ରେଲ୍‌ଓ୍ବେ ଜମି ଜବରଦଖଲ ମୁକ୍ତ କରି ଉନ୍ନୟନ କାର୍ଯ୍ୟ ହେଉ

ଗୁଣପୁର,୩୦।୬(ଡି.ଏନ୍‌.ଏ.): ପୂର୍ବତଟ ରେଳପଥ ଅର୍ନ୍‌ଗତ ବିଶାଖାପାଟଣା ଡିଭିଜନର ଡିଆର୍‌ଏମ୍‌ ଅନୁପ କୁମାର ଶତପଥୀ ବୁଧବାର ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଗୁଣପୁର ଗସ୍ତକରି ଏଠାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଥିଲେ। ପାଣି ଟାଙ୍କି ନିର୍ମାଣ, ରନିଂ ରୁମ୍‌, ଷ୍ଟେଶନ ମାଷ୍ଟର ଗୃହ ନିର୍ମାଣ ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୟରେ ଆନ୍ଧ୍ର-ଓଡ଼ିଶା ରେଳ ବ୍ୟବାହିକ ସଂଘର ସଭାପତି ଡ. ସତ୍ୟପ୍ରକାଶ ପଣ୍ଡା, ନବ ନିର୍ମାଣ ସମିତିର ଅଧ୍ୟକ୍ଷ ଅକ୍ଷୟ ଦାସ, ଅଟଳ ବିହାରି ବାଜପେୟୀ ମେମୋରିଆଲ ଟ୍ରଷ୍ଟର ସଂଯୋଜକ ଚିନ୍ମୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ନେଇ ଅବଗତ କରାଇଥିଲେ। ଏଥିସହ ରେଳ ବ୍ୟବହାରିକ ସଂଘ ପକ୍ଷରୁ ୨୦ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା।
ଗୁଣପୁର ଷ୍ଟେଶନରେ ଯାତ୍ରୀ ଟିକେଟ ସୁବିଧା କେନ୍ଦ୍ର ଓ ଜନସାଧାରଣଙ୍କୁ ଟିକେଟ ବୁକିଂ ସେବା ଯୋଗାଇବା,ଗୁଣପୁର ଏବଂ ପାରଳାଖେମୁଣ୍ଡି ଷ୍ଟେଶନରେ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି କରିବା, ଉଭୟ ଷ୍ଟେଶନରେ ଦ୍ବିତୀୟ ପ୍ଲାଟଫର୍ମ ନିର୍ମାଣ ଏବଂ ଫୁଟ୍‌ ଓଭରବ୍ରିଜ୍‌ ନିର୍ମାଣ, କାଶୀନଗର ଓ ତେମ୍ବୁରଠାରେ ନୂତନ ରେଳ ଷ୍ଟେଶନ କାର୍ଯ୍ୟକ୍ଷମ କରିବା ସହ ଗୁଣପୁରଠାରେ ଆଉ ଗୋଟିଏ ଲୁପ୍‌ ଲାଇନ କରିବା, ଷ୍ଟେଶନ ଗୁଡ଼ିକରେ ଟ୍ରେନ୍‌ ଗୁଡ଼ିକର କ୍ରସିଂ ପାଇଁ ସୁବିଧା କରିବା, ଗୁଣପୁର ଓ ପାରାଳାଖେମୁଣ୍ଡି ଷ୍ଟେଶନରେ ଯାତ୍ରୀଙ୍କ ପାଇଁ ଅପେକ୍ଷା ଗୃହ ନିର୍ମାଣ, ଶିଶୁ ଉଦ୍ୟାନ ନିର୍ମାଣ, ଗୁଣପୁର ଓ ପାରାଳାଖେମୁଣ୍ଡି ଷ୍ଟେଶନରେ ପାର୍ସଲ ନେବା ଆଣିବା ସୁବିଧା ଯୋଗାଇବା, କଟକ-ପଲାସା-କଟକ ଟ୍ରେନ୍‌ ଗୁଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା, ରାତ୍ରକାଳୀନ ଗୁଣପୁର-ପଲାସା-ଗୁଣପୁର ଟ୍ରେନ୍‌କୁ ପୂର୍ବଭଳି ଚାଲୁ କରିବା, ଗୁଣପୁର ଠାରୁ ଖଡ଼ଗପୁର ଓ ସାଲିମାରକୁ ଏବଂ ବିଜୟୱାଡାକୁ ନୂତନ ଟ୍ରେନ୍‌ ଚଳାଚଳ କରିବା ଆଦି ଦାବି ଦାବିପତ୍ରରେ ଉଲ୍ଲେଖ ରହିଛି। ସେହିପରି ରେଲ୍‌ଓ୍ବେର ଜମି ଗୁଡ଼ିକ ଜବରଦଖଲ ହୋଇଥିବାରୁ ସେଗୁଡ଼ିକ ମୁକ୍ତ କରିବା ସହ ରେଲଓ୍ବେ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରିବା ବିଷୟରେ ମଧ୍ୟ ମଧ୍ୟ ଦାବି କରାଯାଇଥିଲା। ଏହାର ଉତ୍ତରରେ ଡିଆର୍‌ଏମ୍‌ କହିଥିଲେ ଯେ, ଗୁଣପୁର-ନୌପଡ଼ା ମଧ୍ୟରେ ଟ୍ରେନ୍‌ର ଷ୍ପିଡ୍‌ କିପରି ବୃଦ୍ଧି ପାଇବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି କହିଥିଲେ। ଏହା ହେବାଦ୍ବାରା ଅଧିକ ଟ୍ରେନ୍‌ ସହ ସମସ୍ତ ସୁବିଧା ଏହି ରେଳପଥରେ ମିଳିବ ସେ ନେଇ ଅନୁଧ୍ୟାନ କରିବାକୁ ଆସିଥିବା ସେ କହିଥିଲୋ ପ୍ଲାଟଫର୍ମର ଉଚ୍ଚତା ପାଇଁ ଟେଣ୍ଡର ସରିଛି। ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଷ୍ଟେଶନ ଗୁଡ଼ିକରେ ଟିକେଟର ବ୍ୟବସ୍ଥା ଠିକ୍‌ ନଥିବା, ଟିଟି ନ ଥିବା ଦ୍ବାରା ଯାତ୍ରୀ ଟ୍ରେନ୍‌ରେ ବିନା ଟିକଟରେ ମାନେ ଯାତ୍ରା କରୁଥିବା ଆଦି ବିଷୟରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବା ପରେ ଏ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଆରଏମ୍‌ କହିଥିଲେ। ସୂଚନାଯୋଗ୍ୟ, ଜାନୁୟାରୀ ୨୦ରେ ଡିଆର୍‌ଏମ୍‌ ଗୁଣପୁର ଗସ୍ତରେ ଆସିଥିବାବେଳେଏହା ତାଙ୍କର ଦ୍ବିତୀୟ ପରିଦର୍ଶନ ରହିଥିଲାା ଏହିସମୟରେରେଳବିଭାଗର ଅ୍ଯଯା୍ଯଯ ଅଧିକାରିମାନେ ମ୍ଯଯଉପସ୍ଥିତ ରହିଥିଲୋ


Enter your email to get our daily news in your inbox.

All Right Reserved By Dharitri.Com

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?