ଉଦ୍ୟାନକୃଷି ବିକାଶରେ ଜଙ୍ଗଲ ବିନାଶ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୫୦ କିମ୍ବା ୧୦୦ ନୁହେଁ, ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ଏକାଧିକ ମେଶିନ ଲଗାଇ ବହୁ ପରିମାଣର ଗଛ କଟାଯାଇଛି। ତାହା ପୁଣି ଉଦ୍ୟାନ କୃଷିର ବିକାଶ ନାଁରେ କରାଯାଇଛି। ଖୋଦ୍‌ ରାଜ୍ୟ ସରକାରଙ୍କ ଉଦ୍ୟାନକୃଷି ବିଭାଗ କର୍ତ୍ତୃପକ୍ଷ ଜଙ୍ଗଲର ବିନାଶ କରିଥିବା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ତପନ କୁମାର ବରାଳ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ୱାରସ୍ଥ ହୋଇଛନ୍ତି। ଏହିମର୍ମରେ ଏନଜିଟିରେ ଏକ ମାମଲା (ନଂ.୫୯/୨୦୨୧/ଇଜେଡ) ରୁଜୁ ହୋଇଛି। ତେବେ ଜଷ୍ଟିସ ବି. ଅମିତ ସ୍ଥାଳେକର ଓ ଜୁଡିସିଆଲ ମେମ୍ବର ଶୈବାଳ ଦାସଗୁପ୍ତା ୧୮ା୮ା୨୦୨୧ରେ ଏହି ମାମଲାର ଶୁଣାଣି କରି ଏକ ତଦନ୍ତକାରୀ କମିଟି ଦ୍ୱାରା ୧ ମାସ ମଧ୍ୟରେ ରିପାର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଜୋର୍‌ସୋରରେ ଖଣି ଖନନ ଚାଲିଥିବା ଯାଜପୁର ଜିଲାରେ ଜଙ୍ଗଲ ବିଭାଗ ଟଙ୍କା ଯା’ର ଜଙ୍ଗଲ ତା’ର ନୀତି ଆପଣେଇଥିବା ମନେ ହେଉଛି। କଳକାରଖାନା, ଖଣି ପ୍ରତିଷ୍ଠା ପାଇଁ ଶିଳ୍ପସଂସ୍ଥାଗୁଡିକ ସରକାରୀ ଆଇନର ଉଲ୍ଲଂଘନ କରି ଜଙ୍ଗଲ ନଷ୍ଟ କରୁଥିବାବେଳେ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ସାଜିଛି। ନିୟମ ଅନୁଯାୟୀ ରାଜସ୍ବ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ଅଧିଗୃହୀତ ହେବାକୁ ଥିବା ଜମିର ଗଛ ସଂଖ୍ୟା ସମ୍ପର୍କରେ ହିସାବ କରି ରିପୋର୍ଟ ଦେବେ। ତଦନୁଯାୟୀ ଗଛର ମୂଲ୍ୟ ପୈଠ କରିବା ପରେ କମ୍ପାନୀକୁ ଜମି ପ୍ରଦାନ କରାଯାଇଥାଏ। ଅଧିଗୃହୀତ ଜମିର ଲିଜ୍‌ ପାଇବା ପରେ କମ୍ପାନୀ ସେଠାରେ ଥିବା ଗଛଗୁଡିକୁ ଆବଶ୍ୟକତା ଅନୁଯାୟୀ ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ (ଓଏଫ୍‌ଡିସି) ଜରିଆରେ କାଟିବା କଥା। କିନ୍ତୁ ଜିଲାରେ ଏହାର ଉଲ୍ଲଂଘନ କରାଯାଉଛି। ୨୦୧୮ ଜୁନ ଓ ଜୁଲାଇରେ ସୁକିନ୍ଦା ଅଞ୍ଚଳର ୧୬୨.୪୨ ହେକ୍ଟର ଜଙ୍ଗଲ ଜମିରୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଗଛ କଟାଯାଇଥିଲା। ହେଲେ ଓଏମ୍‌ସିର ପରିବେଶ ପ୍ରଭାବ ମୂଲ୍ୟାୟନ ଓ ପରିବେଶ ପରିଚାଳନା ଯୋଜନା ସାରମର୍ମରେ ୯,୪୯୯ ମୂଲ୍ୟବାନ ଗଛ କଟାଯିବ ବୋଲି ଦର୍ଶାଇ ସରକାରଙ୍କୁ ଭୁଆଁ ବୁଲାଯାଇଥିଲା। ଏହାବାଦ କଳିଙ୍ଗନଗର ଶିଳ୍ପାଞ୍ଚଳରେ ମଧ୍ୟ ବଡ଼ ବଡ଼ ଶିଳ୍ପ କମ୍ପାନୀ ଲକ୍ଷାଧିକ ମୂଲ୍ୟବାନ ଗଛ କାଟି କାରଖାନା ପ୍ରତିଷ୍ଠା କରିଥିବା ପୂର୍ବରୁ ଅଭିଯୋଗ ହୋଇଛି। ତେବେ କଟାଯାଇଥିବା ଗଛର ୧୦ ଗୁଣ ନୂତନ ଗଛ ସୃଷ୍ଟି କରିବାର ନିୟମ ରହିଥିଲେ ହେଁ ତାହା ପୂରଣ ହୋଇପାରିନାହିଁ। ଉଭୟ ସରକାରୀ ଏବଂ ଘରୋଇ ଜମିରେ ଥିବା ଗଛ କାଟିଲେ ଜଙ୍ଗଲ ବିଭାଗ କାର୍ଯ୍ୟାନୁଷ୍ଠାନ କରିବା କଥା। କିନ୍ତୁ ଉଦ୍ୟାନକୃଷିର ବିକାଶ ନାମରେ ଲକ୍ଷାଧିକ ମୂଲ୍ୟବାନ ଗଛ କଟାଯାଇଥିଲେ ହେଁ ଜଙ୍ଗଲ ବିଭାଗ ଏ କ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଫଳରେ ବାଧ୍ୟ ହୋଇ ଆଡଭୋକେଟ ଶଙ୍କରପ୍ରସାଦ ପାଣିଙ୍କ ଜରିଆରେ ତପନ କୁମାର ବରାଳ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଛନ୍ତି। ଏହିକ୍ରମରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବୈଜ୍ଞାନିକ, ଯାଜପୁର ଜିଲାପାଳ ଏବଂ କଟକ ଡିଏଫ୍‌ଓଙ୍କୁ ନେଇ ଏକ କମିଟି ଗଠନ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛି। ଏହି କମିଟି ଦ୍ୱାରା ଗଛ କଟାଯାଇଥିବା ଜମିର ସ୍ଥିତି, ତାହା ଜଙ୍ଗଲ କି ରାଜସ୍ବ ବିଭାଗର ଜମି, ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ର ଉଲ୍ଲଂଘନ ହୋଇଛି କି, ଆଜି ଯାଏ କେତେ ଗଛ କଟାଯାଇଛି, ଏଥିପାଇଁ ଦାୟୀ କିଏ, ପରିବେଶ କ୍ଷୟକ୍ଷତି ଅନୁସାରେ କଟାଯାଇଥିବା ଗଛର ମୂଲ୍ୟ ଇତ୍ୟାଦି ତଦନ୍ତ କରି ୧ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ପରବର୍ତ୍ତୀ ଶୁଣାଣି ୨୭ା୯ା୨୦୨୧ରେ ସ୍ଥିରୀକୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?