ହୋସ୍ ଉଡାଉଛି ଦିଶାଙ୍କ ଆର୍ମ ୱାର୍ମର ସ୍ୱେଟର

ମୁମ୍ବାଇ: ବଲିଉଡ୍ ବିୟୁଟି ଦିଶା ପାଟନି ନିଜର ବୋଲ୍ଡ ଫଟୋକୁ ନେଇ ୟଙ୍ଗଷ୍ଟରଙ୍କୁ ଦିୱାନା କରୁଥିବା ବେଳେ ଅଭିନୟର ଯାଦୁରେ ବି ଦର୍ଶକଙ୍କୁ ବାନ୍ଧି ରଖି ପାରନ୍ତି । ଆଉ ବେଳେ ବେଳେ ତାଙ୍କ ଷ୍ଟାଇଲ ଷ୍ଟେଟମେଣ୍ଟ ବି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଦିଶାଙ୍କର ଏକ ଫଟୋ ଏବେ ଖବରକୁ ଆସିଛି । ଏଥିରେ ସେ ଯେଉଁ ଆଉଟଫିଟ ପିନ୍ଧିଛନ୍ତି ତାକୁ ନେଇ ହେଉଛି ଚର୍ଚ୍ଚା । ଫଟୋରେ ଦେଖିବାକୁ ମିଳିଛି ଦିଶା ଏକ ଆର୍ମ ୱାର୍ମର ସ୍ୱେଟର ପିନ୍ଧିଛନ୍ତି । ଏହାସହ ହ୍ୱାଇଟ କଲର ଅଫ୍ ସୋଲଡର ଟପ୍ ଓ ବ୍ଲାକ ଟ୍ରାଉଜର ତାଙ୍କୁ ଖୁବ୍ ମାନୁଛି । ଏବେ ଦିଶାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାର କାରଣ ହେଉଛି ଦିଶାଙ୍କ ଆର୍ମ ୱାର୍ମର ସ୍ୱେଟର । କେତେଜଣ ୟୁଜର ଏହାକୁ ପସନ୍ଦ କରୁଥିବା ବେଳେ କେହି କେହି ଏହାକୁ ନାପସନ୍ଦ ବି କରୁଛନ୍ତି । ହେଲେ ସବୁଠାରୁ ବଡ କଥା ହେଲା ଏହାର ଦାମ୍ । ଏହି ସ୍ୱେଟରର ଦାମ କୁଆଡେ ୧,୨୦୦ଟଙ୍କା ରହିଛି ବୋଲି କୁହାଯାଉଛି । ତେଣୁ ଏହାର ଦାମ ବି ସମସ୍ତଙ୍କ ଭ୍ରୁକୁଞ୍ଚନ ସୃଷ୍ଟି କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri