ଜୋର ଧରିଲାଣି ଆବାସ ତାତି

ସୋନପୁର,୨୩।୧(ନି.ପ୍ର.):ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାକୁ ନେଇ ସବୁଠି ଅସନ୍ତୋଷ ତେଜିବାରେ ଲାଗିଛି। କିଏ ବ୍ଲକ ଆଗରେ ତ କିଏ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗପତ୍ର ଧରି ପ୍ରତିବାଦ ଜଣାଉଛନ୍ତି। ସଦ୍ୟ ପ୍ରକାଶିତ ତାଲିକାରେ ବହୁଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଦେଖି ଅନେକ ପ୍ରଶାସନିକ କଳର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି।
ଜାନୁୟାରୀ ୧୬ ତାରିଖ ସୋମବାର ପ୍ରକାଶିତ ସମ୍ଭାବ୍ୟ ହିତାଧିକାରୀଙ୍କ ନାମ ତାଲିକା ଜିଲାର ସମସ୍ତ ୧୦୯ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ଲଗାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରୁ ବାଦ୍‌ ପଡିଥିବା ବ୍ୟକ୍ତିମାନେ ଘର ପାଇବା ପାଇଁ ୨୦୧୭ ମେ ମାସରେ ଆବେଦନ କରିଥିଲେ। ଯାଞ୍ଚ ପରେ ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣପୁର ଜିଲାର ୧୮ହଜାର ୮୧୩ ଜଣ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ସରକାର ଏହି ଜିଲାକୁ ନିକଟରେ ୧୫,୦୧୬ ସାଧାରଣ ପିଏମ୍‌ଏଓ୍ବାଇ(ଜି) ପ୍ରଦାନ କରିଛନ୍ତି। ତଦନୁଯାୟୀ ସୋନପୁର ବ୍ଲକରେ ୧୭୪୦, ତରଭାରେ ୨୫୨୫, ଡୁଙ୍ଗୁରିପାଲିରେ ୩୮୨୪, ବିନିକାରେ ୨୬୧୭, ଉଲୁଣ୍ଡାରେ ୨୬୨୧ ଓ ବୀରମହାରାଜପୁରରେ ୧୬୮୯ଜଣ ହିତାଧିକାରୀଙ୍କ ନାମ ପ୍ରକାଶିତ ସମ୍ଭାବ୍ୟ ତାଲିକାରେ ରହିଛି। ଏହି ତାଲିକାରୁ ବାଦ୍‌ ପଡିଥିବା ବହୁଯୋଗ୍ୟ ବ୍ୟକ୍ତି ଜିଲା ଓ ବ୍ଲକ ପ୍ରଶାସନର ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଲିକାରେ ନିଜ ନାମ ନ ଦେଖି ଉଲୁଣ୍ଡା ବ୍ଲକ ରକ୍ସା ପଞ୍ଚାୟତ ହିଙ୍ଗିମା ଗାଁର ଗରିବ ଲୋକ ଦୁଃଖ ପ୍ରକାଶ କରିଛନ୍ତି। ସେମାନେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିରୋଧୀ ଦୁର୍ବଳ ଥିଲେ ହେଁ ଆବାସ ତାତି ଏବେ ଜିଲାରେ ଜୋର ଧରିଲାଣି। ତଦନ୍ତ ଠିକ୍‌ ଭାବେ ନ କଲେ ଜିଲାର ବିନିକା ବ୍ଲକ ଚରଦା ପଞ୍ଚାୟତର ଫୁଲମୁଠି ଓ ଭଣ୍ଡାର ପଞ୍ଚାୟତର ଭଣ୍ଡାର, ସୋନପୁର ବ୍ଲକର ମାଟିଆପାଲି, ଜନମୁରା, ତରଭା ବ୍ଲକର ପାଇକବାହାଲ ପଞ୍ଚାୟତ, ଡୁଙ୍ଗୁରିପାଲି ବ୍ଲକ ଓ ବୀରମହାରାଜପୁର ବ୍ଲକର ସଂଗ୍ରାମପୁର ଗାଁରେ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହେଲା ଭଳି ଘଟଣାର ପୁନରାବୃତ୍ତି ହେବ। ଅନ୍ୟପକ୍ଷରେ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରିବାର ଯେଉଁ ସମୟସୀମା ଦିଆଯାଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏତେ କମ୍‌ ସମୟ ମଧ୍ୟରେ କେମିତି ଠିକ୍‌ ତଦନ୍ତ କରି ଅଯୋଗ୍ୟଙ୍କୁ ବାଦ୍‌ ଦିଆଯିବ ତାକୁ ନେଇ ସବୁ ମହଲରେ ସନ୍ଦେହ ପ୍ରକାଶ ପାଇଲାଣି।
ସୂଚନାଥାଉକି, କେତେକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ ସହାୟତାରେ ଜିଲାରେ ବହୁ ଅଯୋଗ୍ୟ ହିତାଧିକାରୀ ଆବାସ ଘର ହାତେଇଛନ୍ତି। ସରକାରଙ୍କ ଗାଇଡଲାଇନ୍‌ କହୁଛି, ଅଯୋଗ୍ୟ ହିତାଧିକାରୀ ହାତେଇଥିବା ଆବାସ ଘର ବାବଦରେ ତଦନ୍ତ କରାଯାଇ ସେ ବାବଦ ଟଙ୍କା ଆଦାୟ କରାଯିବ। ହେଲେ ତଦନ୍ତ କେବଳ ଧର୍ମକୁ ଅଖିଠାର। ତଥାପି ଯେତିକି ତଦନ୍ତ ହୋଇଛି ସେଥିରେ ବହୁ ଅଯୋଗ୍ୟ ହିତାଧିକାରୀ ଧରା ପଡିଛନ୍ତି। ପ୍ରାକ୍ତନ ଜିଲାପାଳ ମନୀଷା ବାନାର୍ଜୀ ଓ ବର୍ତ୍ତମାନର ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ସମୟରେ ଟ୍ୟାଗ୍‌ ଅଫିସର ଥିବା ସରକାରୀ କର୍ମଚାରୀ, କନିଷ୍ଠ ଯନ୍ତ୍ରୀ ଓ ପ୍ରାକ୍ତନ ବିନିକା ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଜିଲାର କୌଣସି ଜଣେ ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ଟଙ୍କା ଆଦାୟ ହୋଇପାରିନି। ଗତ ନଭେମ୍ବର ମାସରେ ବିନିକା ବ୍ଲକ ଫୁଲମୁଠି ଗାଁରେ ଆବାସ ଯୋଜନାରେ ଦୁର୍ନୀତି ଘଟଣାରେ ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରହୀ, ପିଏ ଦ୍ୱିତୀକୃଷ୍ଣ ପଣ୍ଡା ଓ ଚରଦା ପଞ୍ଚାୟତର ପ୍ରାକ୍ତନ ନିର୍ବାହୀ ଅଧିକାରୀ ମିତାଞ୍ଜଳୀ ରଥଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ କରିବାକୁ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଚଞ୍ଚକତା କରି ହିତାଧିକାରୀ ସାଜି ଥିବା ଚରଦା ପଞ୍ଚାୟତ ଫୁଲମୁଠି ଗ୍ରାମର ନରସିଂହ ମିଶ୍ର ଓ ହାଡୁଚରଣ ମିଶ୍ରଙ୍କ ନିକଟରୁ ଆବାସ ବାବଦ ଅର୍ଥ ଅସୁଲି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ପୃକ୍ତ ତିନି ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି କି ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ଆବାସ ବାବଦ ଅର୍ଥ ଅସୁଲ ହୋଇନି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର କହିଛନ୍ତି, ପ୍ରକାଶିତ ତାଲିକାକୁ ଦେଖି କିଛି ଲୋକ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଅଭିଯୋଗ କରୁଛନ୍ତି। ଜନସାଧାରଣଙ୍କୁ ସଚେତନ କରିବାକୁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ସୁଦ୍ଧା ଜିଲାରୁ ୧୩୫ ଅଭିଯେଗ ଆସିଲାଣି। ସେଥିମଧ୍ୟରୁ ୮୯ ଅଭିଯୋଗର ତଦନ୍ତ ସରିଛି। ଆଉ ୩ ଦିନରେ ଯେତିକି ଅଭିଯୋଗ ଆସିବ, ସେହି ଅନୁସାରେ ତଦନ୍ତ କରାଯିବ। ଏଥିପାଇଁ ବ୍ଲକସ୍ତରରେ ଟିମ୍‌ ଗଠନ କରାଯାଇଛି। ରିପୋର୍ଟ ଆଧାରରେ ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ୨୬ ତାରିଖରେ ଗ୍ରାମସଭାରେ ଅନୁମୋଦନ କରାଯିବ। ପ୍ରକ୍ରିୟା ସରି ନଥିଲେ ୩୦ ତାରିଖରେ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri