ଯାଜପୁର ଅଫିସ,୩ା୨: ରାଜ୍ୟ ସରକାର ୫-ଟି କାର୍ଯ୍ୟକାରୀ କରିଛନ୍ତି। ଏହି ଆଇନ ଅନୁଯାୟୀ ସବୁ କ୍ଷେତ୍ରରେ ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରାଥମିକ ସେବା ସମବାୟ ସମିତି(ପ୍ୟାକ୍ସ)କୁ ଏହି ଆଇନରେ ସର୍ବାଧିକ ଅଗ୍ରାଧିକାର ଦିଆଯାଇଛି। ଫଳରେ ଦୁର୍ନୀତି ଏବଂ ଅନିୟମିତତାକୁ ନିୟନ୍ତ୍ରଣ କରିହେବ ବୋଲି ଆଶା କରାଯାଇଛି। ସେଥିପାଇଁ ରାଜ୍ୟର ସମସ୍ତ ପ୍ୟାକ୍ସ ଓ ଲ୍ୟାମ୍ପକୁ କମ୍ପ୍ୟୁଟରାଇଜେଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫-ଟି କାର୍ଯ୍ୟକାରୀ ହେବାର ଇତିମଧ୍ୟରେ ଦେଢ଼ ବର୍ଷ ଅତିକ୍ରାନ୍ତ ହୋଇସାରିଛି। ହେଲେ ସେବା ସମବାୟ ସମିତି ଏହାକୁ ଗୁରୁତ୍ୱ ଦେଉ ନ ଥିବା ଭଳି ମନେହେଉଛି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ୨୭୦୭ ପ୍ୟାକ୍ସ, ଲ୍ୟାମ୍ପ୍ସ ମଧ୍ୟରୁ ୧ା୨ା୨୦୨୧ ତାରିଖ ସୁଦ୍ଧା ମାତ୍ର ୮୩୨ଟି କମ୍ପ୍ୟୁଟରାଇଜେଶନ ହୋଇଛି। ସେଥିମଧ୍ୟରୁ ମାତ୍ର ୧୯୪ ପ୍ୟାକ୍ସ/ଲ୍ୟାମ୍ପ୍ସରେ ଅନ୍ଲାଇନ ସୁବିଧା କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏଥିପାଇଁ ରାଜ୍ୟ ସେବା ସମବାୟ ସମିତି ସମୂହର ନିବନ୍ଧକ (ଆରସିଏସ୍) ଉଦ୍ବେଗ ପ୍ରକାଶ କରିଛନ୍ତି। ୨ା୨ା୨୦୨୧ରେ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ମଣ୍ଡଳ (ଏଆରସିଏସ୍), ଡିଆରସିଏସ୍ ଓ ସିିସିବିର ଅଧିକାରୀମାନଙ୍କୁ ଜବାବ ତଲବ କରିଛନ୍ତି। ସରକାରୀ କାର୍ଯ୍ୟରେ ଅବହେଳା ଏବଂ ୫-ଟି ଆଇନକୁ ସାଂଘାତିକ ଭାବେ ପରିହାର କରିଥିବାରୁ ୩ ଦିନ ମଧ୍ୟରେ ଜବାବ ରଖିବାକୁ ଆରସିଏସ୍ ନିର୍ଦ୍ଦେଶ ଜାରି କରିଛନ୍ତି।
କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଥିବା ପ୍ୟାକ୍ସଗୁଡିକରେ ବେନିୟମ କାର୍ଯ୍ୟ ଏବଂ କୃଷି ବୀମା ଟଙ୍କା ଓ ଋଣ ଲଗାଣ ଆଦିରେ ବ୍ୟାପକ ହେରଫେର ଚାଲିଛି। ଏହି ଦୁର୍ନୀତିରେ ପ୍ରଭାବିତ ଚାଷୀକୁଳ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଥିଲେ ହେଁ ତଦନ୍ତ ନିର୍ଦ୍ଦେଶରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୀମିତ ରହିଛି। ଫଳରେ ଦୁର୍ନୀତିର ବାସ୍ତବ ଚିତ୍ର ଲୋକଲୋଚନକୁ ଆସି ନ ପାରି ଦୁର୍ନୀତିଗ୍ରସ୍ତ ଅଧିକାରୀ ମୁକୁଳି ଯାଉଛନ୍ତି। ଚାଷୀଙ୍କ ଜମି ପଟ୍ଟାରେ ଭାଗଚାଷୀଙ୍କ ନାମରେ ମିଥ୍ୟା ଚିଠା ପ୍ରସ୍ତୁତ କରି ମଣ୍ଡିରେ ଧାନ ବିକ୍ରି ଚାଲିଛି। ସେହି ଟଙ୍କା ଓ ବୀମା ବାବଦକୁ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଉଛି। ଯାଜପୁର ଜିଲାର ମାର୍କଣ୍ଡପୁର, ମହିଶରା, ବନ୍ଦାଳ, ବ୍ରହ୍ମବରଦା, ରକ୍ଷିଦେଇପୁର ଆଦି ସେବା ସମିତିରେ ହୋଇଥିବା ଅଭିଯୋଗ ଉପରେ ଅତିରିକ୍ତ ନିବନ୍ଧକ ତଦନ୍ତ କରିବାକୁ କଟକ ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶରେ ସୀମିତ ରହିଛି। ଜଗୁଆଳି କାମ କରୁଥିବା ପରିବାରର ଲୋକଙ୍କୁ ଚାଷୀ ସଜାଇ ଧାନ ସଂଗ୍ରହ, ପ୍ରକୃତ ଚାଷୀଙ୍କୁ ଋଣ ପ୍ରଦାନରେ ଚଞ୍ଚକତା, ଜାଲ ପଟ୍ଟା ପ୍ରସ୍ତୁତ କରି ଋଣ ହଡ଼ପ, ସାର ବଣ୍ଟନରେ ଅନିୟମିତତା ଆଦି ଅଭିଯୋଗ ହୋଇଆସୁଛି। ସାରା ଜିଲାରେ ସମିତିର କେତେଜଣ ବଡ଼ ଅଧିକାରୀଙ୍କ ନିର୍ଦ୍ଦେଶରେ ଏଭଳି ଏକ ଦୁର୍ନୀତିଗ୍ରସ୍ତ ର଼୍ୟାକେଟ କାମ କରୁଛି। ସେଥିପାଇଁ ଉପଯୁକ୍ତ ତଦନ୍ତ ହୋଇ ନ ପାରି ଦିନକୁ ଦିନ ଦୁର୍ନୀତିର ଲମ୍ବା ତାଲିକା ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାକୁ ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ୍ସଗୁଡିକ ୫-ଟି ଆଇନ ଲାଗୁ ସହିତ କମ୍ପ୍ୟୁଟରାଇଜେଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ବିଭାଗୀୟ ଅଧିକାରୀ ଜାଣିଶୁଣି ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରୁଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି।
କମ୍ପ୍ୟୁଟରାଇଜେଶନ ସଫଳତା ହାର ଦେଖିଲେ ସୁନ୍ଦରଗଡ଼, ନୀଳଗିରି, ନବରଙ୍ଗପୁର, ମାଲକାନଗିରି, ଗୁଣୁପୁର, ଚମ୍ପୁଆ ଓ ବାଲିଗୁଡା ମଣ୍ଡଳରେ ଖାତା ଖୋଲାଯାଇ ନାହିଁ। ଯାଜପୁର ୪%, ଆନନ୍ଦପୁର ୬%, ଭଦ୍ରକ ୭%, କୋରାପୁଟ ୮%, ଜଗତ୍ସିଂହପୁର ୮%, କଟକ ମଣ୍ଡଳ ୮% ସଫଳତା ପାଇଛି। ହେଲେ ବାଙ୍କି, ବୀରମହାରାଜପୁର, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, କୁଚିଣ୍ଡା ଓ ସମ୍ବଲପୁର ମଣ୍ଡଳ ଶତପ୍ରତିଶତ ସଫଳତା ପାଇଛନ୍ତି। ଏହାବାଦ୍ ପାଟଣାଗଡ଼, ଟିଟିଲାଗଡ଼, ଧର୍ମଗଡ଼ ଓ ରେଢାଖୋଲରେ ୯୦%ରୁ ଅଧିକ ପ୍ୟାକ୍ସ, ଲ୍ୟାମ୍ପ୍ସରେ କମ୍ପ୍ୟୁଟରାଇଜେଶନ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ ଶରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ସରକାର ସମସ୍ତ ପ୍ୟାକ୍ସ, ଲ୍ୟାମ୍ପ୍ସକୁ କମ୍ପ୍ୟୁଟରାଇଜେଶନ କରିବାକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି।
Posted inଆମ ଜିଲା ଖବର, ଯାଜପୁର View All
କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ
ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍ବେଷ୍ଟସ୍
କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…
Archives

