ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ କାର୍ଯ୍ୟ ବନ୍ଦ

ଭଦ୍ରକ ଅଫିସ,୫।୩: ସମ୍ଭାବ୍ୟ ଅଂଶୁଘାତ ମୁକାବିଲା ପାଇଁ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଜିଲା ଜରୁରୀକାଳୀନ ବିଭାଗ ସଂଯୋଜନାରେ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏଥିରେ ଅଧ୍ୟକ୍ଷତା କରିଥିଲେ। ଜିଲାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଅଂଶୁଘାତ ପୀଡ଼ିତଙ୍କୁ ସ୍ବତନ୍ତ୍ର ଚିକିତ୍ସା, ସ୍କୁଲ, ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ ବ୍ୟବସ୍ଥା ଓ କାର୍ଯ୍ୟ ସମୟ ପରିବର୍ତ୍ତନ, ଜଳଛତ୍ର, ପ୍ରାଣୀସମ୍ପଦ ପାଇଁ ପାଣିକୁଣ୍ଡ, ଶ୍ରମିକମାନଙ୍କ ଲାଗି ଛାୟାପ୍ରଦ ଆଶ୍ରୟସ୍ଥଳ, ପାନୀୟ ଜଳ ବ୍ୟବସ୍ଥା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ, ଯାତ୍ରୀବାହୀ ବସ୍‌ରେ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ସ୍ଥଳେ ଚଳାଚଳ ସମୟ ପରିବର୍ତ୍ତନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏସବୁ ଦିଗରେ ପଦକ୍ଷେପ ନେବା ପାଇଁ ଜିଲାପାଳ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି କୌଣସି ସ୍ଥାନରେ ନଳକୂପ ଅଚଳ ଖବର ମିଳିବା ମାତ୍ରେ ୨୪ ଘଣ୍ଟାରେ ସଚଳ କରିବା ପାଇଁ ଜନସ୍ବାସ୍ଥ୍ୟ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଂଶୁଘାତ ମୁକାବିଲା ନେଇ ଏସ୍‌ଆର୍‌ସିଙ୍କ ଦ୍ୱାରା ପ୍ରଣୀତ ସମସ୍ତ ମାର୍ଗଦର୍ଶିକା ଅନୁପାଳନ କଲେ ଅଂଶୁଘାତଜନିତ ଶୂନମୃତ୍ୟୁ ସମ୍ଭବ କରିପାରିବା ବୋଲି ଜିଲାପାଳ କହିଥଲେ। କୌଣସିଠାରେ ଅଂଶୁଘାତ ମୃତ୍ୟୁଜନିତ ଅଘଟଣ ଘଟିଲେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ସହ ତହସିଲଦାର ଓ ଡାକ୍ତରଙ୍କ ମିଳିତ ତଦନ୍ତ ରିପୋର୍ଟ ବାଧ୍ୟତାମୂଳକ ବୋଲି ଆଲୋଚ୍ୟ ବିବରଣୀ ଉପସ୍ଥାପନ କରିବା ଅବସରରେ ଜିଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି ପ୍ରକାଶ କରିଥିଲେ। ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁ, ଶାନ୍ତନୁ କୁମାର ମହାନ୍ତି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଉପଜିଲାପାଳ ମନୋଜ ପାତ୍ର, ଅତିରିକ୍ତ ଏସ୍‌ପି ବିଜୟ ରଞ୍ଜନ କେରକେଟା, ଅତିରିକ୍ତ ଉପଜିଲାପାଳ ଡ. ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଅଣ୍ଟାରେ ବଳ ଥିବା ଯାଏ ଖଟିବି’

ବାରିପଦା ଅଫିସ,୧୬ା୧୨-ଅନ୍ୟକୁ ହାତ ପତାଇବି ନାହିଁ, ଅଣ୍ଟାରେ ବଳ ଥିବା ଯାଏ ଖଟିବି। ଏହି ଦୃଢ ମନୋବଳ ଓ ଇଚ୍ଛା ଶକ୍ତି ହିଁ ତାଙ୍କ ବାର୍ଦ୍ଧକ୍ୟ...

ଗୋଚର ଜାଗା ଦଖଲ: ରାସ୍ତାରୋକୋ କଲେ ଗ୍ରାମବାସୀ

ବାରଙ୍ଗ,୨୦ା୧(ଡି.ଏନ୍‌.ଏ.): ବାରଙ୍ଗ-ଫକୀରପଡ଼ା ଗାଁ ମୁଣ୍ଡରେ ଫକୀରପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଶୁକ୍ରବାର ରାସ୍ତାରୋକୋ କରାଯାଇଛି। ଫକୀରପଡ଼ା ଗାଁ ମୁଣ୍ଡରେ ଥିବା ଗୋଚର ସରକାରୀ ଜାଗାରେ ଗାଁର ପିଲାମାନେ...

ମରଣଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ରାସ୍ତା

ନାଉଗାଁ,୧୯ା୭(ସ୍ବ.ପ୍ର.):ନାଉଗାଁ ବ୍ଲକ ଅନ୍ତର୍ଗତ ନିଆଳି -ଗଜରାଜପୁର ରାସ୍ତା ଏବେ ମରଣଯନ୍ତା ପାଲିଟିଛି। ଏହି ରାସ୍ତା ଏରେଡା ଦେଇ ନିଆଳିକୁ ସଂଯୋଗ କରୁଛି। ଏହା ଦେବୀ ନଦୀବନ୍ଧ...

ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଅନୁଗୋଳ ଅଫିସ,୧।୩: ଅନୁଗୋଳ ଜିଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ବସଲା ପଞ୍ଚାୟତ ସୁନାଭୁଇଁ ଗାଁର ଦିବାକର ସାହୁ । ବୁଧବାର...

କାନ୍ଥ ଦେଉଛି କରୋନା ସଚେତନତା ବାର୍ତ୍ତା

ଖୋର୍ଦ୍ଧା ଅଫିସ,୧୯।୭ : ଖୋର୍ଦ୍ଧା ଜିଲାରେ ବଢି ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା। ଏଥିରୁ ବାଦ୍‌ ପଡିନି ଖୋର୍ଦ୍ଧା ପୌରାଞ୍ଚଳ। ଜନ ସଚେତନତା ଉଦ୍ଦେଶ୍ୟରେ ପୌରାଞ୍ଚଳ...

ମଳାସୁର କ୍ୟାମ୍ପେନ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ବ୍ରହ୍ମପୁର ଅଫିସ,୨୦ା୧୧- ବ୍ରହ୍ମପୁର ମହାନଗର ନିଗମ ନିକଟରେ ରାଜ୍ୟର ପ୍ରଥମ ବାହ୍ୟମଳ ମୁକ୍ତ(ଓଡିଏଫ) ବାହ୍ୟମଳ ମୁକ୍ତ ପ୍ଲସ ପ୍ଲସ(ଓଡିଏଫ++) ସହର ଭାବେ ମାନ୍ୟତା ପାଇବା ସହ...

ଦାରିଙ୍ଗବାଡ଼ି ଥାନା ଏଏସ୍‌ଆଇଙ୍କ ଦେହାନ୍ତ: ବିଭିନ୍ନ ମହଲରେ ଶୋକ

ଦାରିଙ୍ଗବାଡ଼ି,୨୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାର କାର୍ଯ୍ୟରତ ଏଏସ୍‌ଆଇ ଆର୍‌. ଭୀମ୍ମାରାଓ ରେଡ୍ଡୀଙ୍କ ଶନିବାର ସନ୍ଧ୍ୟା ସମୟରେ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।...

ପାଣି ପାଇଁ ଡହଳବିକଳ, ଗରା ଧରି ରାସ୍ତାରେ ମହିଳା

ଜଳେଶ୍ୱର,୨୧।୪(ଡି.ଏନ.ଏ.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ ଜଳସ୍ତର ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳରେ ପିଇବା ପାଣି ସମସ୍ୟା ଉକତ୍ଟ ହେବାରେ...

Advertisement
Archives

Model This Week