ଦିଶାଙ୍କ ପସନ୍ଦ ଟାଇଗର ନୁହେଁ ଅନିଲ

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ଦିଶା ପାଟନି ନିଜ ଫିଟନେସ୍ ପାଇଁ ବେଶ୍ ଜଣାଶୁଣା । ସବୁବେଳେ ସେ ତାଙ୍କ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତି ବୋଲି କୁହାଯାଏ । ଆଉ ଅନେକ ସମୟରେ ସେ ସୋସିଆଲ ମିଡିଆରେ ଯେଉଁ ଫିଟନେସ୍ ଫଟୋ ଶେୟାର କରନ୍ତି ତାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । ଦିଶା ଯେମିତି ଫିଟ୍ ସେହିପରି ସେ ବଲଉଡ୍‌ର ଜଣେ ଏମିତି ନାୟକଙ୍କ ଫିଟନେସ୍‌କୁ ପସନ୍ଦ କରନ୍ତି ତାହା ଯେ କେହି ଜାଣଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତେବେ ଦିଶାଙ୍କ ବୟ ଫ୍ରେଣ୍ଡ ଟାଇଗର ଶ୍ରଫ ବି ଫିଟନେସ୍‌ରେ କିଛି କମ୍ ନୁହେଁ । ହେଲେ ଦିଶାଙ୍କୁ ତାଙ୍କ ଫିଟନେସ୍ ପସନ୍ଦ ନୁହେଁ । ଏମିତିକି ଏଭଳି ଏକ ପ୍ରଶ୍ନର ଉତ୍ତର ଶୁଣିବାକୁ ସମସ୍ତେ ଚାହିଁ ବସିଥିବା ବେଳେ ଫିଟନେସ୍ ମାମଲାରେ ସେ ହୁଏତ ଟାଇଗର କିମ୍ବା ବଲିଉଡ୍ ଭାଇଜାନ୍ ସଲମାନଙ୍କ ଫିଟନେସକୁ ବହୁତ ପସନ୍ଦ କରୁଥିବେ । ହେଲେ ନାଁ ଦିଶାଙ୍କ ପସନ୍ଦ ବିଗତ ଦିନର ନାୟକ ତଥା ବଲିଉଡ୍‌ର ଏଭରଗ୍ରୀନ୍ ନାୟକ ଅନିଲ କପୁର । ଯିଏ ନିକଟରେ ବା ୨୪ ଡିସେମ୍ବରରେ ତାଙ୍କର ୬୪ ତମ ଜନ୍ମଦିନ ପାଳନ କରିଛନ୍ତି । ଅନିଲଙ୍କ ଫିଟନେସରେ ଫିଦା ଦିଶା । ଅନିଲଙ୍କ ସହ ଦିଶା ଫିଲ୍ମ ‘ମଲଙ୍ଗ’ କାମ କରିଥିବା ବେଳେ ତାଙ୍କ ଫୁର୍ତ୍ତି ଦେଖି ଦିଶା ଖୁବ୍ ଇମ୍ପ୍ରେସ୍ ହୋଇଥିଲେ । ଅନିଲଙ୍କ ଜନ୍ମଦିନରେ ଦିଶା ଏକ ଫଟୋ ଶେୟାର କରି ଲେଖିଥିଲେ, ହାପି ବାର୍ଥ ଡେ ମେରେ ସବସେ ଫିଟନେସ୍ କୋ-ଷ୍ଟାର । ଅବଶ୍ୟ ଟାଇଗର ବି ଅନିଲଙ୍କ ଫିଟନେସକୁ ବହୁବାର ପ୍ରଶଂସା କରିଛନ୍ତି । ଦେଖିବାକୁ ଗଲେ ୬୪ ବର୍ଷ ବୟସରେ ଅନିଲ ଯେତିକି ଫିଟ୍ ଅଛନ୍ତି ତାହା ସମସ୍ତଙ୍କୁ ଇମ୍ପ୍ରେସ୍ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri