ବିଜେଡିରେ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୭ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ନେଇ ଦଳରେ ଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଗୋଳିିଆ ପାଣିରୁ ବିରୋଧୀ ଭାଜପା ଏବଂ କଂଗ୍ରେସ ଫାଇଦା ମାରିନେବାର ସମ୍ଭାବନା ରହିଛି ବୋଲି ଆଲୋଚନା ଚାଲିଛି। ଶନିବାର ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଉତ୍ସବରେ ଦଳୀୟ ପ୍ରାର୍ଥୀଙ୍କୁ ନେଇ କେତେଜଣ ଅସନ୍ତୁଷ୍ଟ କର୍ମୀ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ବିରୋଧ କରିଥିବା ବେଳେ ଜନୈକା ଆଶାୟୀ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡିବା ପରେ ସେ ବିଧାୟକ ମିତ୍ରଙ୍କୁ ଦାୟୀ କରିଥିଲେ। ଏପରି କି ଦୁଇ ଗୋଷ୍ଠୀ ମୁହଁାମୁହିଁ ହେବା ସହ ଧସ୍ତାଧସ୍ତି ହୋଇଥିଲେ। ପୌରାଧ୍ୟକ୍ଷା ପଦ ପାଇଁ ଏକାଧିକ ଦଳୀୟ ନେତା ଆବେଦନ କରିଥିଲେ। ତେବେ ଦଳ ଜଣେ ନୂଆ ମୁହଁକୁ ପ୍ରାର୍ଥୀ କରିଥିବା ଜଣାପଡ଼ିବା ପରେ ଅସନ୍ତୋଷ ବଢିଥିଲା। ଖବର ଲେଖା ହେବା ସୁଦ୍ଧା ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ କୌଣସି ନିର୍ଦ୍ଦିଷ୍ଟ ନାମ ଘୋଷଣା କରି କରିନାହିଁ। ତେବେ ୨୨ନମ୍ବର ୱାର୍ଡର ପୂର୍ବତନ କାଉନସିଲର କନକଲକ୍ଷ୍ମୀ ମହାନ୍ତିଙ୍କ ନାମ ଚର୍ଚ୍ଚାକୁ ଆସିବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିଥିଲା।
ପୌରାଧ୍ୟକ୍ଷା ପ୍ରାର୍ଥୀ ପାଇଁ ବିଜେଡି ଜିଲା ଉପସଭାପତି ଦିଲୀପ ହୋତା ଏବଂ ନଗର ସଭାପତି ମହମ୍ମଦ ଆରିଫଙ୍କ ସମ୍ପର୍କୀୟଙ୍କ ନାଁ ରହିଥିବାବେଳେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତ ହୋଇଥିବା ଜାଣିବା ପରେ ଦୁହେଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିଲା ଉପସଭାପତି ହୋତା କହିଛନ୍ତି, ମୋ’ ସହଧର୍ମିଣୀ ସୁଚିତ୍ରା ପୌରାଧ୍ୟକ୍ଷା ପଦ ପାଇଁ ଆଶାୟୀ ଥିଲେ। ତାଙ୍କ ନାମ କେଉଁ କାରଣରୁ ବାଦ୍‌ ଦିଆଯାଇଛି ବୋଲି ସେ ବିଧାୟକଙ୍କୁ ପଚାରିଥିଲେ। ଦଳର ନିଷ୍ପତ୍ତିକୁ ବିରୋଧ କରି ନ ଥିଲେ। ଶୃଙ୍ଖଳିତ କର୍ମୀ ଭାବେ ଦଳର ନିଷ୍ପତ୍ତିକୁ ଗ୍ରହଣ କରିଛୁ। ତେବେ ଦଳ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି।

ସେହିପରି ମହମ୍ମଦ ଆରିଫ କହିଛନ୍ତି, ମୁଁ ଦଳର ଶୃଙ୍ଖଳିତ କର୍ମୀ ଏବଂ ନଗର ସଭାପତି ଅଛି। ତେବେ ପ୍ରାର୍ଥୀ ଚୟନ ବେଳେ ମୋର କୌଣସି ମତାମତ ନିଆଯାଇନାହିଁ। ଏ ସମ୍ପର୍କରେ ମୋ ସହ ବିଧାୟକ ଆଲୋଚନା କରିନାହାନ୍ତି। ଜିଲା ସଭାପତି ମଧ୍ୟ ନୀରବ ରହିଛନ୍ତି। ଶେଷ ମୁହୁର୍ତ୍ତରେ ଟିକେଟ କିପରି ଓ କାହା ଇଙ୍ଗିତରେ ପରିବର୍ତ୍ତନ ହେଲା, ତାହା ବୁଝିପାରୁନାହିଁ। ଏହା ପଛରେ କିଏ, ତାହାର ପର୍ଦ୍ଦଫାସ ହେବା ଦରକାର। ଅନ୍ୟପକ୍ଷରେ ଏ ନେଇ ଜିଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏନେଇ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଦଳର ନିଷ୍ପତ୍ତି ହେଉଛି ସର୍ବୋଚ୍ଚ ନିଷ୍ପତ୍ତି। ପୌରାଧ୍ୟକ୍ଷା ପଦ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାମ ଆସିଥିଲା। ଯାହଙ୍କ ନାମ ଚୟନ ହୋଇଛି ତାହା ଦଳୀୟ ନିଷ୍ପତି, ମୋର ନୁହେଁ। ବିଜେଡି ଏକ ଶୃଙ୍ଖଳିତ ଦଳ। ଟିକେଟକୁ ନେଇ କେହି ଅସନ୍ତୋଷ ନାହାନ୍ତି। ଯଦି କେହି ବି ଅସନ୍ତୋଷ ଅଛନ୍ତି ତେବେ ଆଲୋଚନା କରାଯାଇ ସମାଧାନ କରାଯିବ। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ଦଳ ଶତ ପ୍ରତିଶତ ସଫଳତା ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?