ଦିଶାଙ୍କ ପସନ୍ଦ ଟାଇଗର ନୁହେଁ ଅନିଲ

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ଦିଶା ପାଟନି ନିଜ ଫିଟନେସ୍ ପାଇଁ ବେଶ୍ ଜଣାଶୁଣା । ସବୁବେଳେ ସେ ତାଙ୍କ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତି ବୋଲି କୁହାଯାଏ । ଆଉ ଅନେକ ସମୟରେ ସେ ସୋସିଆଲ ମିଡିଆରେ ଯେଉଁ ଫିଟନେସ୍ ଫଟୋ ଶେୟାର କରନ୍ତି ତାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । ଦିଶା ଯେମିତି ଫିଟ୍ ସେହିପରି ସେ ବଲଉଡ୍‌ର ଜଣେ ଏମିତି ନାୟକଙ୍କ ଫିଟନେସ୍‌କୁ ପସନ୍ଦ କରନ୍ତି ତାହା ଯେ କେହି ଜାଣଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତେବେ ଦିଶାଙ୍କ ବୟ ଫ୍ରେଣ୍ଡ ଟାଇଗର ଶ୍ରଫ ବି ଫିଟନେସ୍‌ରେ କିଛି କମ୍ ନୁହେଁ । ହେଲେ ଦିଶାଙ୍କୁ ତାଙ୍କ ଫିଟନେସ୍ ପସନ୍ଦ ନୁହେଁ । ଏମିତିକି ଏଭଳି ଏକ ପ୍ରଶ୍ନର ଉତ୍ତର ଶୁଣିବାକୁ ସମସ୍ତେ ଚାହିଁ ବସିଥିବା ବେଳେ ଫିଟନେସ୍ ମାମଲାରେ ସେ ହୁଏତ ଟାଇଗର କିମ୍ବା ବଲିଉଡ୍ ଭାଇଜାନ୍ ସଲମାନଙ୍କ ଫିଟନେସକୁ ବହୁତ ପସନ୍ଦ କରୁଥିବେ । ହେଲେ ନାଁ ଦିଶାଙ୍କ ପସନ୍ଦ ବିଗତ ଦିନର ନାୟକ ତଥା ବଲିଉଡ୍‌ର ଏଭରଗ୍ରୀନ୍ ନାୟକ ଅନିଲ କପୁର । ଯିଏ ନିକଟରେ ବା ୨୪ ଡିସେମ୍ବରରେ ତାଙ୍କର ୬୪ ତମ ଜନ୍ମଦିନ ପାଳନ କରିଛନ୍ତି । ଅନିଲଙ୍କ ଫିଟନେସରେ ଫିଦା ଦିଶା । ଅନିଲଙ୍କ ସହ ଦିଶା ଫିଲ୍ମ ‘ମଲଙ୍ଗ’ କାମ କରିଥିବା ବେଳେ ତାଙ୍କ ଫୁର୍ତ୍ତି ଦେଖି ଦିଶା ଖୁବ୍ ଇମ୍ପ୍ରେସ୍ ହୋଇଥିଲେ । ଅନିଲଙ୍କ ଜନ୍ମଦିନରେ ଦିଶା ଏକ ଫଟୋ ଶେୟାର କରି ଲେଖିଥିଲେ, ହାପି ବାର୍ଥ ଡେ ମେରେ ସବସେ ଫିଟନେସ୍ କୋ-ଷ୍ଟାର । ଅବଶ୍ୟ ଟାଇଗର ବି ଅନିଲଙ୍କ ଫିଟନେସକୁ ବହୁବାର ପ୍ରଶଂସା କରିଛନ୍ତି । ଦେଖିବାକୁ ଗଲେ ୬୪ ବର୍ଷ ବୟସରେ ଅନିଲ ଯେତିକି ଫିଟ୍ ଅଛନ୍ତି ତାହା ସମସ୍ତଙ୍କୁ ଇମ୍ପ୍ରେସ୍ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri