ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା

ବରୀ,୩୦ା୬(ଡି.ଏନ.ଏ.): ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଉଛନ୍ତି ସରକାର। ହେଲେ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ବାଲିଆ, ରତ୍ନଗିରି, କୃଷ୍ଣନଗର, କଳାମାଟିଆ, ଅଙ୍ଗାଳୋ ଆଦି ୫ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିଛି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ୬ ଜଣ ଡାକ୍ତର ଜଣକ ପରେ ଜଣେ ଇସ୍ତଫା ଦେବା ପରେ ଏଠାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଡାକ୍ତରମାନଙ୍କ ଇସ୍ତଫା ସମ୍ପର୍କିତ ସୂଚନା ଜିଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ଅଛି । ସ୍ଥାନୀୟ ଲୋକମାନେ ଜିଲା ସ୍ବାସ୍ଥ୍ୟ ବିଭାଗକୁ ଏ ସଂକ୍ରାନ୍ତରେ ଜଣାଇ ଆସୁଥିଲେ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ ଚେଇଁ ଶୋଇଥିବା ଅଭିଯୋଗ ହେଉଛି।

ଗୋଟିଏ ସ୍ବାସ୍ଥ୍ୟ କେନ୍ଦ୍ରରେ ସର୍ବନିମ୍ନ ୫ ଜଣ ବିଶେଷଜ୍ଞ ଡାକ୍ତର ଯଥା ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ, ମେଡିସିନ୍‌, ସର୍ଜରୀ, ନିଶ୍ଚେତକ ବିଶେଷଜ୍ଞ ସହିତ ୧୩ ଜଣ ଡାକ୍ତର ରହିବା କଥା। ମାତ୍ର ଏଠାରେ ବିଶେଷଜ୍ଞ ଡାକ୍ତର ଆଦୌ ନ ଥିବା ବେଳେ ମାତ୍ର ୩ ଜଣ ଡାକ୍ତର ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଦୀର୍ଘ ଦିନ ଛୁଟିରେ ଅଛନ୍ତି। ବର୍ତ୍ତମାନ ଆଉ ୨ ଜଣ ଠିକା ଡାକ୍ତରଙ୍କୁ ସେଠାକୁ ପଠାଯାଇଛି। ସେହିପରି ୨ ଜଣ ଫାର୍ମାସିଷ୍ଟ ପଦବୀ ଖାଲି ପଡିଛି। ୨ ଲାବ୍ରୋଟୋରୀ ଟେକ୍ନିସିଆନଙ୍କ ବଦଳରେ ଜଣେ, ୬ ଷ୍ଟାଫ୍‌ ନର୍ସଙ୍କ ସ୍ଥାନରେ ଦୁଇ ଜଣ, ୪ ଏଏନ୍‌ଏମ୍‌ ଓ ୪ ରୋଗୀ ସହାୟକଙ୍କ ସ୍ଥାନରେ ଆଦୌ କେହି ନାହାନ୍ତି । ୩ଜଣ ଡ୍ରେସରଙ୍କ ସ୍ଥାନରେ ଜଣେ ମାତ୍ର ଅଛନ୍ତି । ସମ୍ପୃକ୍ତ ଡ୍ରେସର ଆସନ୍ତା ମାସରେ ଚାକିରୀରୁ ଅବସର ନେବାର ଅଛି । ଏପରି ସ୍ଥିତିରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କେବଳ କାଗଜ କଲମରେ ଚାଲିଥିବା ଅଭିଯୋଗ ହୋଇଛି। ରୋଗୀ ସେବାରେ ଏଠାରେ ଦୀର୍ଘ ଦିନ ଧରି ବ୍ୟାହତ ଘଟୁଥିବାରୁ ଅଞ୍ଚଳବାସୀ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରୁ ବିଶ୍ୱାସ ହରାଇ ସାରିଛନ୍ତି । କେତେଜଣ ଔଷଧ ଦୋକାନୀ ଡାକ୍ତରମାନଙ୍କୁ ଢାଲ କରି ସେମାନଙ୍କ ବେପାର ବଢାଇବାକୁ ଅସାଧୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri