ସେବା ସମବାୟ ସମିତିରେ ୫-ଟିକୁ ନାପସନ୍ଦ

ଯାଜପୁର ଅଫିସ,୩ା୨: ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଅନୁଯାୟୀ ସବୁ କ୍ଷେତ୍ରରେ ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ)କୁ ଏହି ଆଇନରେ ସର୍ବାଧିକ ଅଗ୍ରାଧିକାର ଦିଆଯାଇଛି। ଫଳରେ ଦୁର୍ନୀତି ଏବଂ ଅନିୟମିତତାକୁ ନିୟନ୍ତ୍ରଣ କରିହେବ ବୋଲି ଆଶା କରାଯାଇଛି। ସେଥିପାଇଁ ରାଜ୍ୟର ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପକୁ କମ୍ପ୍ୟୁଟରାଇଜେଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫-ଟି କାର୍ଯ୍ୟକାରୀ ହେବାର ଇତିମଧ୍ୟରେ ଦେଢ଼ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ହେଲେ ସେବା ସମବାୟ ସମିତି ଏହାକୁ ଗୁରୁତ୍ୱ ଦେଉ ନ ଥିବା ଭଳି ମନେହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୨୭୦୭ ପ୍ୟାକ୍ସ, ଲ୍ୟାମ୍ପ୍ସ ମଧ୍ୟରୁ ୧ା୨ା୨୦୨୧ ତାରିଖ ସୁଦ୍ଧା ମାତ୍ର ୮୩୨ଟି କମ୍ପ୍ୟୁଟରାଇଜେଶନ ହୋଇଛି। ସେଥିମଧ୍ୟରୁ ମାତ୍ର ୧୯୪ ପ୍ୟାକ୍ସ/ଲ୍ୟାମ୍ପ୍ସରେ ଅନ୍‌ଲାଇନ ସୁବିଧା କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏଥିପାଇଁ ରାଜ୍ୟ ସେବା ସମବାୟ ସମିତି ସମୂହର ନିବନ୍ଧକ (ଆରସିଏସ୍‌) ଉଦ୍‌ବେଗ ପ୍ରକାଶ କରିଛନ୍ତି। ୨ା୨ା୨୦୨୧ରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ମଣ୍ଡଳ (ଏଆରସିଏସ୍‌), ଡିଆରସିଏସ୍‌ ଓ ସିିସିବିର ଅଧିକାରୀମାନଙ୍କୁ ଜବାବ ତଲବ କରିଛନ୍ତି। ସରକାରୀ କାର୍ଯ୍ୟରେ ଅବହେଳା ଏବଂ ୫-ଟି ଆଇନକୁ ସାଂଘାତିକ ଭାବେ ପରିହାର କରିଥିବାରୁ ୩ ଦିନ ମଧ୍ୟରେ ଜବାବ ରଖିବାକୁ ଆରସିଏସ୍‌ ନିର୍ଦ୍ଦେଶ ଜାରି କରିଛନ୍ତି।
କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଥିବା ପ୍ୟାକ୍ସଗୁଡିକରେ ବେନିୟମ କାର୍ଯ୍ୟ ଏବଂ କୃଷି ବୀମା ଟଙ୍କା ଓ ଋଣ ଲଗାଣ ଆଦିରେ ବ୍ୟାପକ ହେରଫେର ଚାଲିଛି। ଏହି ଦୁର୍ନୀତିରେ ପ୍ରଭାବିତ ଚାଷୀକୁଳ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ହେଁ ତଦନ୍ତ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଫଳରେ ଦୁର୍ନୀତିର ବାସ୍ତବ ଚିତ୍ର ଲୋକଲୋଚନକୁ ଆସି ନ ପାରି ଦୁର୍ନୀତିଗ୍ରସ୍ତ ଅଧିକାରୀ ମୁକୁଳି ଯାଉଛନ୍ତି। ଚାଷୀଙ୍କ ଜମି ପଟ୍ଟାରେ ଭାଗଚାଷୀଙ୍କ ନାମରେ ମିଥ୍ୟା ଚିଠା ପ୍ରସ୍ତୁତ କରି ମଣ୍ଡିରେ ଧାନ ବିକ୍ରି ଚାଲିଛି। ସେହି ଟଙ୍କା ଓ ବୀମା ବାବଦକୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଉଛି। ଯାଜପୁର ଜିଲାର ମାର୍କଣ୍ଡପୁର, ମହିଶରା, ବନ୍ଦାଳ, ବ୍ରହ୍ମବରଦା, ରକ୍ଷିଦେଇପୁର ଆଦି ସେବା ସମିତିରେ ହୋଇଥିବା ଅଭିଯୋଗ ଉପରେ ଅତିରିକ୍ତ ନିବନ୍ଧକ ତଦନ୍ତ କରିବାକୁ କଟକ ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି। ଜଗୁଆଳି କାମ କରୁଥିବା ପରିବାରର ଲୋକଙ୍କୁ ଚାଷୀ ସଜାଇ ଧାନ ସଂଗ୍ରହ, ପ୍ରକୃତ ଚାଷୀଙ୍କୁ ଋଣ ପ୍ରଦାନରେ ଚଞ୍ଚକତା, ଜାଲ ପଟ୍ଟା ପ୍ରସ୍ତୁତ କରି ଋଣ ହଡ଼ପ, ସାର ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ହୋଇଆସୁଛି। ସାରା ଜିଲାରେ ସମିତିର କେତେଜଣ ବଡ଼ ଅଧିକାରୀଙ୍କ ନିର୍ଦ୍ଦେଶରେ ଏଭଳି ଏକ ଦୁର୍ନୀତିଗ୍ରସ୍ତ ର଼୍ୟାକେଟ କାମ କରୁଛି। ସେଥିପାଇଁ ଉପଯୁକ୍ତ ତଦନ୍ତ ହୋଇ ନ ପାରି ଦିନକୁ ଦିନ ଦୁର୍ନୀତିର ଲମ୍ବା ତାଲିକା ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାକୁ ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ୍ସଗୁଡିକ ୫-ଟି ଆଇନ ଲାଗୁ ସହିତ କମ୍ପ୍ୟୁଟରାଇଜେଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ବିଭାଗୀୟ ଅଧିକାରୀ ଜାଣିଶୁଣି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।
କମ୍ପ୍ୟୁଟରାଇଜେଶନ ସଫଳତା ହାର ଦେଖିଲେ ସୁନ୍ଦରଗଡ଼, ନୀଳଗିରି, ନବରଙ୍ଗପୁର, ମାଲକାନଗିରି, ଗୁଣୁପୁର, ଚମ୍ପୁଆ ଓ ବାଲିଗୁଡା ମଣ୍ଡଳରେ ଖାତା ଖୋଲାଯାଇ ନାହିଁ। ଯାଜପୁର ୪%, ଆନନ୍ଦପୁର ୬%, ଭଦ୍ରକ ୭%, କୋରାପୁଟ ୮%, ଜଗତ୍‌ସିଂହପୁର ୮%, କଟକ ମଣ୍ଡଳ ୮% ସଫଳତା ପାଇଛି। ହେଲେ ବାଙ୍କି, ବୀରମହାରାଜପୁର, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, କୁଚିଣ୍ଡା ଓ ସମ୍ବଲପୁର ମଣ୍ଡଳ ଶତପ୍ରତିଶତ ସଫଳତା ପାଇଛନ୍ତି। ଏହାବାଦ୍‌ ପାଟଣାଗଡ଼, ଟିଟିଲାଗଡ଼, ଧର୍ମଗଡ଼ ଓ ରେଢାଖୋଲରେ ୯୦%ରୁ ଅଧିକ ପ୍ୟାକ୍ସ, ଲ୍ୟାମ୍ପ୍ସରେ କମ୍ପ୍ୟୁଟରାଇଜେଶନ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ ଶରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ୍ସକୁ କମ୍ପ୍ୟୁଟରାଇଜେଶନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri