ବିଜେଡିରେ ବଢୁଛି ଅସନ୍ତୋଷ

ଖୋର୍ଦ୍ଧା ଅଫିସ,୭ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କୁ ନେଇ ଦଳରେ ଅସନ୍ତୋଷ ବଢିବାରେ ଲାଗିଛି। ଅନ୍ୟପକ୍ଷରେ ଗୋଳିିଆ ପାଣିରୁ ବିରୋଧୀ ଭାଜପା ଏବଂ କଂଗ୍ରେସ ଫାଇଦା ମାରିନେବାର ସମ୍ଭାବନା ରହିଛି ବୋଲି ଆଲୋଚନା ଚାଲିଛି। ଶନିବାର ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ଉତ୍ସବରେ ଦଳୀୟ ପ୍ରାର୍ଥୀଙ୍କୁ ନେଇ କେତେଜଣ ଅସନ୍ତୁଷ୍ଟ କର୍ମୀ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କୁ ବିରୋଧ କରିଥିବା ବେଳେ ଜନୈକା ଆଶାୟୀ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡିବା ପରେ ସେ ବିଧାୟକ ମିତ୍ରଙ୍କୁ ଦାୟୀ କରିଥିଲେ। ଏପରି କି ଦୁଇ ଗୋଷ୍ଠୀ ମୁହଁାମୁହିଁ ହେବା ସହ ଧସ୍ତାଧସ୍ତି ହୋଇଥିଲେ। ପୌରାଧ୍ୟକ୍ଷା ପଦ ପାଇଁ ଏକାଧିକ ଦଳୀୟ ନେତା ଆବେଦନ କରିଥିଲେ। ତେବେ ଦଳ ଜଣେ ନୂଆ ମୁହଁକୁ ପ୍ରାର୍ଥୀ କରିଥିବା ଜଣାପଡ଼ିବା ପରେ ଅସନ୍ତୋଷ ବଢିଥିଲା। ଖବର ଲେଖା ହେବା ସୁଦ୍ଧା ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ କୌଣସି ନିର୍ଦ୍ଦିଷ୍ଟ ନାମ ଘୋଷଣା କରି କରିନାହିଁ। ତେବେ ୨୨ନମ୍ବର ୱାର୍ଡର ପୂର୍ବତନ କାଉନସିଲର କନକଲକ୍ଷ୍ମୀ ମହାନ୍ତିଙ୍କ ନାମ ଚର୍ଚ୍ଚାକୁ ଆସିବା ପରେ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳିଥିଲା।
ପୌରାଧ୍ୟକ୍ଷା ପ୍ରାର୍ଥୀ ପାଇଁ ବିଜେଡି ଜିଲା ଉପସଭାପତି ଦିଲୀପ ହୋତା ଏବଂ ନଗର ସଭାପତି ମହମ୍ମଦ ଆରିଫଙ୍କ ସମ୍ପର୍କୀୟଙ୍କ ନାଁ ରହିଥିବାବେଳେ ଶେଷ ମୁହୂର୍ତ୍ତରେ ପରିବର୍ତ୍ତ ହୋଇଥିବା ଜାଣିବା ପରେ ଦୁହେଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜିଲା ଉପସଭାପତି ହୋତା କହିଛନ୍ତି, ମୋ’ ସହଧର୍ମିଣୀ ସୁଚିତ୍ରା ପୌରାଧ୍ୟକ୍ଷା ପଦ ପାଇଁ ଆଶାୟୀ ଥିଲେ। ତାଙ୍କ ନାମ କେଉଁ କାରଣରୁ ବାଦ୍‌ ଦିଆଯାଇଛି ବୋଲି ସେ ବିଧାୟକଙ୍କୁ ପଚାରିଥିଲେ। ଦଳର ନିଷ୍ପତ୍ତିକୁ ବିରୋଧ କରି ନ ଥିଲେ। ଶୃଙ୍ଖଳିତ କର୍ମୀ ଭାବେ ଦଳର ନିଷ୍ପତ୍ତିକୁ ଗ୍ରହଣ କରିଛୁ। ତେବେ ଦଳ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି।

ସେହିପରି ମହମ୍ମଦ ଆରିଫ କହିଛନ୍ତି, ମୁଁ ଦଳର ଶୃଙ୍ଖଳିତ କର୍ମୀ ଏବଂ ନଗର ସଭାପତି ଅଛି। ତେବେ ପ୍ରାର୍ଥୀ ଚୟନ ବେଳେ ମୋର କୌଣସି ମତାମତ ନିଆଯାଇନାହିଁ। ଏ ସମ୍ପର୍କରେ ମୋ ସହ ବିଧାୟକ ଆଲୋଚନା କରିନାହାନ୍ତି। ଜିଲା ସଭାପତି ମଧ୍ୟ ନୀରବ ରହିଛନ୍ତି। ଶେଷ ମୁହୁର୍ତ୍ତରେ ଟିକେଟ କିପରି ଓ କାହା ଇଙ୍ଗିତରେ ପରିବର୍ତ୍ତନ ହେଲା, ତାହା ବୁଝିପାରୁନାହିଁ। ଏହା ପଛରେ କିଏ, ତାହାର ପର୍ଦ୍ଦଫାସ ହେବା ଦରକାର। ଅନ୍ୟପକ୍ଷରେ ଏ ନେଇ ଜିଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏନେଇ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର କହିଛନ୍ତି, ଦଳର ନିଷ୍ପତ୍ତି ହେଉଛି ସର୍ବୋଚ୍ଚ ନିଷ୍ପତ୍ତି। ପୌରାଧ୍ୟକ୍ଷା ପଦ ପାଇଁ ଏକାଧିକ ପ୍ରାର୍ଥୀଙ୍କ ନାମ ଆସିଥିଲା। ଯାହଙ୍କ ନାମ ଚୟନ ହୋଇଛି ତାହା ଦଳୀୟ ନିଷ୍ପତି, ମୋର ନୁହେଁ। ବିଜେଡି ଏକ ଶୃଙ୍ଖଳିତ ଦଳ। ଟିକେଟକୁ ନେଇ କେହି ଅସନ୍ତୋଷ ନାହାନ୍ତି। ଯଦି କେହି ବି ଅସନ୍ତୋଷ ଅଛନ୍ତି ତେବେ ଆଲୋଚନା କରାଯାଇ ସମାଧାନ କରାଯିବ। ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ଦଳ ଶତ ପ୍ରତିଶତ ସଫଳତା ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

କପିଳେନ୍ଦ୍ର ଦାସଙ୍କୁ ଭାରତ ରତ୍ନ ଗୌରବ ସମ୍ମାନ: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ନୂଆପଡ଼ା,୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଭେଳା ଗାଁର ଶିକ୍ଷାବିତ୍‌ ତଥା ଖଡିଆଳ ରାଜା ଏଟି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. କପିଳେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri