ଆରମ୍ଭ ପୂର୍ବରୁ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧୯।୧୨: ବିହନ ବୁଣିବା ବେଳକୁ ବର୍ଷାର ଦେଖାମିଳିଲାନି। କେଣ୍ଡା ବାହାରିବାଠାରୁ ଧାନ ପାଚିବା ଯାଏ ତୁହାକୁ ତୁହା ଲଘୁଚାପଜନିତ ଲଗାଣବର୍ଷା ଏବଂ ଡିସେମ୍ବରରେ ସାମୁଦ୍ରିକ ଝଡ଼ ‘ଜଓ୍ବାଦ’ ଫସଲ ଉପରେ ସାଧିଲା ଦାଉ। ବଡ଼ କଷ୍ଟରେ ପାଣିରୁ ଛାଣି ଫସଲ ଅମଳ କରି ମଣ୍ଡିକୁ ଆଣିବା ପୂର୍ବରୁ ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଛି ସମବାୟ ସମିତି ସମ୍ପାଦକଙ୍କ ଆନ୍ଦୋଳନ। ଫଳରେ ଢେଙ୍କାନାଳ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ବିଳମ୍ବିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି, ଯାହାକୁ ନେଇ ଚାଷୀଙ୍କ ଚିନ୍ତା ଆହୁରି ବଢ଼ିଯାଇଛି।
ଜିଲାରେ ଡିସେମ୍ବର ୨୦ରୁ ଖରିଫ୍‌ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗତ ନଭେମ୍ବର ୧୧ରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ହେଲେ ଡିସେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ବର୍ଷା ପାଇଁ ଧାନଅମଳ ପ୍ରଭାବିତ କରିଛି। ଅନ୍ୟପଟେ ସରକାରୀ ମାନ୍ୟତା ଦାବିରେ ଓଡ଼ିଶା ସମବାୟ କର୍ମଚାରୀ ମହାସଂଘ ଡାକରାରେ ରାଜ୍ୟର ୨,୭୦୮ ପାକ୍ସ, ଲାମ୍ପ୍‌ସର କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି। ଟୋକନ୍‌ ମଧ୍ୟ ଆସିନାହିଁ। ଫଳରେ ୨୦ ତାରିଖ (ସୋମବାର)ଠାରୁ ଧାନ କିଣା ଆରମ୍ଭ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଅପରପକ୍ଷେ ଧାନ ଖରିଦରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏ ଯାଏ ଜିଲା ପ୍ରଶାସନ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ଏପଟେ ସମବାୟ ଉପନିବନ୍ଧକ ଆନ୍ଦୋଳନରତ ସମ୍ପାଦକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ସମାଧାନର ବାଟ ନ ବାହାରିଲେ ଆସନ୍ତା ସୋମବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ବସିବ ଏବଂ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

୪୦ ପ୍ରତିଶତ ଧାନ ବିଲରେ ପଡ଼ିଛି
ଲଗାଣବର୍ଷା ଯୋଗୁ ଜିଲାରେ ଧାନ ଅମଳ ବିଳମ୍ବ ହୋଇଛି। ପ୍ରାୟ ୪୦ ପ୍ରତିଶତ ଧାନ ବିଲରେ ପଡ଼ିଛି। ଧାନ ଅମଳ ହେବାର ୫ଦିନ ଯାଏ ଜଳୀୟ ଅଂଶ ଶୁଖିବା ଲାଗି ବିଲରେ ରଖାଯାଇଥାଏ। ତେଣୁ ଧାନକିଣା ପ୍ରକ୍ରିୟାକୁ ୭ଦିନ ଘୁଞ୍ଚାଇବା ପାଇଁ ଜିଲାପାଳଙ୍କୁ ଅବଗତ କରାଯାଇଛି।
-ଅଂଶୁମାନ ପଟ୍ଟନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ

ସୋମବାର ବୈଠକରେ ନିଆଯିବ ନିଷ୍ପତ୍ତିି
ଲଗାଣ ବର୍ଷା ଏବଂ ସୋସାଇଟି ସମ୍ପାଦକଙ୍କ ଆନ୍ଦୋଳନ ପାଇଁ ଧାନ କିଣା ପ୍ରକ୍ରିୟା ନିର୍ଦ୍ଧାରିତ ତାରିଖରେ ଆରମ୍ଭ ହୋଇପାରିବ ନାହିଁ। ସମ୍ପାଦକମାନେ ସହଯୋଗ ନ କଲେ ବିକଳ୍ପ ବ୍ୟବସ୍ଥା ପାଇଁ ସୋମବାର ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।
-ସଂଗ୍ରାମ କେଶରୀ ରାଉତ, ସମବାୟ ବିଭାଗ ଉପନିବନ୍ଧକ

 

୧୧.୩ ଲକ୍ଷ କୁଇଣ୍ଟାଲ ସଂଗ୍ରହ ଲକ୍ଷ୍ୟ

ଖରିଫ୍‌ ଋତୁରେ ଢେଙ୍କାନାଳ ଜିଲାରୁ ୧୧ଲକ୍ଷ ୩୦ହଜାର ୮୮୨ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମୋଟ୍‌ ୪୯ ହଜାର ୩୫୮ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେହିପରି ୮୯ ମଣ୍ଡି ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବାବେଳେ ୭ ଏସ୍‌ଏଚ୍‌ଜିକୁ ଧାନକିଣା ପ୍ରକ୍ରିୟାରେ ସାମିଲ କରାଯାଇଛି। ଗତବର୍ଷ ଲକ୍ଷ୍ୟ ପୂରଣ ପରେ ବି ଧାନ ବଳିପଡ଼ିଥିଲା। ପୁନର୍ବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ହେଁ ଟୋକନ ଆସି ନ ଥିଲା। ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତବର୍ଷ ପ୍ରଶାସନ ଧାନକ୍ରୟ ବ୍ୟବସ୍ଥିତ କରିବା ଲାଗି ଆଗୁଆ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri