Airspace Breach: ଜେଲେନସ୍କିଙ୍କ ସହ ବଚସା: ଟ୍ରମ୍ପଙ୍କ ଘର ଉପରେ ଉଡିଲା ଯୁଦ୍ଧ ବିମାନ, ଆମେରିକାରେ ଚହଳ

ଓ୍ବାଶିଂଟନ୍‌,୨।୩:ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି। ଘର ଉପରେ ଉଡିଲା ଯୁଦ୍ଧ ବିମାନ। କହିରଖୁଛୁ ଆମେରିକା ବାୟୁସୀମା ଉଲ୍ଲଘଂନ କରି ଟ୍ରମ୍ପଙ୍କ ଫ୍ଲୋରିଡା ରିସର୍ଟ ଉପରେ ଉଡିଛି ତିନୋଟି ଯୁଦ୍ଧ ବିମା। ଏହା ପରେ, ସେଠାରେ F-16 ଯୁଦ୍ଧ ବିମାନ ମୁତୟନ କରାଯାଇଥିଲା। ଏହି ଲଢ଼ୁଆ ବିମାନଗୁଡ଼ିକ ଆକାଶ ସୀମାରୁ ବାହାରକୁ ଯିବା ପାଇଁ ଫ୍ଲେୟାର ବ୍ୟବହାର କରିଥିଲେ।

Airspace Breach:ରିପୋର୍ଟ ଅନୁଯାୟୀ, ଫେବୃଆରୀରେ ରାଷ୍ଟ୍ରପତି ଟ୍ରମ୍ପ ମାର୍‌-ଏ-ଲାଗୋ ରିସର୍ଟ ପରିଦର୍ଶନ କରିଥିବା ସମୟରେ, ତାଙ୍କ ଗସ୍ତ ସମୟରେ ସହର ଉପରେ ୩ଟି ଯୁଦ୍ଧ ବିମାନ ତିନିଥର ଆକାଶ ସୀମା ଉଲ୍ଲଂଘନ କରିଥିଲା। ଫେବୃଆରୀ 15 ରେ ଦୁଇଟି ଏବଂ ଫେବୃଆରୀ 17 ରେ ରାଷ୍ଟ୍ରପତି ଦିବସରେ ଗୋଟିଏ ଉଲ୍ଲଂଘନ ହୋଇଥିଲା।

Airspace Breach: ସୂଚନାଥାଉ କି,ଫ୍ଲୋରିଡାର ପାମ ବିଚ ଉପରେ ସକାଳ ୧୧:୦୫, ଅପରାହ୍ନ ୧୨:୧୦ ଏବଂ ମଧ୍ୟାହ୍ନ ୧୨:୫୦ ସମୟରେ ବାୟୁସୀମା ଉଲ୍ଲଂଘନ ହୋଇଥିଲା। ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ମାର୍‌-ଏ-ଲାଗୋ ରିସର୍ଟ ଏଠାରେ ଅବସ୍ଥିତ। ଡେଲି ମେଲ ରିପୋର୍ଟ ଅନୁଯାୟୀ, ତିନୋଟି ବିମାନ ବେସାମରିକ ବିମାନ ଥିଲା। ଗୋଟିଏ ପରେ ଗୋଟିଏ ବିମାନ ଅତିକ୍ରମ କରିବା ପରେ, ଉତ୍ତର ଆମେରିକୀୟ ଏରୋସ୍ପେସ ପ୍ରତିରକ୍ଷା କମାଣ୍ଡ (NORAD)କୁ ଆକାଶ ସୀମାରେ F-16 ଲଢ଼ୁଆ ବିମାନ ମୁତୟନ କରିବାକୁ ପଡିଲା।

ରିପୋର୍ଟରୁ ଜଣାପଡିଛି ଯେ ଲଢ଼ୁଆ ବିମାନଗୁଡ଼ିକ କାହିଁକି ପାମ ବିଚ ଆକାଶମାର୍ଗରେ ପ୍ରବେଶ କରିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତଥାପି, ଏହା ଏକ ସାଧାରଣ ଘଟଣା ହୋଇପାରେ କାରଣ ଗତ କିଛି ସପ୍ତାହ ମଧ୍ୟରେ ଏପରି ଅନ୍ୟ ଘଟଣା ଘଟିଛି।

କାହିଁକି ଫ୍ଲେୟାର ବ୍ୟବହାର କରିବେ?
ଉତ୍ତର ଆମେରିକୀୟ ଏରୋସ୍ପେସ ପ୍ରତିରକ୍ଷା କମାଣ୍ଡ (NORAD) ଅନୁଯାୟୀ, ଏପରି ବାୟୁସୀମା ଉଲ୍ଲଂଘନରେ ଫ୍ଲେୟାର ବ୍ୟବହାର କରାଯାଏ କାରଣ ସେଗୁଡ଼ିକ ଭୂମିରେ ଥିବା ଲୋକଙ୍କ ପାଇଁ କୌଣସି ବିପଦ ସୃଷ୍ଟି କରେ ନାହିଁ। ଏଗୁଡ଼ିକ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଜଳିଯାଏ ଏବଂ ଆପତ୍ତିକାରୀ ପାଇଲଟଙ୍କୁ ଆକାଶ ସୀମା ଛାଡି ଯିବାକୁ ସଙ୍କେତ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଉଳ ବୋଝେଇ ଟ୍ରକ ପଛରେ ପିଟି ହେଲା ବାଇକ୍‌, ଆଉ ତା’ପରେ…

ଡୁଙ୍ଗୁରିପାଲି,୨୨।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ସ୍ଥିତ ୨୬ ନମ୍ବର ଜାତୀୟ ରାଜପଥ ଏଫ୍‌ସିଆଇ ଛକ ନିକଟରେ ଛିଡା ହୋଇଥିବା ଏକ ଚାଉଳ ବୋଝେଇ ଟ୍ରକର ପଛରେ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri