ଆସିକା ଚିନିଶିଳ୍ପରେ ଅବ୍ୟବସ୍ଥା

ଆସିକା, ୮।୪ (ଡି.ଏନ୍‌.ଏ.):ଆସିକା ସମବାୟ ଚିନିଶିଳ୍ପରେ ଲାଗିରହିଥିବା ଅବ୍ୟବସ୍ଥାର ପ୍ରତିକାର ହୋଇପାରୁନଥିବାରୁ ଚିନିଶିଳ୍ପ ପରିଚାଳନା ପରିଷଦର କେତେକ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଗୁରୁବାର ପରିଚାଳନା ପରିଷଦର ୭ଜଣ ସଦସ୍ୟ ଭୁବନେଶ୍ୱରଠାରେ ସମବାୟ ବିଭାଗର ରେଜିଷ୍ଟ୍ରାର ଡ. ଉଦୟ ମାଝୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଏହି ପ୍ରତିନିଧି ଦଳ ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ଶାସନ ସଚିବ ଶୁଭ୍ରାଶୁଂ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ପରାମର୍ଶଦାତାଙ୍କୁ ସାକ୍ଷାତ କରି ଚିନିଶିଳ୍ପରେ ଲାଗି ରହିଥିବା ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ଲାଗି ନିବେଦନ କରିଥିବା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ବରାଡ ସୂଚନା ଦେଇଛନ୍ତି। ବରାଡଙ୍କ ସମେତ ପରିଚାଳନା ପରିଷଦର ସଦସ୍ୟ ବସନ୍ତ ଦଳାଇ, ଉଦୟନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ରତ୍ନାକର ସାହୁ, ନିରଞ୍ଜନ ପ୍ରଧାନ, ଧରମୁ ପ୍ରଧାନ ଓ ଶତୃଘନ ଭୂୟାଁଙ୍କ ଏହି ପ୍ରତିନିଧି ଦଳ ଅଧିକାରୀ ଓ ମନ୍ତ୍ରୀଙ୍କୁ ଚିନିଶିଳ୍ପରେ ଦୀର୍ଘଦିନ ଧରି ଖାଲିପଡିଥିବା ପରିଚାଳନା ନିର୍ଦ୍ଦେଶକ, ପର୍ଶନାଲ ମ୍ୟାନେଜର, ସେଫ୍ଟି ଅଫିସର, ଆଖୁ ପରିଚାଳକ ଭଳି ମୁଖ୍ୟ ପଦବୀରେ ନିଯୁକ୍ତି, ଚିନିଶିଳ୍ପର ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ନିୟମାନୁଯାୟୀ ପରିଚାଳନା ପରିଷଦର ବୈଠକରେ ଆଲୋଚନା କରି ନିଷ୍ପତ୍ତି, ଚିନିଶିଳ୍ପ ମଦ ପ୍ରସ୍ତୁତି କାରଖାନାରୁ ବାହାରୁଥିବା ଆସିକା ୪୦ ପ୍ୟାକିଂ ବଦଳାଇ ପଲି ପ୍ରପୋଲିନ ମାଧ୍ୟମରେ ପ୍ୟାକିଂ କରି ପରିବେଶ ସୁରକ୍ଷା ସହ ଖର୍ଚ୍ଚ କମାଇବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସୂଚନା ଯୋଗ୍ୟ ଗତ ଡିସେମ୍ବର ୧୩ ତାରିଖରେ ଚିନିଶିଳ୍ପ ପରିଚାଳନା ପରିଷଦର ପ୍ରଥମ ବୈଠକ ବସିଥିଲା। ତା ପରବର୍ତ୍ତି ଅବସ୍ଥାରେ ଆଉ ବୈଠକ ବସିପାରିନାହିଁ। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଗତ ମାର୍ଚ୍ଚ ୨୩ରେ ପରିଚାଳନା ପରିଷଦର ଉପସଭାପତି ସ୍ନେହଲତା ଚଣ୍ଡଙ୍କ ଅଧ୍ୟକ୍ଷତାରେ ୯ଜଣ ଡାଇରେକ୍ଟରଙ୍କ ଏକ ବୈଠକ ବସିଥିଲା। ଏହି ବୈଠକରେ ପରିଚାଳନା ପରିଷଦର ସଭାପତିଙ୍କୁ ତୁରନ୍ତ ବୈଠକ ଡକାଇ ସମସ୍ୟା ବିଷୟରେ ଆଲୋଚନା କରିବା ସହ ବ୍ୟବସାୟିକ ନୀତି ନିର୍ଦ୍ଧାରଣ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଏକ ସ୍ମାରକପତ୍ର ଦିଆଯାଇଥିଲା ା ତଥାପି ସମସ୍ୟାର କୌଣସି ସମାଧାନ ନହେବାରୁ ନିର୍ବାଚିତ ନିର୍ଦ୍ଦେଶକମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ବାଧ୍ୟ ହେଲେ ବୋଲି ବରାଡ଼ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri