Posted inଖେଳ

ଆକର୍ଷଣର କେନ୍ଦ୍ରରେ ଦିଶା, ରଣବୀର

ଏଫ୍‌ଆଇଏଚ୍‌ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଅନୁଷ୍ଠିତ ହେବ। କଟକରେ ଅନୁଷ୍ଠିତ ହେବ ଏହାର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ। ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ୧୧ ଜାନୁୟାରୀ ୨୦୨୩ରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ବିଭିନ୍ନ ଅତିଥି ରାଷ୍ଟ୍ର ସହିତ ଆୟୋଜକ ରାଷ୍ଟ୍ର ଭାରତର ପ୍ରତିନିଧି ଉପସ୍ଥିତ ରହିବେ। ‘ସେଲିବ୍ରେସନ୍ସ’ ନାମକ ଏହି କାର୍ଯ୍ୟକ୍ରମରେ ଉତ୍ସବ, ଲେଜର ଶୋ ଏବଂ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ଟୁର୍ନାମେଣ୍ଟର ଦୁଇଦିନ ପୂର୍ବରୁ ହେବାକୁ ଥିବା ଏହି କାର୍ଯ୍ୟକ୍ରମଟି ବିଶେଷତଃ ବହୁ ଷ୍ଟାର କଳାକାରଙ୍କୁ ନେଇ ହେବ ବୋଲି ଜଣାପଡିଛି। ଏଥିରେ ଓଡ଼ିଶାର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ପାଇବେ ୧୫ ଭ୍ରମଣକାରୀ ରାଷ୍ଟ୍ର। ଭାରତ ଓ ଓଡ଼ିଶା କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରୁଥିବା ବେଳେ ସମସ୍ତ ଭ୍ରମଣକାରୀ ରାଷ୍ଟ୍ରଙ୍କ ପାଇଁ ଏକ ଅଦ୍ୱିତୀୟ ଶୋ’ର ଆୟୋଜନ ଲାଗି ପଥ ପ୍ରସ୍ତୁତ ହୋଇ ସାରିଛି। ପାରମ୍ପରିକ ଓଡ଼ିଆ ନାଚଗୀତ ସହିତ ଲେଜର ଲାଇଟ ଶୋ’ରେ ଦର୍ଶକ ଅଭିଭୂତ ହେବେ। କେବଳ ଷ୍ଟାଡିୟମରେ ବସିଥିବା ଦର୍ଶକ ନୁହନ୍ତି ବରଂ ଟିଭିରେ ମଧ୍ୟ ଏହାର ମଜା ନେଇପାରିବେ ସମଗ୍ର ଭାରତର ଦର୍ଶକ। ଏହି ସେଲିବ୍ରେଶନ୍‌ ଆମ ଦେଶ ଓ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରମାଗତ ଦ୍ୱିତୀୟ ଥର ପାଇଁ ଆମେ ଏହି ସମ୍ମାନଜନକ ଟୁର୍ନାମେଣ୍ଟ ଆୟୋଜନ କରୁଥିବା ବେଳେ ଏହି କାର୍ଯ୍ୟକ୍ରମ ଆମ କଳା ଓ ସଂସ୍କୃତିର ପ୍ରତୀକ ରହିବ ବୋଲି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ପ୍ରକାଶ କରିଛନ୍ତି। ଓଡ଼ିଶାର ସ୍ଥାନୀୟ କଳାକାର, ବଲିଉଡ୍‌, ପାରମ୍ପରିକ ଗୀତିକାର ଓ ବିଦେଶୀ ନାଟକକୁ ମଧ୍ୟ ଏହି ତାଲିକାରେ ସ୍ଥାନିତ କରାଯାଇଛି। ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରି ହକିର ସ୍ପିରିଟ୍‌କୁ ଅନୁଭବ କରିବାକୁ ସମସ୍ତଙ୍କୁ ଆମନ୍ତ୍ରଣ କରିଛନ୍ତି ହକି ଇଣ୍ଡିଆ ସଭାପତି। ରଣବୀର ସିଂ ଓ ଦିଶା ପଟାନୀ ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିବେ। ଏହା ବ୍ୟତୀତ ବ୍ଲାକ ସ୍ବାନ୍‌ ଏବଂ ଓଡ଼ିଆ ଝିଅ ଶ୍ରୀୟା ଲେଙ୍କାଙ୍କ କେ ପପ୍‌ ବ୍ୟାଣ୍ଡ ମଧ୍ୟ ଏଥିରେ ପ୍ରଦର୍ଶନ ହେବ। ହକି ବିଶ୍ୱକପ ୨୦୨୩ର ଗୀତ ଓ ସଙ୍ଗୀତ ଲେଖିଥିବା ପ୍ରୀତମଙ୍କ ସହିତ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିତ୍ର, ଶ୍ରୀରାମ ଚନ୍ଦ୍ରା, ନକାଶ ଅଜିଜ ଓ ସଲମାଲି ଖୋଲଗାଡେଙ୍କ ସହିତ ଓଡ଼ିଶାର ନମିତା ମେଲେକା ଗୀତ ଗାଇବେ। ଗୁରୁ ଅରୁଣା ମହାନ୍ତି ଓ ଜାତୀୟ ପୁରସ୍କାର ବିଜେତା ଶୈମାକ ଦାବର ଏହି କାର୍ଯ୍ୟକ୍ରମର କୋରିଓଗ୍ରାଫ କରିବେ। ଏହା ସହିତ ଅନେକ ସ୍ଥାନୀୟ କଳାକାର ମଧ୍ୟ ଏହି ସନ୍ଧ୍ୟାର ଅଂଶବିଶେଷ ରହିବେ।

 


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri