ରାସ୍ତା ଅବସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ବାଲେଶ୍ୱର ଅଫିସ,୫।୩: ବାଲେଶ୍ୱର ପୌରପରିଷଦର ନିର୍ବାଚନକୁ ବର୍ଷେ ବିତିଛି। ବିଜେଡିର ଅଧିକ ସଂଖ୍ୟକ କାଉନସିଲରଙ୍କ ସହ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜୟ ଲାଭ କରିଛନ୍ତି। ହେଲେ ସେମାନଙ୍କ ଭିତରେ ଥିବା ଗୋଷ୍ଠୀକନ୍ଦଳ ଯୋଗୁ ଆଜିଯାଏ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ କାମ ଅଟକି ରହିବା ସହ ଶୋଚନୀୟ ରାସ୍ତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। କିଛିଦିନ ପୂର୍ବରୁ କେତେକ ରାସ୍ତାର ପୁନଃ ନିର୍ମାଣ ପାଇଁ ପୌରପାଳିକା ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେଥିରେ ଦାବି ମୁତାବକ ରାସ୍ତା ସ୍ଥାନ ପାଇ ନ ଥିବାରୁ ବିଭିନ୍ନ ୱାର୍ଡ଼ର ବାସିନ୍ଦା ପୌର ପ୍ରଶାସନର କାର୍ଯ୍ୟଧାରାକୁ ନିନ୍ଦା କରିଛନ୍ତି।
୨୩ନଂ. ୱାର୍ଡ଼ର ବ୍ରଜେଶ୍ୱର ମନ୍ଦିର ନିକଟରୁ ଚନ୍ଦନଗଡ଼ିଆ ଓ ଚନ୍ଦନ ଗଡ଼ିଆଠାରୁ ଟ୍ରାନ୍ସଫର୍ମର ଛକ ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଅଧିବାସୀ ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି। ପ୍ରାୟ ୧୫ରୁ ୨୦ବର୍ଷ ପୂର୍ବରୁ ଦୁଇଟି ରାସ୍ତା ନିର୍ମାଣ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଥରେ ହେଲେ ମରାମତି ହୋଇନାହଁି ା ପୌରାଞ୍ଚଳର ବିଭିନ୍ନ ରାସ୍ତା ଥରେ କଂକ୍ରିଟ୍‌ ଓ ପୁଣି ଥରେ ଫେଭର ବ୍ଲକ ଦ୍ୱାରା ନିର୍ମିତ ହୋଇସାରିଥିବା ବେଳେ ଏହି ଦୁଇ ରାସ୍ତା ପ୍ରତି ପୌରପାଳିକାର ଆଦୌ ଦୃଷ୍ଟିପାତ ନ ହେବା ଦୁଃଖର ବିଷୟ ବୋଲି ଅଧିବାସୀ ପ୍ରକାଶ କରିଛନ୍ତି। ସେହିପରି ପାନୀୟଜଳ ଯୋଗାଣ ପାଇପ ବିଛା କାର୍ଯ୍ୟ ପରେ ରାସ୍ତା ଦୁଇଟିରେ ଯାତାୟାତ କଷ୍ଟସାଧ୍ୟ ହୋଇପଡ଼ିଛି ା ବର୍ଷାଦିନେ ସେଠାରେ ଆଣ୍ଠୁଏ ଯାଏ ପାଣି ଜମି ରହୁଛି। ରାସ୍ତା ପାର୍ଶ୍ୱ ନାଳ ସଫା ନ ହେବା ଦ୍ୱାରା ଜଳ ନିଷ୍କାସନ ହୋଇପାରୁନାହିଁ ା ଖୋଲା ଡ୍ରେନ ଯୋଗୁ ବର୍ଷାଦିନେ ଲୋକେ ସେଥିରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ପୌର ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ବି କୌଣସି ସୁଫଳ ମିଳିପାରିନାହିଁ। ଅନ୍ୟପକ୍ଷରେ ୨୨ନଂ. ୱାର୍ଡ଼ର କାଉନସିଲରଙ୍କ ଅନ୍ୟଥା ହସ୍ତକ୍ଷେପ ଯୋଗୁ ଏହି ଦୁଇ ରାସ୍ତା ନିର୍ମାଣ ହୋଇପାରୁନାହଁି। ୨୨ ଓ ୨୩ ନଂ. ୱାର୍ଡ଼ରେ ଶାସକ ଦଳର କାଉନସିଲର ଥିବା ସତ୍ତ୍ୱେ ରାଜନୈତିକ ଦ୍ୱନ୍ଦ୍ୱ ଯୋଗୁ ଏହି ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ଦେଖାଦେଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ସଞ୍ଜୟ ବେହେରା, ରାଜକିଶୋର ସାହୁ, କରୁଣାକର ବେହେରା, ଧୀରେନ୍ଦ୍ର ସାହୁ, ହେମନ୍ତ ବେହେରା, ବିସ୍ମୟ ବେଜ, ସୁରେଶ ରଣା, ଚିନ୍ମୟ ସାହୁ ଓ ମଥୁରା ମୋହନ ପାଣ୍ଡିଆ କହିଛନ୍ତି ା
ୱାର୍ଡ଼ କାଉନସିଲର ଶଶୀରେଖା ମହାନ୍ତି ଏହି ଅଭିଯୋଗକୁ ସ୍ବୀକାର କରିଛନ୍ତି। ତାଙ୍କ କହିବାନୁସାରେ, ସେ ଏହି ଦୁଇ ରାସ୍ତା ପାଇଁ ପୌର ପରିଷଦ ବୈଠକରେ ଦାବି ଉପସ୍ଥାପନ କରିଥିଲେ ବି ଏହାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ। ଯଦି ଉକ୍ତ ରାସ୍ତାର ପୁନରୁଦ୍ଧାର କରା ନ ଯାଏ ସେ ବାଧ୍ୟ ହୋଇ ଆନ୍ଦୋଳନାମତ୍କ ପନ୍ଥା ଆପଣେଇବାକୁ ଚେତାବନୀ ଦେଇଛନ୍ତି। ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁଙ୍କୁ ପଚାରିବାରୁ ସେ ପୌରପରିଷଦର ଅସହଯୋଗକୁ ଅସ୍ବୀକାର କରିଛନ୍ତି। ପ୍ରତ୍ୟେକ ୱାର୍ଡ଼ର କାଉନ୍‌ସିଲରମାନଙ୍କ ଦାବି ଅନୁସାରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟାଦେଶ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ୨୩ନଂ. ୱାର୍ଡ଼ର କାଉନସିଲରଙ୍କ ଦାବି ବିଳମ୍ବରେ ହସ୍ତଗତ ହୋଇଛି। ଆଗାମୀ ବୈଠକରେ ତାଙ୍କ ଦାବି ଉପରେ ବିଚାର ସହ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଧରିତ୍ରୀ’ ପ୍ରଭାବ: ଜଗନ୍ନାଥପ୍ରସାଦ ମୁଖ୍ୟ ବଜାରରୁ ହଟିଲା ଅଳିଆ ପାହାଡ଼, ସ୍ୱଚ୍ଛତା ଅଭିଯାନରେ ନିଜେ ସାମିଲ ହେଲେ ବିଡିଓ

ଜଗନ୍ନାଥପ୍ରସାଦ, ୧।୭(ବିଭୁ ପ୍ରସାଦ ପଟ୍ଟନାୟକ): ଅଞ୍ଚଳର ସମସ୍ୟାକୁ ପ୍ରଶାସନର ସାମ୍ନାକୁ ଆଣିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିବା ହିଁ ଜଣେ ସଚେତନ ଖବରଦାତାଙ୍କ ପ୍ରକୃତ କର୍ତ୍ତବ୍ୟ।…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri