‘ରହିଛି ପାର୍ଥକ୍ୟ’, ଓଡ଼ିଶା ସିଭିଲ ସର୍ଭିସ୍‌ ପେନ୍‌ସନ ରୁଲ୍‌ ଉପରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ

ନୂଆଦିଲ୍ଲୀ,୨୩ା୨: ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ପେନ୍‌ସନ) ନିୟମାବଳୀ, ୧୯୯୨ ଅନୁଯାୟୀ ଓ୍ବାର୍କଚାର୍ଜଡ କର୍ମଚାରୀ ଏବଂ ଠିକା କର୍ମଚାରୀଙ୍କ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଥିବା ସୁପ୍ରିମକୋର୍ଟ କହିଛନ୍ତି। ଓଡ଼ିଶା ହାଇକୋର୍ଟ ଏକ ରିଟ୍‌ ପଟିଶନକୁ ଖାରଜ କରିଦେଇଥିବାବେଳେ ଏହାକୁ ଚ୍ୟାଲେଞ୍ଜ କରି ଓଡ଼ିଶା ସରକାର ଦାଏର କରିଥିବା କେତେଗୁଡ଼ିଏ ସିଭିଲ୍‌ ଅପିଲ୍‌କୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ରିଟ୍‌ ପିଟିଶନ ଦାଏରରେ ଅହେତୁକ ବିଳମ୍ବ ପାଇଁ ହାଇକୋର୍ଟ ରିଟ୍‌ ଅପିଲ୍‌କୁ ଖାରଜ କରିଦେଇଥିଲେ। ଜଷ୍ଟିସ୍‌ ସୁଧାଂଶୁ ଧୂଲିଆ ଏବଂ ଅହସନୁଦ୍ଦିନ ଅମନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି, ଓଡ଼ିଶା ପେନ୍‌ସନ ନିୟମାବଳୀ, ୧୯୯୨ର ରୁଲ୍ସ ୩ ଏବଂ ରୁଲ୍ସ ୬କୁ ଅବଲୋକନ କଲେ ପାର୍ଥକ୍ୟ ସ୍ପଷ୍ଟ ହୋଇଥାଏ। ସେଥିରେ ଉଲ୍ଲେଖ ରହିଛି ଓ୍ବାର୍କଚାର୍ଜଡ କର୍ମଚାରୀମାନେ ବିନା ଅବରୋଧରେ ୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ସମୟ ପାଇଁ କାର୍ଯ୍ୟ କରିଥାନ୍ତି। ପରେ ସେମାନେ ଏକ ପେନ୍‌ସନଯୋଗ୍ୟ ପ୍ରତିଷ୍ଠାନରେ ସମାନ କିମ୍ବା ଭିନ୍ନ ପଦବୀରେ ସାମୟିକ କିମ୍ବା

ସ୍ଥାୟୀ ଭାବେ ନିଯୁକ୍ତ ହୋଇପାରିଥାନ୍ତି। ଓଡ଼ିଶା ପେନ୍‌ସନ ନିୟମାବଳୀ, ୧୯୯୨ ଅନୁଯାୟୀ, ଓ୍ବାର୍କଚାର୍ଜଡ ଭାବେ ସେମାନଙ୍କର ଚାକିରି କାଳ ପେନ୍‌ସନ ପାଇଁ ଯୋଗ୍ୟ। ଖଣ୍ଡପୀଠ ଆହୁରି କହିଛନ୍ତି, ଓ୍ବାର୍କଚାର୍ଜଡ କର୍ମଚାରୀମାନେ ଓଡ଼ିଶା ଓ୍ବାର୍କଚାର୍ଜଡ ଏମ୍ପ୍ଲୟିଜ୍‌ (ଆପଏଣ୍ଟମେଣ୍ଟ ଆଣ୍ଡ କଣ୍ଡିଶନ୍ସ ଅଫ୍‌ ସର୍ଭିସ୍‌) ନିର୍ଦ୍ଦେଶନାମା, ୧୯୭୪ ଅନୁଯାୟୀ ପରିଚାଳିତ ହୋଇଥାନ୍ତି। ଏହି ନିର୍ଦ୍ଦେଶନାମା ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଜାରି କରିଥାଏ, ଯାହା ଏଭଳି ଓ୍ବାର୍କଚାର୍ଜଡ୍‌ ପ୍ରତିଷ୍ଠାନର ସଂଜ୍ଞା ନିରୂପଣ କରିଥାଏ।
ଓଡ଼ିଶା ସରକାରରେ ନିୟମିତ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ବିଭାଗରେ ମଞ୍ଜୁରିପ୍ରାପ୍ତ ପଦବୀରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ବହୁସଂଖ୍ୟାରେ କର୍ମଚାରୀ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିଥାନ୍ତି। ସେମାନେ ମୁଖ୍ୟତଃ ସର୍ଭେ ଏବଂ ଜମିଜମା ନକ୍ସା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ନିଯୁକ୍ତ ହୋଇଥାନ୍ତି। ସେମାନଙ୍କ ଚାକିରି ପେନ୍‌ସନଯୋଗ୍ୟ ସର୍ଭିସ ନୁହେଁ। ଏପରିକି ସେମାନେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଠିକା କର୍ମଚାରୀ ଭାବେ ରହିଲେ ମଧ୍ୟ ସେମାନଙ୍କୁ ପେନ୍‌ସନ ସୁବିଧା ପାଇଁ ଗଣାଯାଇ ନ ଥାଏ ଓ ଅବସର ପରେ ସେମାନେ କୌଣସି ପେନ୍‌ସନ ପାଇ ନ ଥାନ୍ତି।

୧୯୯୨ରେ ଖଣ୍ଡପୀଠ ଏଭଳି ଏକ ମାମଲାର ବିଚାର କରିଥିଲେ। ଠିକା କର୍ମଚାରୀଙ୍କୁ ପେନ୍‌ସନ ଦିଆ ନ ଯିବା ଏକ ଅନୁଚିତ କାର୍ଯ୍ୟ ଏବଂ ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ବୋଲି ହାଇକୋର୍ଟ ବିବେଚନା କରିଥିଲେ। ଅଧିକାଂଶ ଠିକା କର୍ମଚାରୀ ପରବର୍ତ୍ତୀ ସମୟରେ ନିୟମିତ ହେଉଥିଲେ ମଧ୍ୟ ତାହା କାର୍ଯ୍ୟକାଳ ଶେଷ ବେଳକୁ ହୋଇଥାଏ। ତେଣୁ କର୍ମଚାରୀ ପେନ୍‌ସନଯୋଗ୍ୟ ଚାକିରି ପାଇଁ ବାଧ୍ୟତାମୂଳକ ୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିପାରି ନ ଥାନ୍ତି। ତେଣୁ ଠିକା କର୍ମଚାରୀ ଅବସର ନେବା ପୂର୍ବରୁ ନିୟମିତ ହେଉଥିଲେ ମଧ୍ୟ ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହୋଇ ନଥାନ୍ତି। ପରବର୍ତ୍ତୀ ସମୟରେ ୧୯୯୭ରେ ଓଡ଼ିଶା ସରକାର ଅଫିସ୍‌ ମେମୋରାଣ୍ଡମ୍‌ ପ୍ରକାଶ କରିଥିଲେ, ଯେଉଁଥିରେ ହାଇକୋର୍ଟ ଯାହା କହିଥିଲେ, ତାହା ଦୋହରାଯାଇଥିଲା। ହାଇକୋର୍ଟଙ୍କ ରାୟ, ପରବର୍ତ୍ତୀ ସମୟରେ ସରକାରଙ୍କ ସର୍କୁଲାର ଏବଂ ନିୟମାବଳୀରେ ସଂଶୋଧନ ଯୋଗୁ ପୂର୍ବରୁ ଠିକାରେ ନିଯୁକ୍ତ କର୍ମଚାରୀମାନଙ୍କୁ ପେନ୍‌ସନ ସୁବିଧା ମିଳିଥିଲା। ତେବେ କେବଳ ସେମାନଙ୍କ ଜବ୍‌ କଣ୍ଟ୍ରାକ୍ଟର ସେବା ସମୟକୁ ପେନ୍‌ସନ ପାଇଁ ହିସାବ କରାଯାଉଥିବାରୁ ତାହା ପେନ୍‌ସନ ପାଇବା ପାଇଁ ଯଥେଷ୍ଟ ନ ଥିଲା। କର୍ମଚାରୀଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟକାଳକୁ ହିସାବକୁ ନେବା ପରେ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ରାଜ୍ୟ ସରକାର ରିଟ୍‌ ଅପିଲ୍‌ କରିଥିଲେ ମଧ୍ୟ ବହୁ ବିଳମ୍ବରେ ଦାଏର ହୋଇଥିବାରୁ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଫଳରେ ମାମଲା ସୁପ୍ରିମକୋର୍ଟ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ରାସ୍ତା ପାର ହେଲା କଲରାପତରିଆ, ଭୟରେ ଗ୍ରାମବାସୀ

ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ…

ପ୍ରତିବର୍ଷ ଏକ ବର୍ଗକିଲୋମିଟର ସଙ୍କୁଚିତ ହେଉଛି ମା’ ବରୁଣେଇ ପୀଠ, ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଅପହଞ୍ଚ

କେନ୍ଦ୍ରାପଡା,୨୮ା୯ (ଜଗନ୍ନାଥ ଧଳ): ଜାତୀୟ ଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦୀପରେ ମା’ ବରୁଣେଇ ଦୀର୍ଘ ବର୍ଷ ଧରି ପୂଜା ପାଉଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?