ରାସ୍ତା ଅବସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ବାଲେଶ୍ୱର ଅଫିସ,୫।୩: ବାଲେଶ୍ୱର ପୌରପରିଷଦର ନିର୍ବାଚନକୁ ବର୍ଷେ ବିତିଛି। ବିଜେଡିର ଅଧିକ ସଂଖ୍ୟକ କାଉନସିଲରଙ୍କ ସହ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ବିଜୟ ଲାଭ କରିଛନ୍ତି। ହେଲେ ସେମାନଙ୍କ ଭିତରେ ଥିବା ଗୋଷ୍ଠୀକନ୍ଦଳ ଯୋଗୁ ଆଜିଯାଏ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ କାମ ଅଟକି ରହିବା ସହ ଶୋଚନୀୟ ରାସ୍ତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। କିଛିଦିନ ପୂର୍ବରୁ କେତେକ ରାସ୍ତାର ପୁନଃ ନିର୍ମାଣ ପାଇଁ ପୌରପାଳିକା ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେଥିରେ ଦାବି ମୁତାବକ ରାସ୍ତା ସ୍ଥାନ ପାଇ ନ ଥିବାରୁ ବିଭିନ୍ନ ୱାର୍ଡ଼ର ବାସିନ୍ଦା ପୌର ପ୍ରଶାସନର କାର୍ଯ୍ୟଧାରାକୁ ନିନ୍ଦା କରିଛନ୍ତି।
୨୩ନଂ. ୱାର୍ଡ଼ର ବ୍ରଜେଶ୍ୱର ମନ୍ଦିର ନିକଟରୁ ଚନ୍ଦନଗଡ଼ିଆ ଓ ଚନ୍ଦନ ଗଡ଼ିଆଠାରୁ ଟ୍ରାନ୍ସଫର୍ମର ଛକ ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ସ୍ଥାନୀୟ ଅଧିବାସୀ ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି। ପ୍ରାୟ ୧୫ରୁ ୨୦ବର୍ଷ ପୂର୍ବରୁ ଦୁଇଟି ରାସ୍ତା ନିର୍ମାଣ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଥରେ ହେଲେ ମରାମତି ହୋଇନାହଁି ା ପୌରାଞ୍ଚଳର ବିଭିନ୍ନ ରାସ୍ତା ଥରେ କଂକ୍ରିଟ୍‌ ଓ ପୁଣି ଥରେ ଫେଭର ବ୍ଲକ ଦ୍ୱାରା ନିର୍ମିତ ହୋଇସାରିଥିବା ବେଳେ ଏହି ଦୁଇ ରାସ୍ତା ପ୍ରତି ପୌରପାଳିକାର ଆଦୌ ଦୃଷ୍ଟିପାତ ନ ହେବା ଦୁଃଖର ବିଷୟ ବୋଲି ଅଧିବାସୀ ପ୍ରକାଶ କରିଛନ୍ତି। ସେହିପରି ପାନୀୟଜଳ ଯୋଗାଣ ପାଇପ ବିଛା କାର୍ଯ୍ୟ ପରେ ରାସ୍ତା ଦୁଇଟିରେ ଯାତାୟାତ କଷ୍ଟସାଧ୍ୟ ହୋଇପଡ଼ିଛି ା ବର୍ଷାଦିନେ ସେଠାରେ ଆଣ୍ଠୁଏ ଯାଏ ପାଣି ଜମି ରହୁଛି। ରାସ୍ତା ପାର୍ଶ୍ୱ ନାଳ ସଫା ନ ହେବା ଦ୍ୱାରା ଜଳ ନିଷ୍କାସନ ହୋଇପାରୁନାହିଁ ା ଖୋଲା ଡ୍ରେନ ଯୋଗୁ ବର୍ଷାଦିନେ ଲୋକେ ସେଥିରେ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ପୌର ପ୍ରଶାସନ ନିକଟରେ ଦାବି କରାଯାଇଥିଲେ ବି କୌଣସି ସୁଫଳ ମିଳିପାରିନାହିଁ। ଅନ୍ୟପକ୍ଷରେ ୨୨ନଂ. ୱାର୍ଡ଼ର କାଉନସିଲରଙ୍କ ଅନ୍ୟଥା ହସ୍ତକ୍ଷେପ ଯୋଗୁ ଏହି ଦୁଇ ରାସ୍ତା ନିର୍ମାଣ ହୋଇପାରୁନାହଁି। ୨୨ ଓ ୨୩ ନଂ. ୱାର୍ଡ଼ରେ ଶାସକ ଦଳର କାଉନସିଲର ଥିବା ସତ୍ତ୍ୱେ ରାଜନୈତିକ ଦ୍ୱନ୍ଦ୍ୱ ଯୋଗୁ ଏହି ରାସ୍ତା ନିର୍ମାଣରେ ପ୍ରତିବନ୍ଧକ ଦେଖାଦେଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ସଞ୍ଜୟ ବେହେରା, ରାଜକିଶୋର ସାହୁ, କରୁଣାକର ବେହେରା, ଧୀରେନ୍ଦ୍ର ସାହୁ, ହେମନ୍ତ ବେହେରା, ବିସ୍ମୟ ବେଜ, ସୁରେଶ ରଣା, ଚିନ୍ମୟ ସାହୁ ଓ ମଥୁରା ମୋହନ ପାଣ୍ଡିଆ କହିଛନ୍ତି ା
ୱାର୍ଡ଼ କାଉନସିଲର ଶଶୀରେଖା ମହାନ୍ତି ଏହି ଅଭିଯୋଗକୁ ସ୍ବୀକାର କରିଛନ୍ତି। ତାଙ୍କ କହିବାନୁସାରେ, ସେ ଏହି ଦୁଇ ରାସ୍ତା ପାଇଁ ପୌର ପରିଷଦ ବୈଠକରେ ଦାବି ଉପସ୍ଥାପନ କରିଥିଲେ ବି ଏହାକୁ ଆଦୌ ଗୁରୁତ୍ୱ ଦିଆଯାଉନାହିଁ। ଯଦି ଉକ୍ତ ରାସ୍ତାର ପୁନରୁଦ୍ଧାର କରା ନ ଯାଏ ସେ ବାଧ୍ୟ ହୋଇ ଆନ୍ଦୋଳନାମତ୍କ ପନ୍ଥା ଆପଣେଇବାକୁ ଚେତାବନୀ ଦେଇଛନ୍ତି। ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁଙ୍କୁ ପଚାରିବାରୁ ସେ ପୌରପରିଷଦର ଅସହଯୋଗକୁ ଅସ୍ବୀକାର କରିଛନ୍ତି। ପ୍ରତ୍ୟେକ ୱାର୍ଡ଼ର କାଉନ୍‌ସିଲରମାନଙ୍କ ଦାବି ଅନୁସାରେ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟାଦେଶ ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ୨୩ନଂ. ୱାର୍ଡ଼ର କାଉନସିଲରଙ୍କ ଦାବି ବିଳମ୍ବରେ ହସ୍ତଗତ ହୋଇଛି। ଆଗାମୀ ବୈଠକରେ ତାଙ୍କ ଦାବି ଉପରେ ବିଚାର ସହ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri