ଆରମ୍ଭ ପୂର୍ବରୁ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧୯।୧୨: ବିହନ ବୁଣିବା ବେଳକୁ ବର୍ଷାର ଦେଖାମିଳିଲାନି। କେଣ୍ଡା ବାହାରିବାଠାରୁ ଧାନ ପାଚିବା ଯାଏ ତୁହାକୁ ତୁହା ଲଘୁଚାପଜନିତ ଲଗାଣବର୍ଷା ଏବଂ ଡିସେମ୍ବରରେ ସାମୁଦ୍ରିକ ଝଡ଼ ‘ଜଓ୍ବାଦ’ ଫସଲ ଉପରେ ସାଧିଲା ଦାଉ। ବଡ଼ କଷ୍ଟରେ ପାଣିରୁ ଛାଣି ଫସଲ ଅମଳ କରି ମଣ୍ଡିକୁ ଆଣିବା ପୂର୍ବରୁ ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଛି ସମବାୟ ସମିତି ସମ୍ପାଦକଙ୍କ ଆନ୍ଦୋଳନ। ଫଳରେ ଢେଙ୍କାନାଳ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ବିଳମ୍ବିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି, ଯାହାକୁ ନେଇ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି।
ଜିଲାରେ ଡିସେମ୍ବର ୨୦ରୁ ଖରିଫ୍‌ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗତ ନଭେମ୍ବର ୧୧ରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ ଡିସେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ବର୍ଷା ପାଇଁ ଧାନଅମଳ ପ୍ରଭାବିତ କରିଛି। ଅନ୍ୟପଟେ ସରକାରୀ ମାନ୍ୟତା ଦାବିରେ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ରାଜ୍ୟର ୨,୭୦୮ ପାକ୍ସ, ଲାମ୍ପ୍‌ସର କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି। ଟୋକନ୍‌ ମଧ୍ୟ ଆସିନାହିଁ। ଫଳରେ ୨୦ ତାରିଖ (ସୋମବାର)ଠାରୁ ଧାନ କିଣା ଆରମ୍ଭ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଅପରପକ୍ଷେ ଧାନ ଖରିଦରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏ ଯାଏ ଜିଲା ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଏପଟେ ସମବାୟ ଉପନିବନ୍ଧକ ଆନ୍ଦୋଳନରତ ସମ୍ପାଦକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ସମାଧାନର ବାଟ ନ ବାହାରିଲେ ଆସନ୍ତା ସୋମବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିବ ଏବଂ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

୪୦ ପ୍ରତିଶତ ଧାନ ବିଲରେ ପଡ଼ିଛି
ଲଗାଣବର୍ଷା ଯୋଗୁ ଜିଲାରେ ଧାନ ଅମଳ ବିଳମ୍ବ ହୋଇଛି। ପ୍ରାୟ ୪୦ ପ୍ରତିଶତ ଧାନ ବିଲରେ ପଡ଼ିଛି। ଧାନ ଅମଳ ହେବାର ୫ଦିନ ଯାଏ ଜଳୀୟ ଅଂଶ ଶୁଖିବା ଲାଗି ବିଲରେ ରଖାଯାଇଥାଏ। ତେଣୁ ଧାନକିଣା ପ୍ରକ୍ରିୟାକୁ ୭ଦିନ ଘୁଞ୍ଚାଇବା ପାଇଁ ଜିଲାପାଳଙ୍କୁ ଅବଗତ କରାଯାଇଛି।
-ଅଂଶୁମାନ ପଟ୍ଟନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ

ସୋମବାର ବୈଠକରେ ନିଆଯିବ ନିଷ୍ପତ୍ତିି
ଲଗାଣ ବର୍ଷା ଏବଂ ସୋସାଇଟି ସମ୍ପାଦକଙ୍କ ଆନ୍ଦୋଳନ ପାଇଁ ଧାନ କିଣା ପ୍ରକ୍ରିୟା ନିର୍ଦ୍ଧାରିତ ତାରିଖରେ ଆରମ୍ଭ ହୋଇପାରିବ ନାହିଁ। ସମ୍ପାଦକମାନେ ସହଯୋଗ ନ କଲେ ବିକଳ୍ପ ବ୍ୟବସ୍ଥା ପାଇଁ ସୋମବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
-ସଂଗ୍ରାମ କେଶରୀ ରାଉତ, ସମବାୟ ବିଭାଗ ଉପନିବନ୍ଧକ

 

୧୧.୩ ଲକ୍ଷ କୁଇଣ୍ଟାଲ ସଂଗ୍ରହ ଲକ୍ଷ୍ୟ

ଖରିଫ୍‌ ଋତୁରେ ଢେଙ୍କାନାଳ ଜିଲାରୁ ୧୧ଲକ୍ଷ ୩୦ହଜାର ୮୮୨ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମୋଟ୍‌ ୪୯ ହଜାର ୩୫୮ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେହିପରି ୮୯ ମଣ୍ଡି ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ୭ ଏସ୍‌ଏଚ୍‌ଜିକୁ ଧାନକିଣା ପ୍ରକ୍ରିୟାରେ ସାମିଲ କରାଯାଇଛି। ଗତବର୍ଷ ଲକ୍ଷ୍ୟ ପୂରଣ ପରେ ବି ଧାନ ବଳିପଡ଼ିଥିଲା। ପୁନର୍ବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ହେଁ ଟୋକନ ଆସି ନ ଥିଲା। ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତବର୍ଷ ପ୍ରଶାସନ ଧାନକ୍ରୟ ବ୍ୟବସ୍ଥିତ କରିବା ଲାଗି ଆଗୁଆ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri