ୍ତୁଷ୍ଟ ଅଡୁଆ

ଜଗତ୍‌ସିଂହପୁର ଅଫିସ, ୧୫ା୨:ତିର୍ତ୍ତୋଲ ଜିଲା ପରିଷଦ ୩ ନଂ. ଜୋନର ସ୍ବତନ୍ତ୍ରତା ଅଛି। କାରଣ ଏହି ଜୋନ ଅନ୍ତର୍ଗତ ବିରିତୋଳ ପଞ୍ଚାୟତରୁ ୨ ଜଣ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରାଙ୍କ ଭାଇ। ଅନ୍ୟପକ୍ଷେ ୨୦୧୭ ନିର୍ବାଚନରେ ଜୋନ ଅନ୍ତର୍ଗତ ୮ରୁ ୪ଟି ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଜିତିଥିଲେ। ବଡ କଥା ହେଲା ଜିଲା ପରିଷଦ ସଭ୍ୟ ପଦ କ୍ଷେତ୍ରରେ କିନ୍ତୁ ବିଜେଡି ପ୍ରାର୍ଥୀଙ୍କୁ ଭଲ ଭୋଟ ମିଳିଥିଲା। କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଆଶା କରାଯାଉଥିଲେ ସୁଦ୍ଧା ତାହା ହୋଇ ନ ଥିଲା। ଭାଜପା ପ୍ରାର୍ଥୀ ୨ୟ ସ୍ଥାନରେ ରହି ସମୀକରଣ ଓଲଟପାଲଟ କରି ଦେଇଥିଲେ। ଆଗାମୀ ନିର୍ବାଚନରେ ଏହି ଜୋନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।
ତିର୍ତ୍ତୋଲ ୩ନଂ. ଜୋନଟି ଗତଥର ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଏହି ଜୋନ କହିଲେ, ବିରିତୋଳ, ଗୋପାଳପୁର, ଗୋବିନ୍ଦପୁର, କନକପୁର, ମୂଳିସିଂହ, ପଟିଲୋ, କୋଷ୍ଟିମଲ୍ଲିକାପୁର ଓ ସଅଁରା ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନର ଭୋଟର ସଂଖ୍ୟା ୩୨୩୪୮ ଥିଲା। କିନ୍ତୁ ଏଥର ଅଧିକ ୨୯୩୧ ଜଣ ଯୋଡି ହୋଇଛନ୍ତି। ଯାହାଦ୍ୱାରା ମୋଟ ଭୋଟର ସଂଖ୍ୟା ୩୫,୨୭୯ରେ ପହଞ୍ଚତ୍ଛି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଜଣାଯାଏ ଏହି ଜୋନରୁ ବିଜେଡି ପ୍ରାର୍ଥୀ ଲିପାଲି ରାଉଳଙ୍କୁ ୧୨,୨୨୩ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୩୬.୭୪% ଭୋଟ ମିଳିଥିଲା। କଂଗ୍ରେସର ଜାନକୀ ସାସମଲଙ୍କ ସପକ୍ଷରେ ୫,୬୮୧ ଖଣ୍ଡ, ଅର୍ଥାତ୍‌ ୧୭.୦୭% ଭୋଟ ଯାଇଥିଲା। ଭାଜପାର ଅନ୍ନପୂର୍ଣ୍ଣା ରାଉତଙ୍କୁ ୮,୩୨୪ ଖଣ୍ଡ, ଅର୍ଥାତ୍‌ ୨୫.୦୨% ଭୋଟ ମିଳିଥିଲା। ତେବେ ଏହି ନିର୍ବାଚନରେ ଭାଜପା ପ୍ରାର୍ଥୀ ରାଉତଙ୍କଠାରୁ ବିଜେଡିର ରାଉଳ ଅଧିକ ୩,୮୯୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର ବିଜେଡିରୁ ସୁନିଲ କୁମାର ବେହେରା, କଂଗ୍ରେସରୁ ମାନସ ରଞ୍ଜନ ବେହେରା ଓ ଭାଜପାରୁ ରଞ୍ଜିତ କୁମାର ବେହେରା ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ରଞ୍ଜିତ ଉଚ୍ଚଶିକ୍ଷିତ। ଜଗତ୍‌ସିଂହପୁର କୋର୍ଟରେ ଓକିଲାତି କରୁଛନ୍ତି। ସେ କହିଛନ୍ତି, ଅଞ୍ଚଳର ଲୋକେ କୌଣସି କାରଣରୁ କୋର୍ଟର ଆଶ୍ରୟ ନେଲେ ସେ ସହଯୋଗ କରିଥାନ୍ତି। ଏଥିସହ ଜୋନ ଅନ୍ତର୍ଗତ ପଞ୍ଚାୟତଗୁଡିକରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ପାଇଁ ଆର୍‌ଟିଆଇରେ ସୂଚନା ମାଗିଥାନ୍ତି। ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଓ ସରପଞ୍ଚମାନଙ୍କ ଦୁର୍ନୀତି ଯୋଗୁ ଲୋକେ ଅତିଷ୍ଠ। ଯାହାକି ତାଙ୍କୁ ସହଯୋଗ କରୁଛି। ଏହା ଭିତରେ ନିଜ ପଞ୍ଚାୟତ ମୂଳିସିଂହ ସହ ସେ ପଟିଲୋ ଓ କୋଷ୍ଟିମଲ୍ଲିକାପୁର ପଞ୍ଚାୟତରେ ଡୋର କ୍ୟାମ୍ପେନିଂ ବେଳେ ଭଲ ସମର୍ଥନ ମିଳିଛି। ବିଶେଷକରି ଗୋବିନ୍ଦପୁର, କନକପୁର, ସଅଁରା, ପଟିଲୋ ଓ କୋଷ୍ଟିମଲ୍ଲିକାପୁରରେ ଅଧିକ ଭଲ ଫଳ ମିଳିବ ବୋଲି ଆଶା କରାଯାଉଥିବା ରଞ୍ଜିତ ମତପ୍ରକାଶ କରିଛନ୍ତି। ବିଜେଡି ପ୍ରାର୍ଥୀ ସୁନିଲ ଜଣେ ବ୍ୟବସାୟୀ। ରାଜନୀତିରେ ନୂଆ ହୋଇଥିଲେ ସୁଦ୍ଧା ତାଙ୍କ ଭଉଣୀ ତଥା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଏହି କାରଣରୁ ଦଳ ସୁନିଲଙ୍କ ଉପରେ ଆସ୍ଥା ପ୍ରକଟ ସହ ପ୍ରାର୍ଥୀ କରିଛି। ତାଙ୍କ ପୂର୍ବରୁ ବିରିତୋଳ ସମିତିସଭ୍ୟାଙ୍କ ସ୍ବାମୀ ଦେବେନ୍ଦ୍ର ମଲ୍ଲିକ ଏହି ଜୋନରୁ ବିଜେଡି ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ଦେବେନ୍ଦ୍ର କଂଗ୍ରେସର ଜଣେ ଜଣାଶୁଣା ନେତା ଥିଲେ। ସେ ବିଜେଡିରେ ମିଶିଲା ପରେ ତାଙ୍କୁ ଜିଲା ପରିଷଦ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା। ଶେଷରେ ସୁନିଲଙ୍କୁ ଜିଲା ପରିଷଦ ଓ ଦେବେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ବିରିତୋଳ ସମିତି ସଭ୍ୟ ପ୍ରାର୍ଥୀ କରାଯାଇଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ନିର୍ବାଚନରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଜିତିଥିଲେ ସୁଦ୍ଧା ନେତୃତ୍ୱଙ୍କ ମନରେ ହରସ ନ ଥିଲା। କାରଣ କଂଗ୍ରେସ ସମର୍ଥନରେ କନକପୁର, ବିରତୋଳ, ମୂଳିସିଂହ ଓ ସଅଁରା ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ଜିତିଥିଲେ। ଆଗାମୀ ନିର୍ବାଚନରେ ଯେପରି ଗତ ନିର୍ବାଚନ ଫଳର ପୁନରାବୃତ୍ତି ନ ହୁଏ ସେନେଇ ବିଜେଡି ନେତୃତ୍ୱ ରଣନୀତି ଆପଣାଉଥିବା ସୂଚନା ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ମାନସ କହିଛନ୍ତି ତାଙ୍କ ପାଖରେ ଅର୍ଥ ବଳ କି ବାହୁ ବଳ ନାହିଁ ସତ। କିନ୍ତୁ ଦୀର୍ଘ ୨୦ ବର୍ଷର ରାଜନୈତିକ ଅଭିଜ୍ଞତା ଅଛି। ଦୀର୍ଘବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ପାଉଛି। କୌଣସି ଲୋକଙ୍କ କାମ କଲାବେଳେ ଦଳ ଦେଖେନି। ଦଳ ଅପେକ୍ଷା ବ୍ୟକ୍ତିଗତ ସମ୍ପର୍କକୁ ଗୁରୁତ୍ୱ ଦିଏ। ଯେଉଁ କାରଣରୁ ଦଳ, ବଳ ନିର୍ବିଶେଷରେ ପ୍ରତ୍ୟେକ ତାଙ୍କୁ ଆଦର ଓ ଶ୍ରଦ୍ଧା କରନ୍ତି। ଏହାକୁ ସମ୍ବଳ କରି ସେ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି। ସଫଳତା ମିଳିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଦେଖିବାର ଅଛି ଆଗକୁ ସମୀକରଣ କେଉଁ ମୋଡ ନେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri