ଫେରିଗଲା ଓପନ ଜିମ୍‌ ପାଇଁ ଆସିଥିବା ନିମ୍ନମାନର ସାମଗ୍ରୀ

ବିଷମକଟକ,୨୮।୧୨(ଡି.ଏନ୍‌.ଏ.): ବିଷମକଟକରେ ଓପନ ଜିମ୍‌ ପାଇଁ ଆସିଥିବା ବିଭିନ୍ନ ସାମଗ୍ରୀ ମଙ୍ଗଳବାର ଫେରିଯାଇଛି। ବିନା ଟେଣ୍ଡରରେ ଜଣେ ଠିକାଦାରଙ୍କୁ କ୍ରୀଡ଼ା ବିଭାଗ କାର୍ଯ୍ୟାଦେଶ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଯୁବଗୋଷ୍ଠୀ ଜିଲାପାଳଙ୍କୁ ଭେଟି ଜିମ୍‌ ପାଇଁ ଆସିଥିବା ସାମଗ୍ରୀ ନିମ୍ନମାନର ବୋଲି ଅଭିଯୋଗ କରିଥିଲେ। ଏହି ସବୁ ଘଟଣାକୁ ଦୃଷ୍ଟିରେ ରଖି ସରକାରୀ ନିୟମାନୁଯାୟୀ କାର୍ଯ୍ୟ କରିବାକୁ ବିଡିଓ ସଦାଶିବ ନାୟକ କହିବା ସହ ଜିମ୍‌ ପାଇଁ ଆସିଥିବା ସାମଗ୍ରୀ ଫେରାଇବାକୁ ନର୍ଦ୍ଦେଶ ଦେଇଥିଲେ।
କ୍ରୀଡା ବିଭାଗ ପକ୍ଷରୁ ୩ବର୍ଷ ତଳେ ବିଷମକଟକ ବ୍ଲକର ସଦରରେ ଏକ ଓପନ ଜିମ କରିବାକୁ ୧୫ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା। ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟ ପାଇଁ ଟେଣ୍ଡେର କରିବାର ସରକାରୀ ନିୟମ ରହିଛି। ପେପର କଷ୍ଟ ଓ କେଉଁଦିନ ଟେଣ୍ଡେର ପକ୍ରିୟା ଆରମ୍ଭ ସେ ନେଇ ଯେ କୌଣସି ଦୌନିକ ଖବର କାଗଜରେ ବିଜ୍ଞପ୍ତି ଜାରି କରିବା କଥା। ହେଲେ ବ୍ଲକ ପ୍ରଶାସନ ଏହି ସବୁ ନିୟମ ଉଲ୍ଲଘଂନ ଜଣେ ଠିକାଦାରଙ୍କୁ ବିନା ଟେଣ୍ଡେରରେ କ୍ରୀଡା ବିଭାଗର କାର୍ଯ୍ୟଦେଶ ଜାରି କରିଥିଲେ। ଜିମ ସାମଗ୍ରୀ କିଣିବା ପୂର୍ବରୁ କୋଟେଶନ ଜାରି କରିବା କଥା। ଏହାକୁ ବେଖାତିର କରି ବ୍ଲକର ଜଣେ ଅଧିକାରୀ ବ୍ରହ୍ମପୁରରୁ ଅତି ନିମ୍ନମାନର ସାମଗ୍ରୀ ଆଣିବା ସହ ଠିକାଦାରଙ୍କୁ ଦେଇ ଓପନ ଜିମର କାର୍ଯ୍ୟ ଆରମ୍ଭ କରିଥିଲେ। ୧୫ ଲକ୍ଷ ଆନୁଦାନ ଆସିଥିବା ବେଳେ ମାତ୍ର ୨ ଲକ୍ଷ ରୁ ୩ ଲକ୍ଷ ଟଙ୍କା ସାମଗ୍ରୀ ଅଣା ଯାଇ ତରବରିଆ ଭାବେ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ହଡପ କରିବାକୁ ଯୋଜନା ଥିବା ଅଭିଯୋଗ ହୋଇଥିଲା। ବିଷମକଟକର ଯୁବପିଢ଼ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ।ଏହାପରେ ଜିଲା ପ୍ରଶାସନ ଧଡ଼ପଗଡ଼ ଆରମ୍ଭ କରିଥିଲା। ବ୍ଲକ ପ୍ରଶାସନର ସମସ୍ତ ଅଧିକାରୀ ପରସ୍ପରକୁ ଦୋଷ ଦେଇ ଖସି ଯାଇଥିଲେ। ଏହି ସବୁ କଥା ନୂତନ ବିଡିଓ ସଦାଶିବ ନାୟକ ଜାଣି ସରକରୀ ନିୟମାନୁଯାୟୀ କାର୍ଯ୍ୟ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri