ଜଳ ନିଷ୍କାସନରେ ବାଧକ ସାଜିଛି ପଠା

ମହାକାଳପଡ଼ା,୨୦ା୮ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷୀକୁଳ ହତାଶ ହୋଇ ପଡିଛନ୍ତି। କାରଣ ଚଳିତ ମୌସୁମୀ ଦୁର୍ବଳ ଯୋଗୁ ବର୍ଷା କାଁ ଭାଁ ଦେଖିବାକୁ ମିଳୁଛି। ଅପରପକ୍ଷେ ଗୋବରୀ ନଦୀ ଉପର ମୁଣ୍ଡରେ ବର୍ଷା ଅଭାବ ଯୋଗୁ ଜଳ ତଳ ମୁଣ୍ଡରେ ପହଞ୍ଚତ୍ ପାରୁନି। ଗୋବାରୀ ନଦୀର ଓରତ ସେତୁ ନିକଟରେ ବାଲି, ମାଟି ଓ ପଙ୍କରେ ପଠା ସୃଷ୍ଟି ଯୋଗୁ ଜଳ ନିଷ୍କାସନରେ ବାଧକ ସାଜିଛି। ଚାଷ ଜମିକୁ ଜଳସେଚନ ହୋଇପାରୁନି ବୋଲି ଅଞ୍ଚଳର ବହୁ ଚାଷୀ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ବ୍ଲକର ଗୋବରୀ ନଦୀ ଓରତ ସେତୁ ନିର୍ମାଣ ସମୟରେ ପିଲାର ପାଇଁ ଖନନ ହୋଇଥିବା ମାଟି ଏହି ସ୍ଥାନରେ ଠୁଳ କରାଯାଇଥିଲା। ପରବର୍ତ୍ତୀ ସମୟରେ ନିର୍ମାଣ ସଂସ୍ଥା ବାଲି, ମାଟିକୁ ଅନ୍ୟତ୍ର ନ ନେଇ ଉକ୍ତ ସେତୁ ସମ୍ମୁଖରେ ଜମା କରିବା ଯୋଗୁ ପଠା ବା କୁଦ ହୋଇଥିଲା। ଓରତ ଘାଟ ଗୋବରୀ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ୨୦୦୩ ଜୁଲାଇ ୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଏହି ସେତୁ ନିର୍ମାଣ ପରେ ବ୍ଲକର ୧୦ରୁ ଅଧିକ ପଞ୍ଚାୟତ ଲୋକ ବ୍ଲକ କାର୍ଯ୍ୟାଳୟକୁ ଯାଆଆସ କରିଥାନ୍ତି। ଉକ୍ତ ସ୍ଥାନରେ ମୁଖ୍ୟତଃ ଜଳ ନିଷ୍କାସନରେ ବାଧକ ସାଜିଛି। ତେବେ ଏହି ପଠାକୁ ଖୋଳିବା ପାଇଁ ସ୍ଥାନୀୟ ଚାଷୀ ଓ ଜନପ୍ରତିନିଧିମାନେ କହିଛନ୍ତି। ତେବେ ଗୋବରୀରେ ପୂର୍ବରୁ ପ୍ରଚୁର ପରିମାଣରେ ମାଛ ମିଳୁଥିଲା। ସ୍ଥାନୀୟ ଧୀବରମାନେ ନଦୀରୁ ସମୁଦ୍ର ଇଲିଶ ଧରୁଥିଲେ। ସମୟକ୍ରମେ ଏହି ସ୍ଥାନରୁ ଦୈନିକ ଦୁଇ କିଲୋ ମାଛ ଧରିବା ସମ୍ଭବ ହେଉନି। ଅଳାଇଲୋ ଗାଁର କେତେଜଣ ଚାଷୀ ଓ ମତ୍ସ୍ୟଜୀବୀଙ୍କ ମଧ୍ୟରେ କେଳୁ ଚରଣ ସେଠୀ, ବହ୍ଲବ ସେଠୀ, ବାବାଜୀ ସେଠୀ, ପାଣ୍ଡବ ସେଠୀ, କୁଞ୍ଜ ସେଠୀ, ସହଦେବ ସେଠୀ, ଚୈତନ୍ୟ ସେଠୀ, ପ୍ରହଲ୍ଲାଦ ସେଠୀ କହିବା ଅନୁସାରେ, ଦିନଥିଲା ଏହି ଗୋବରୀ ନଦୀରୁ କୁଇଣ୍ଟାଲ, କୁଇଣ୍ଟାଲ ବଡ ଚିଙ୍ଗୁଡି, ଇଲିଶ୍‌, ପୋଟେଇ, ଭେକ୍ଟି ମାଛ ଧରି ବିକ୍ରି କରିବା ସହ କେନ୍ଦ୍ରାପଡା, କଟକ, କୋଲକାତା ଆଦି ସ୍ଥାନକୁ ଚାଲାଣ କରାଯାଉଥିଲା। ସମୟ କ୍ରମେ ଅଦ୍ୟାବଧି ଏହି ଓରତ ଗୋବରୀ କୂଳରେ ଆନ୍ଧ୍ର, ବାଲୁଗାଁ ମାଛ ବିକ୍ରି ହେଉଛି। ପ୍ରଶାସନ ପକ୍ଷରୁ ଏହି ଗୋବରୀ ନଦୀ ସେତୁ ସମ୍ମୁଖରେ ଥିବା ପଠାକୁ ଖନନ କରାଯିବା ପାଇଁ ଦେଉଳିପଡ଼ା ପଞ୍ଚାୟତ ସରପଞ୍ଚ ଦେବଦତ୍ତ ପରିଡ଼ାଙ୍କୁ ପଚାରିବାରେ ନଦୀ ଖନନ କରାଗଲେ ସ୍ଥାନୀୟ ଚାଷୀ ଓ ମତ୍ସ୍ୟଜୀବୀ ଉପକୃତ ହେବା ସହ ଆର୍ଥିକ ବିକାଶ ହେବ। ସେହିପରି ସ୍ଥାନୀୟ ଅଳାଇଲୋ ପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ପଚାରିବାରେ ଗୋବରୀ ନଦୀ ଖନନ ପାଇଁ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri