ଉଦ୍ୟାନକୃଷି ବିକାଶରେ ଜଙ୍ଗଲ ବିନାଶ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୫୦ କିମ୍ବା ୧୦୦ ନୁହେଁ, ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ଏକାଧିକ ମେଶିନ ଲଗାଇ ବହୁ ପରିମାଣର ଗଛ କଟାଯାଇଛି। ତାହା ପୁଣି ଉଦ୍ୟାନ କୃଷିର ବିକାଶ ନାଁରେ କରାଯାଇଛି। ଖୋଦ୍‌ ରାଜ୍ୟ ସରକାରଙ୍କ ଉଦ୍ୟାନକୃଷି ବିଭାଗ କର୍ତ୍ତୃପକ୍ଷ ଜଙ୍ଗଲର ବିନାଶ କରିଥିବା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ତପନ କୁମାର ବରାଳ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛନ୍ତି। ଏହିମର୍ମରେ ଏନଜିଟିରେ ଏକ ମାମଲା (ନଂ.୫୯/୨୦୨୧/ଇଜେଡ) ରୁଜୁ ହୋଇଛି। ତେବେ ଜଷ୍ଟିସ ବି. ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ୧୮ା୮ା୨୦୨୧ରେ ଏହି ମାମଲାର ଶୁଣାଣି କରି ଏକ ତଦନ୍ତକାରୀ କମିଟି ଦ୍ୱାରା ୧ ମାସ ମଧ୍ୟରେ ରିପାର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଜୋର୍‌ସୋରରେ ଖଣି ଖନନ ଚାଲିଥିବା ଯାଜପୁର ଜିଲାରେ ଜଙ୍ଗଲ ବିଭାଗ ଟଙ୍କା ଯା’ର ଜଙ୍ଗଲ ତା’ର ନୀତି ଆପଣେଇଥିବା ମନେ ହେଉଛି। କଳକାରଖାନା, ଖଣି ପ୍ରତିଷ୍ଠା ପାଇଁ ଶିଳ୍ପସଂସ୍ଥାଗୁଡିକ ସରକାରୀ ଆଇନର ଉଲ୍ଲଂଘନ କରି ଜଙ୍ଗଲ ନଷ୍ଟ କରୁଥିବାବେଳେ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ସାଜିଛି। ନିୟମ ଅନୁଯାୟୀ ରାଜସ୍ବ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ଅଧିଗୃହୀତ ହେବାକୁ ଥିବା ଜମିର ଗଛ ସଂଖ୍ୟା ସମ୍ପର୍କରେ ହିସାବ କରି ରିପୋର୍ଟ ଦେବେ। ତଦନୁଯାୟୀ ଗଛର ମୂଲ୍ୟ ପୈଠ କରିବା ପରେ କମ୍ପାନୀକୁ ଜମି ପ୍ରଦାନ କରାଯାଇଥାଏ। ଅଧିଗୃହୀତ ଜମିର ଲିଜ୍‌ ପାଇବା ପରେ କମ୍ପାନୀ ସେଠାରେ ଥିବା ଗଛଗୁଡିକୁ ଆବଶ୍ୟକତା ଅନୁଯାୟୀ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍‌ଡିସି) ଜରିଆରେ କାଟିବା କଥା। କିନ୍ତୁ ଜିଲାରେ ଏହାର ଉଲ୍ଲଂଘନ କରାଯାଉଛି। ୨୦୧୮ ଜୁନ ଓ ଜୁଲାଇରେ ସୁକିନ୍ଦା ଅଞ୍ଚଳର ୧୬୨.୪୨ ହେକ୍ଟର ଜଙ୍ଗଲ ଜମିରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଗଛ କଟାଯାଇଥିଲା। ହେଲେ ଓଏମ୍‌ସିର ପରିବେଶ ପ୍ରଭାବ ମୂଲ୍ୟାୟନ ଓ ପରିବେଶ ପରିଚାଳନା ଯୋଜନା ସାରମର୍ମରେ ୯,୪୯୯ ମୂଲ୍ୟବାନ ଗଛ କଟାଯିବ ବୋଲି ଦର୍ଶାଇ ସରକାରଙ୍କୁ ଭୁଆଁ ବୁଲାଯାଇଥିଲା। ଏହାବାଦ କଳିଙ୍ଗନଗର ଶିଳ୍ପାଞ୍ଚଳରେ ମଧ୍ୟ ବଡ଼ ବଡ଼ ଶିଳ୍ପ କମ୍ପାନୀ ଲକ୍ଷାଧିକ ମୂଲ୍ୟବାନ ଗଛ କାଟି କାରଖାନା ପ୍ରତିଷ୍ଠା କରିଥିବା ପୂର୍ବରୁ ଅଭିଯୋଗ ହୋଇଛି। ତେବେ କଟାଯାଇଥିବା ଗଛର ୧୦ ଗୁଣ ନୂତନ ଗଛ ସୃଷ୍ଟି କରିବାର ନିୟମ ରହିଥିଲେ ହେଁ ତାହା ପୂରଣ ହୋଇପାରିନାହିଁ। ଉଭୟ ସରକାରୀ ଏବଂ ଘରୋଇ ଜମିରେ ଥିବା ଗଛ କାଟିଲେ ଜଙ୍ଗଲ ବିଭାଗ କାର୍ଯ୍ୟାନୁଷ୍ଠାନ କରିବା କଥା। କିନ୍ତୁ ଉଦ୍ୟାନକୃଷିର ବିକାଶ ନାମରେ ଲକ୍ଷାଧିକ ମୂଲ୍ୟବାନ ଗଛ କଟାଯାଇଥିଲେ ହେଁ ଜଙ୍ଗଲ ବିଭାଗ ଏ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଫଳରେ ବାଧ୍ୟ ହୋଇ ଆଡଭୋକେଟ ଶଙ୍କରପ୍ରସାଦ ପାଣିଙ୍କ ଜରିଆରେ ତପନ କୁମାର ବରାଳ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଛନ୍ତି। ଏହିକ୍ରମରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବୈଜ୍ଞାନିକ, ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍‌ଓଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛି। ଏହି କମିଟି ଦ୍ୱାରା ଗଛ କଟାଯାଇଥିବା ଜମିର ସ୍ଥିତି, ତାହା ଜଙ୍ଗଲ କି ରାଜସ୍ବ ବିଭାଗର ଜମି, ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଉଲ୍ଲଂଘନ ହୋଇଛି କି, ଆଜି ଯାଏ କେତେ ଗଛ କଟାଯାଇଛି, ଏଥିପାଇଁ ଦାୟୀ କିଏ, ପରିବେଶ କ୍ଷୟକ୍ଷତି ଅନୁସାରେ କଟାଯାଇଥିବା ଗଛର ମୂଲ୍ୟ ଇତ୍ୟାଦି ତଦନ୍ତ କରି ୧ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ଶୁଣାଣି ୨୭ା୯ା୨୦୨୧ରେ ସ୍ଥିରୀକୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଚାଲିଗଲା ୫ ଗୋରୁଙ୍କ ଜୀବନ

କୁଳିଅଣା,୩।୫(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ଅନ୍ତର୍ଗତ ବଡ ଜୁଣବଣି ଗ୍ରାମରେ ମଙ୍ଗଳବାର ବଜ୍ରପାତ ଯୋଗୁ ୫ ଗୋରୁଙ୍କ ଜୀବନ ଯାଇଛି। ଉକ୍ତ ଗ୍ରାମର ଉପେନ୍ଦ୍ର...

ଧାନମଣ୍ଡି ନିକଟରେ ଭାଙ୍ଗି ପଡିଲା ଗଛ: ଚାଷୀ ଗୁରୁତର

ଔପଦା, ୧୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ବଡ଼ପୋଖରୀ ସେବା ସମବାୟ ସମିତି ପକ୍ଷରୁ କିଣାଯାଉଥିବା ଧାନମଣ୍ଡି ନିକଟରେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଏକ ବିରାଟ ଶୁଖିଲା...

ମିଛ କହି କିଡ୍‌ନୀ ବିକିଦେଲେ ସ୍ବାମୀ

ମାଲକାନଗିରି,୨୫ା୮(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲାର ଜଣେ ମହିଳାଙ୍କ କିଡ୍‌ନୀକୁ ତାଙ୍କ ସ୍ବାମୀ ଛଳନା କରି ବିକ୍ରି କରିଦେଇଥିବା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ହେଲେ...

ଏପ୍ରିଲ ୧୭ରେ ବିଜୁ ଶ୍ରାଦ୍ଧ ଦିବସ

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଆସନ୍ତା ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହେବ। ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ରାଜ୍ୟସ୍ତରରେ ତଥା...

ଟ୍ରକ୍‌କୁ ପିଟିଲା ଆଇସ୍‌କ୍ରିମ ବୋଝେଇ ଗାଡ଼ି

ବାଲିଗୁଡ଼ା,୯।୩:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସ୍ଥିତ ସବ୍‌ଜେଲ ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ପୂର୍ବରୁ ରାସ୍ତା କଡ଼ରେ ଅଟକି ରହିଥିବା ଏକ ସିମେଣ୍ଟ...

ଚୌଦ୍ୱାର ପୌରପାଳିକାରେ ପଞ୍ଜୀକରଣ କଲେ ୩୭୪ ପ୍ରବାସୀ

ଚୌଦ୍ୱାର,୪ା୫(ଡି.ଏନ୍‌.ଏ.): ରାଜ୍ୟ ବାହାରେ ରହୁଥିବା ଚୌଦ୍ୱାର ଅଞ୍ଚଳର ୩୭୪ ଜଣ ପ୍ରବାସୀ ଓଡ଼ିଆ ଚୌଦ୍ୱାର ଫେରିବା ପାଇଁ ପୌରପାଳିକାରେ ନିଜନାମ ପଞ୍ଜିକୃତ କରିଛନ୍ତି। ଚୌଦ୍ୱାର ପୌର...

ଫଳ ବେପାରୀଙ୍କ କବ୍‌ଜାରେ ରାମରାମ ଗଳି

କେନ୍ଦୁଝର, ୨୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ସହରରେ ଅବୈଧ କବ୍‌ଜା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଟ୍ରାଫିକ ସମସ୍ୟା ଲାଗି ରହିଛି। ପୌରପାଳିକା ଅଧୀନ ଥିବା ବିଭିନ୍ନ ଗଳିକନ୍ଦି ଏପରିକି...

୪ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ବର,୨।୭: ରାଜ୍ୟରେ ପୁଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବାରେ ଲାଗିଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମଧରଣର ବର୍ଷା ଗୁରୁବାରଠାରୁ ଆରମ୍ଭ ହୋଇଛି।...

Advertisement
Archives

Model This Week