ନଡ଼ିଆ ଭୋଗକୁ ନେଇ ଅସନ୍ତୋଷ

ଘଟଗାଁ,୨୫।୪: (ଡି.ଏନ୍‌.ଏ.)ଟଙ୍କା ଦିଅ ନ ହେଲେ ଏଠୁ ଯାଅ। ତୁମେ ଯେଉଁଠିକି ଯାଇ ଅଭିଯୋଗ କର, ଆମର କେହି କିଛି କରିପାରିବେନି। ଏଭଳି ରୁକ୍ଷ ଭାଷାରେ ଭକ୍ତଙ୍କଠାରୁ ଜୁଲମ୍‌ କରି ଟଙ୍କା ଆଦାୟ କରୁଛନ୍ତି କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ମନ୍ଦିରର କେତେଜଣ ପୂଜକ। ଏଭଳି ଅଭିଯୋଗ ପ୍ରତ୍ୟେକ ଦିନ ଆସୁଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଲିଖିତ ଅଭିଯୋଗ କରିବାକୁ ପଛାଉଛନ୍ତି। ଶନିବାର ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଗଠନର ପ୍ରାଣପ୍ରତିଷ୍ଠାତା ସ୍ବର୍ଗତ ଭୀମସେନ ରାଉତଙ୍କ ପରିବାର ଲୋକ ପୂଜକଙ୍କଠାରୁ ଏଭଳି ଦୁର୍ବ୍ୟବହାରର ଶିକାର ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ମନ୍ଦିର କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଛି।
ପ୍ରାପ୍ତ ଖବର ଅନୁଯାୟୀ, ତରାଗ୍ରାମର ଭୀମସେନ ରାଉତଙ୍କ ନାତୁଣୀ ଓ ନାତୁଣୀ ବୋହୂ ମା’ଙ୍କ ଦର୍ଶନ ସହ ୧୦୮ ନଡ଼ିଆ ଭୋଗ ଲାଗି ପାଇଁ ଯାଇଥିଲେ। ପୂଜକ ୧୦୮ ନଡ଼ିଆ ଦେଖି ୬୦୧ ଟଙ୍କା ଦେବାକୁ ଦାବି କରିଥିଲେ। ଟଙ୍କା ନ ଦେଲେ ନଡ଼ିଆ ପିଟିବୁ ନାହିଁ କହି ଦୁର୍ବ୍ୟବହାର କରିଥିଲେ। ଘଟଣାକୁ ନେଇ ମନ୍ଦିର ପରିସରରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ଏହାକୁ ନେଇ ଭୀମସେନ ରାଉତଙ୍କ ପୁଅ ରାଧେଶ୍ୟାମ ରାଉତ ମନ୍ଦିର କାର୍ଯ୍ୟାଳୟକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଅନୁରୂପ ୧୭ ଜାନୁୟାରୀ ୨୦୨୩ରେ ଜନୈକ ପୂଜକ ଜଣେ ମହିଳା ଭକ୍ତ ଓ ତାଙ୍କ ବାପାଙ୍କୁ ସମାନ ଅଭିଯୋଗକୁ ନେଇ ମାଡ଼ ମାରିଥିଲେ। ସମ୍ପୃକ୍ତ ବ୍ୟକ୍ତି ପ୍ରଥମେ ମନ୍ଦିର କାର୍ଯ୍ୟାଳୟ ଓ ପରଦିନ ଘଟଗଁା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୧୪ ମାର୍ଚ୍ଚ ୨୦୨୩ରେ ପୁରୀର ରୂପକାନ୍ତ ସାହୁଙ୍କୁ ପୂଜକ ଗାଳିଗୁଲଜ କରିଥିବା ନେଇ ମନ୍ଦିର କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ଭୋଗ ଡାଲାରେ ମନ ମୁତାବକ ଟଙ୍କା ନ ଦେଲେ ପୂଜକ ଗାଳିଗୁଲଜ କରୁଥିବା ଗତ ଦଶହରା ସମୟରେ କଟକରୁ ଆସିଥିବା ଭକ୍ତ ମିନତୀ ମହାନ୍ତ ଘଟଗଁା ଥାନାରେ ଅଭିଯୋଗ କରିଥିଲେ। କ୍ଷୋଭର ବିଷୟ ମନ୍ଦିର କାର୍ଯ୍ୟାଳୟ ଓ ଥାନାରେ ଅନେକ ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ଏ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କୁ ପଚାରିବାରୁ ପୂର୍ବତନ ମାନେଜିଂ ଟ୍ରଷ୍ଟି ଲିଖିତ ଅଭିଯୋଗ କରିଥିବା ସ୍ବୀକାର କରିଥିଲେ। ଦାୟିତ୍ୱରେ ଥିବା ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି ୩ ଦିନ ହେଲା ଅନୁପସ୍ଥିତ ରହିଛନ୍ତି। ଫୋନ୍‌ କଲେ ଉଠାଉ ନ ଥିବାରୁ ମତାମତ ନିଆଯାଇପାରିନାହିଁ।
ସେବାୟତ ଓ ମନ୍ଦିର କାର୍ଯ୍ୟାଳୟ ତରଫରୁ ଏକ ଚୁକ୍ତି ନାମା ରହିଛି। ଯାହାଫଳରେ ଭକ୍ତ ଭୋଗଲାଗି କଲା ପୂର୍ବରୁ ମହାସୁଲ ଦେଇଥାଆନ୍ତି। ମହାସୁଲ ନଡ଼ିଆ ପ୍ରତି ନିରୂପଣ କରାଯାଇଥାଏ। ଭକ୍ତଙ୍କ ମହାସୁଲରୁ ଅଧା ସେବାୟତମାନେ ନେଉଥିବା ବେଳେ ଅଧା ମନ୍ଦିର ଉନ୍ନତିମୂଳକ କାର୍ଯ୍ୟରେ ଲାଗିଥାଏ। ମହାସୁଲ ଆଦାୟ ହେଉଥିବାରୁ ଆଉ ପୂଜା ବେଳେ ପୂଜକମାନଙ୍କୁ ଅର୍ଥ ନ ଦେବାକୁ ଟିକେଟରେ ଉଲ୍ଲେଖ ରହିଥାଏ। ତେବେ ଭକ୍ତ ପୂଜକମାନଙ୍କୁ ସ୍ବଇଚ୍ଛାରେ ଦାନଦକ୍ଷିଣା ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri