ବଜ୍ରଗୁମ୍ମା ଗାଁରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ: ଅସବର୍ଣ୍ଣ ପରିବାରଙ୍କୁ ଗାଁ ବାସନ୍ଦ

ଦିଗପହଣ୍ଡି,୧୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁରେ ଗତ କିଛିଦିନ ହେଲା ସବର୍ଣ୍ଣ- ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଅସବର୍ଣ୍ଣ ଗୋଷ୍ଠୀର ଲୋକଙ୍କୁ ସବର୍ଣ୍ଣ ଗୋଷ୍ଠୀର ଲୋକେ ଗାଁରୁ ବାସନ୍ଦ କରିଥିବା ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଶନିବାର କେ. ନୂଆଗାଁ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଏଏସ୍‌ଆଇ କ୍ଷୀରୋଦ ଚନ୍ଦ୍ର ବେହେରା ସଦଳବଳ ଗାଁରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ସାରେ କେ. ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ ଉଭୟ ଗୋଷ୍ଠୀର ମୁଖିଆମାନଙ୍କୁ ଥାନାକୁ ଡକାଇ ମାମଲାର ସମାଧାନ କରିଥିଲେ ମଧ୍ୟ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।
ସୂଚନାନୁସାରେ, ଗତ ଫେବୃଆରୀ ମାସରେ ଗ୍ରାମର ଶ୍ରୀ ରାଧାକୃଷ୍ଣ ମନ୍ଦିରର ଜିର୍ଣ୍ଣୋଦ୍ଧାର ଉତ୍ସବରେ ପ୍ରସାଦ ବଣ୍ଟନକୁ କେନ୍ଦ୍ରକରି କିଛି ଅସବର୍ଣ୍ଣ ଲୋକେ ପ୍ରତିବାଦ କରିବା ପରେ ସବର୍ଣ୍ଣ ଗୋଷ୍ଠୀର ଲୋକେ ଉତ୍ତେଜିତ ହୋଇଥିଲେ। ପରେ ମାମଲା ସମାଧାନ ହୋଇଥିଲା। ଗତ ପ୍ରାୟ ୫ ଦିନ ପୂର୍ବେ ରାତି ପ୍ରାୟ ୮ ଟାରେ ଗାଁ ମଣ୍ଡପରେ ସବର୍ଣ୍ଣ ଗୋଷ୍ଠୀର କିଛି ବ୍ୟକ୍ତି ବସିଥିବା ବେଳେ ଅସବର୍ଣ୍ଣ ଗୋଷ୍ଠୀର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ସେମାନଙ୍କୁ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା। ମାଡ଼ ଭୟରେ ଅସବର୍ଣ୍ଣ ଗୋଷ୍ଠୀର କିଛି ବ୍ୟକ୍ତି ଗାଁରୁ ଫେରାର ହୋଇଯାଇଥିଲେ। ଗାଁ ରେ ୧୫୪ ସବର୍ଣ୍ଣ ପରିବାର ରହୁଥିବା ବେଳେ ପ୍ରାୟ ୨୦ ଅସବର୍ଣ୍ଣ ପରିବାର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୫ ଅସବର୍ଣ୍ଣ ପରିବାର ଲୋକଙ୍କ ସହ ସବର୍ଣ୍ଣ ପରିବାରଙ୍କ ବିବାଦ ଲାଗିରହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗ୍ରାମର କୌଣସି ଅସବର୍ଣ୍ଣ ପରିବାରଙ୍କୁ ଗାଁରୁ ବାସନ୍ଦ କରାଯାଇ ନ ଥିବା ନେଇ ଗାଁ ମୁଖିଆ ତଥା ଜଣେ ପୂର୍ବତନ ସରପଞ୍ଚ ପୋଲିସକୁ କହିଛନ୍ତି। ଅସବର୍ଣ୍ଣ ପରିବାରର କିଛି ବ୍ୟକ୍ତି ଗାଁରେ ସଦାସର୍ବଦା ଅଶାନ୍ତି ସୃଷ୍ଟି କରୁଥିବା ସେ ଜଣାଇଛନ୍ତି। ଅପରପକ୍ଷରେ ଗ୍ରାମର କିଛି ସବର୍ଣ୍ଣ ବ୍ୟକ୍ତି ସଂଘବଦ୍ଧ ହୋଇ ଗାଁ ମଣ୍ଡପରେ ବିଳମ୍ବିତ ରାତି ଯାଏ ଜୁଆ ଖେଳୁଥିବା ସହ ପ୍ରତିବାଦ କଲେ ଅସବର୍ଣ୍ଣ ଲୋକଙ୍କୁ ଗାଁରେ ରଖାଇଦେବୁ ନାହିଁ ବୋଲି ଧମକ ଦେଉଥିବା ସମ୍ପର୍କରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri