ସାତକୋଶିଆରୁ ୩ ଗଁ। ବିସ୍ଥାପନ ଯୋଜନା

ଅନୁଗୋଳ ଅଫିସ୍‌, ୨୪ା୭
ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ଯୋଜନା ପରେ ଯୋଜନା କରୁଛି। ମହାବଳ ବାଘ ‘ମହାବୀର’ର ମୃତ୍ୟୁ ପରେ ବ୍ୟାଘ୍ର ପ୍ରକଳ୍ପ ସ୍ଥଗିତ ରହିଥିଲେ ମଧ୍ୟ ଭବିଷ୍ୟତକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ ମଧ୍ୟରେ ଥିବା କେତେକ ଗଁାକୁ ବିସ୍ଥାପନ କରିବାକୁ ବିଭାଗ ଉଦ୍ୟମ ଜାରି ରଖିଛି। ମଧ୍ୟପ୍ରଦେଶରୁ ବାଘ ଆଣିବା ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୨୦୧୭ରେ ରାଇଗୁଡ଼ା ଗ୍ରାମବାସୀଙ୍କୁ ବିସ୍ଥାପିତ କରାଯାଇସାରିଛି। ଆଗାମୀ ଦିନରେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ଆଉ ୩ଟି ଗଁାକୁ ହଟାଯିବା ଯୋଜନା ରହିଛି। ଏହା ସଫଳ ହେଲେ ଉକ୍ତ ୩ ଗ୍ରାମବାସୀ ରହୁଥିବା ୫୦ ଏକର ଜାଗା ଖାଲି ହୋଇଯିବ। ଫଳରେ ଜୀବଜନ୍ତୁଙ୍କ ଅବାଧ ବିଚରଣରେ ଏହା ସହାୟକ ହେବ ବୋଲି ବନଖଣ୍ଡ ପକ୍ଷରୁ କୁହାଯାଇଛି।
ସୂଚନା ଅନୁଯାୟୀ, ସାତକୋଶିଆ ବନଖଣ୍ଡରେ ପୁରୁଣାକୋଟ, ପମ୍ପାସର, ଟିକରପଡ଼ା, ରାଇଗୁଡ଼ା ଓ ଜିଲିଣ୍ଡା ରେଞ୍ଜ ରହିଛି। ତେବେ ପୁରୁଣାକୋଟ, ଜିଲିଣ୍ଡା ଓ ପମ୍ପାସର ରେଞ୍ଜ ଅଧୀନରେ ଥିବା ୩ଟି ଗ୍ରାମକୁ ହଟାଇ ଅନ୍ୟତ୍ର ଥଇଥାନ କରାଯିବାର ଯୋଜନା କରାଯାଇଛି। ଏ ନେଇ ୨୦୧୯ରେ ଉକ୍ତ ୩ ଗ୍ରାମବାସୀଙ୍କ ସହ ବନଖଣ୍ଡର ଅଧିକାରୀମାନେ ଆଲୋଚନା କରିଥିଲେ। ଚଳିତବର୍ଷ ମଧ୍ୟ ଦୁଇ ଥର କଥାବାର୍ତ୍ତା କରିସାରିଛନ୍ତି। କିନ୍ତୁ ଗ୍ରାମବାସୀ ରାଜି ହେଉ ନ ଥିବାରୁ ସମସ୍ୟା ଉପୁଜୁଛି। ଯଦି ଗ୍ରାମବାସୀ ବିସ୍ଥାପିତ ହେବାକୁ ସମ୍ମତି ପ୍ରଦାନ କରିବେ ତା’ହେଲେ ସେମାନଙ୍କୁ ଭଲ ପ୍ୟାକେଜ ପ୍ରଦାନ କରାଯିବ। ରାଇଗୁଡ଼ା ଗ୍ରାମବାସୀଙ୍କୁ ଯେପରି ନୂଆ ରାଇଗୁଡ଼ାରେ ଜମି, ଘର, ଲକ୍ଷ ଲକ୍ଷ ଟଙ୍କା ଦିଆଯାଇ ଥଇଥାନ କରାଯାଇଛି ଠିକ୍‌ ସେହିପରି ପଦକ୍ଷେପ ନିଆଯିବ। ସେମାନଙ୍କ ପାଇଁ ପାନୀୟ ଜଳ, ସ୍ବତନ୍ତ୍ର ବିଦ୍ୟୁତ୍‌ ବ୍ୟବସ୍ଥା କରାଯିବ। ଅନ୍ୟପକ୍ଷରେ ଗ୍ରାମବାସୀ ପୂର୍ବସ୍ଥାନରୁ ହଟିଗଲେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଅଧିକ ୫୦ ଏକର ଜାଗା ମିଳିପାରିବ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।
ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ
ସାତକୋଶିଆ ଅଭୟାରଣ୍ୟର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଏପରି ଯୋଜନା ଚାଲିଛି। ବନଖଣ୍ଡରୁ ୩ଟି ଗ୍ରାମବାସୀଙ୍କୁ ବିସ୍ଥାପନ କରାଯିବା ନିମନ୍ତେ ସେମାନଙ୍କ ସହ ଆଲୋଚନା କରାଯାଉଛି। ଉକ୍ତ ଗ୍ରାମବାସୀଙ୍କୁ ନୂଆ ରାଇଗୁଡ଼ାବାସୀଙ୍କ ଭଳି ସୁବିଧା ଦିଆଯିବ। ସରକାରଙ୍କ ପକ୍ଷରୁ ପ୍ରତି ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ସହ ଘର ଯୋଗାଇ ଦିଆଯିବ।
-ରାମାସ୍ବାମୀ.ପି, ଡିଏଫ୍‌ଓ, ସାତକୋଶିଆ ବନଖଣ୍ଡ

ବିଫଳତାରୁ ଶିକ୍ଷା ନେବା ଉଚିତ
ପୂର୍ବରୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ଏଯାଏ ଭଲଭାବେ ଥଇଥାନ କରାଯାଇ ନାହିଁ। ଏବେ ପୁଣି ୩ଟି ଗାଁ ଉଚ୍ଛେଦ ପାଇଁ ଯୋଜନା କରାଯାଉଛି। ଜଙ୍ଗଲ ମଧ୍ୟରେ ଗଁ। ରହିଲେ ବନ୍ୟପ୍ରାଣୀ ସୁରକ୍ଷିତ ରହିପାରିବେ। ବିଫଳ ବ୍ୟାଘ୍ର ପ୍ରକଳ୍ପରୁ ବିଭାଗ ଶିକ୍ଷା ନେବା ଉଚିତ।
-ସ୍ବପ୍ନା ଷଡ଼ଙ୍ଗୀ, ପରିବେଶବିତ

ବିସ୍ଥାପିତ ହେବାକୁ ଚାହୁଁ ନାହୁଁ
ବିସ୍ଥାପିତ ହେବାକୁ ଗ୍ରାମବାସୀ ଚାହୁଁ ନାହାନ୍ତି। ସରକାର ତାଙ୍କ ଯୋଜନା ବନ୍ଦ କରନ୍ତୁ। ଖଣି ଖାଦାନ ପାଇଁ ବିସ୍ଥାପନ ନୀତି ଅଲଗା ଥିବାବେଳେ ଜଙ୍ଗଲ ବିଭାଗ ଏହି ଜଙ୍ଗଲୀ ଲୋକଙ୍କୁ ଭୁଅଁ। ବୁଲାଉଛି। ପୁରୁଣା ଗଁ। ବଦଳରେ କିଛି ଟଙ୍କା ମିଳିବ ସତ ହେଲେ ତାହା ସରିଗଲେ ଭିକାରୀ ହୋଇ ସେମାନେ ଦାଣ୍ଡରେ ବୁଲିବେ।
-ଜନାର୍ଦ୍ଦନ ସାହୁ, ସଭାପତି, ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri