ଅସନ୍ତୁଷ୍ଟ ପଡ଼ୋଶୀ

ଲାକ୍ଷାଦ୍ୱୀପର ମିନିକଏରେ ଭାରତ ଜଟାୟୁ ନାମକ ନୂଆ ନୌସେନା ଘାଟି ନିର୍ମାଣ କରିବାକୁ ନିକଟରେ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଲାକ୍ଷାଦ୍ୱୀପର କାଭାରତିରେ ଦ୍ୱୀପରକ୍ଷକ ନୌସେନା ଘାଟି ଥିଲା। ନୂଆ ଘାଟି ନିର୍ମାଣ ହେଲେ ଆରବ ସାଗରରେ ନୌସେନା କ୍ଷମତା ବୃଦ୍ଧି ପାଇବା ସହ ସୋମାଲିଆ ଜଳଦସ୍ୟୁ, ହୁଟି ଉଗ୍ରବାଦୀ ଓ ଚାଇନାର ବିସ୍ତାରବାଦକୁ ପ୍ରତିହତ କରିବା ସହଜ ହେବ ବୋଲି ଦର୍ଶାଯାଉଛି। କିନ୍ତୁ ବାସ୍ତବତା ହେଉଛି ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ହେବା ପରେ ଭାରତ ସହ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏପଟେ ଭାରତ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ମଧ୍ୟ ମାଳଦ୍ୱୀପକୁ ଦୂରେଇ ଦେବାରେ ସହାୟକ ହେଉଛି। ନିକଟରେ ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପକୁ ଇଙ୍ଗିତ କରି ଭାରତୀୟଙ୍କୁ ନିଜ ଦେଶରେ ବୁଲିବା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ବାର୍ତ୍ତା ଦେଇଥିଲେ। ଏହାପରେ ମାଳଦ୍ୱୀପକୁ ଭାରତୀୟ ପର୍ଯ୍ୟଟକଙ୍କ ଗସ୍ତ ଘୋର ପ୍ରଭାବିତ ହୋଇଥିଲା। ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ମାଳଦ୍ୱୀପକୁ ଏଥିପାଇଁ ଅଧିକ କ୍ଷତି ସହିବାକୁ ପଡ଼ିଛି ବୋଲି କୁହାଯାଉଛି। ଏହିସବୁ ଘଟଣା ପରେ ଭାରତ ଓ ମାଳଦ୍ୱୀପ ସମ୍ପର୍କ ଆହୁରି ଖରାପ ହୋଇଛି।
ଏହି ପ୍ରଚ୍ଛଦପଟରେ ମାଳଦ୍ୱୀପର ରାଷ୍ଟ୍ରପତି ମୁଇଜୁଙ୍କ ଆଭିମୁଖ୍ୟ ଚାଇନା ଆଡ଼କୁ ଢଳିବାରେ ଲାଗିଛି। ନୂଆଦିଲ୍ଲୀ ଏବେ ଭାରତ ମହାସାଗରରେ ଚାଇନାର ଆଧିପତ୍ୟକୁ ରୋକିବା ଲାଗି ସତର୍କ ହେଉଥିବା କୁହାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ନୌସେନା ଘାଟି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେବା ପରେ ମୁଇଜୁ ମାଳଦ୍ୱୀପରେ ଥିବା ଭାରତୀୟ ସୈନ୍ୟଙ୍କୁ ମେ ୧୦ ସୁଦ୍ଧା ମାଳଦ୍ୱୀପ ଛାଡ଼ି ଚାଲିଯିବାକୁ କହିଛନ୍ତି। ଏହାବ୍ୟତୀତ ଚାଇନା ସହ ଏକ ସାମରିକ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ମୁତାବକ ଚାଇନା ମାଳଦ୍ୱୀପକୁ ବିନା ମୂଲ୍ୟରେ ମିଲିଟାରୀ ସହଯୋଗ ଦେବାକୁ କହିଛି। ଉଲ୍ଲେଖନୀୟ ଯେ, ମୁଇଜୁ ରାଷ୍ଟ୍ରପତି ହେବା ପରେ ପ୍ରଥମେ ଚାଇନା ଗସ୍ତରେ ଯାଇଥିଲେ। ପରେ ମାଳଦ୍ୱୀପରେ ଥିବା ଭାରତୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବାକୁ ସେ ଭାରତ ସରକାରଙ୍କୁ ଜଣାଇ ଦେଇଥିଲେ। ବାସ୍ତବତା ହେଉଛି ମୁଇଜୁ ଭାରତ ବିରୋଧୀ ମାନସିକତାକୁ ଆଧାର କରି ଶାସନକୁ ଆସିଥିଲେ। ତାଙ୍କ ଭାରତ ବିରୋଧୀ ପଦକ୍ଷେପକୁ ଲକ୍ଷ୍ୟ କରି ଚାଇନା ନିଜ ଲକ୍ଷ୍ୟ ହାସଲ କରିବା ସୁଯୋଗ ହାତେଇବାରେ ଲାଗିଛି। କେବଳ ମାଳଦ୍ୱୀପ ନୁହେଁ, ଭାରତର ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଚାଇନା ନିଜ ସପକ୍ଷରେ ନେବାରେ ସକ୍ଷମ ହେଉଛି। ଏଭଳି ସ୍ଥିତିରେ ଭାରତ ସରକାରଙ୍କ ବୈଦେଶିକ ନୀତି ବନ୍ଧୁତ୍ୱ ସ୍ଥାପନ ପରିବର୍ତ୍ତେ ପଡ଼ୋଶୀଙ୍କ ସହ ସମ୍ପର୍କକୁ ତିକ୍ତ କରିବାରେ ଲାଗିଛି। ଏହାର ଏକ ଉଦାହରଣ ହେଲା ପଡ଼ୋଶୀ ନେପାଳ ସହ ବିଗିଡ଼ି ଯାଉଥିବା ସମ୍ପର୍କ। ୨୦୧୫ରେ ନେପାଳର ନୂଆ ସମ୍ବିଧାନ ହିନ୍ଦୁ ରାଷ୍ଟ୍ର ପରିବର୍ତ୍ତେ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ସୂଚିତ କରିବା ପରେ ଭାରତର ଅସନ୍ତୋଷ ବଢ଼ିଥିଲା। ଏହି ବିଷୟରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଔପଚାରିକ ଭାବେ ନେପାଳକୁ ଅବଗତ କରିଥିଲା। ନେପାଳ ଭାରତର ଦାବିକୁ ଅଣଦେଖା କରି ନିଜର ସମ୍ବିଧାନ ପ୍ରଣୟନ କରିବା ପରେ ଭାରତ ଏହି ସ୍ଥଳସୀମାବଦ୍ଧ ଦେଶ ଉପରେ କଠୋର ବ୍ଲକେଡ୍‌ ଆଣିଲା। ଏହାଫଳରେ ନେପାଳରେ ଇନ୍ଧନ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଯୋଗୁ ଏକ ବଡ଼ ମାନବୀୟ ସଙ୍କଟ ଦେଖାଦେଇଥିଲା। ପରେ ବାଧ୍ୟହୋଇ ନେପାଳକୁ ଚାଇନାର ସାହାଯ୍ୟ ନେବାକୁ ପଡ଼ିଥିଲା। ଏହା ପରଠାରୁ ପୂର୍ବର ବନ୍ଧୁ ନେପାଳ ଓ ଭାରତ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।
ଭାରତ ସରକାର ଲାଗୁ କରିଥିବା ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଯୋଗୁ ବହୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଢାକା ଗ୍ରହଣ କରିବାକୁ ବାଧ୍ୟ ହୋଇପାରେ ବୋଲିି ଯେଉଁ ଆଶଙ୍କା ପ୍ରକାଶ ପାଉଛି ତାହାକୁ ନେଇ ଏହି ଦେଶ ବିରୋଧ କରିଛି। ଗତ ବର୍ଷ ଅଗଷ୍ଟରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ବାଂଲାଦେଶ ଉପରେ ବାହ୍ୟ ଶକ୍ତି ହସ୍ତକ୍ଷେପକୁ ରୋକିବା ଲାଗି ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲା ଚାଇନା। ଜିନ୍‌ପିନ୍‌ଙ୍କ ଏହି ଆଶ୍ୱାସନାକୁ ହାଲୁକାରେ ଏଡ଼ାଇଯିବା ଉଚିତ ନୁହେଁ। ଚାଇନା ଏବେ ଭାରତର ସବୁ ପଡ଼ୋଶୀଙ୍କୁ ନିଜ ଆଡ଼କୁ ଟାଣିବାରେ ବ୍ୟସ୍ତ। ଏହା ଭାରତ ପାଇଁ ଅଶୁଭ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri