Posted inଖେଳ

ଆକର୍ଷଣର କେନ୍ଦ୍ରରେ ଦିଶା, ରଣବୀର

ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଅନୁଷ୍ଠିତ ହେବ। କଟକରେ ଅନୁଷ୍ଠିତ ହେବ ଏହାର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ। ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ୧୧ ଜାନୁୟାରୀ ୨୦୨୩ରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ବିଭିନ୍ନ ଅତିଥି ରାଷ୍ଟ୍ର ସହିତ ଆୟୋଜକ ରାଷ୍ଟ୍ର ଭାରତର ପ୍ରତିନିଧି ଉପସ୍ଥିତ ରହିବେ। ‘ସେଲିବ୍ରେସନ୍ସ’ ନାମକ ଏହି କାର୍ଯ୍ୟକ୍ରମରେ ଉତ୍ସବ, ଲେଜର ଶୋ ଏବଂ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଟୁର୍ନାମେଣ୍ଟର ଦୁଇଦିନ ପୂର୍ବରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମଟି ବିଶେଷତଃ ବହୁ ଷ୍ଟାର କଳାକାରଙ୍କୁ ନେଇ ହେବ ବୋଲି ଜଣାପଡିଛି। ଏଥିରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ ୧୫ ଭ୍ରମଣକାରୀ ରାଷ୍ଟ୍ର। ଭାରତ ଓ ଓଡ଼ିଶା କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରୁଥିବା ବେଳେ ସମସ୍ତ ଭ୍ରମଣକାରୀ ରାଷ୍ଟ୍ରଙ୍କ ପାଇଁ ଏକ ଅଦ୍ୱିତୀୟ ଶୋ’ର ଆୟୋଜନ ଲାଗି ପଥ ପ୍ରସ୍ତୁତ ହୋଇ ସାରିଛି। ପାରମ୍ପରିକ ଓଡ଼ିଆ ନାଚଗୀତ ସହିତ ଲେଜର ଲାଇଟ ଶୋ’ରେ ଦର୍ଶକ ଅଭିଭୂତ ହେବେ। କେବଳ ଷ୍ଟାଡିୟମରେ ବସିଥିବା ଦର୍ଶକ ନୁହନ୍ତି ବରଂ ଟିଭିରେ ମଧ୍ୟ ଏହାର ମଜା ନେଇପାରିବେ ସମଗ୍ର ଭାରତର ଦର୍ଶକ। ଏହି ସେଲିବ୍ରେଶନ୍‌ ଆମ ଦେଶ ଓ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରମାଗତ ଦ୍ୱିତୀୟ ଥର ପାଇଁ ଆମେ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରୁଥିବା ବେଳେ ଏହି କାର୍ଯ୍ୟକ୍ରମ ଆମ କଳା ଓ ସଂସ୍କୃତିର ପ୍ରତୀକ ରହିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ଓଡ଼ିଶାର ସ୍ଥାନୀୟ କଳାକାର, ବଲିଉଡ୍‌, ପାରମ୍ପରିକ ଗୀତିକାର ଓ ବିଦେଶୀ ନାଟକକୁ ମଧ୍ୟ ଏହି ତାଲିକାରେ ସ୍ଥାନିତ କରାଯାଇଛି। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ହକିର ସ୍ପିରିଟ୍‌କୁ ଅନୁଭବ କରିବାକୁ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି ହକି ଇଣ୍ଡିଆ ସଭାପତି। ରଣବୀର ସିଂ ଓ ଦିଶା ପଟାନୀ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିବେ। ଏହା ବ୍ୟତୀତ ବ୍ଲାକ ସ୍ବାନ୍‌ ଏବଂ ଓଡ଼ିଆ ଝିଅ ଶ୍ରୀୟା ଲେଙ୍କାଙ୍କ କେ ପପ୍‌ ବ୍ୟାଣ୍ଡ ମଧ୍ୟ ଏଥିରେ ପ୍ରଦର୍ଶନ ହେବ। ହକି ବିଶ୍ୱକପ ୨୦୨୩ର ଗୀତ ଓ ସଙ୍ଗୀତ ଲେଖିଥିବା ପ୍ରୀତମଙ୍କ ସହିତ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀରାମ ଚନ୍ଦ୍ରା, ନକାଶ ଅଜିଜ ଓ ସଲମାଲି ଖୋଲଗାଡେଙ୍କ ସହିତ ଓଡ଼ିଶାର ନମିତା ମେଲେକା ଗୀତ ଗାଇବେ। ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାର ବିଜେତା ଶୈମାକ ଦାବର ଏହି କାର୍ଯ୍ୟକ୍ରମର କୋରିଓଗ୍ରାଫ କରିବେ। ଏହା ସହିତ ଅନେକ ସ୍ଥାନୀୟ କଳାକାର ମଧ୍ୟ ଏହି ସନ୍ଧ୍ୟାର ଅଂଶବିଶେଷ ରହିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’ 

ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri