ଅସନ୍ତୁଷ୍ଟ ପଡ଼ୋଶୀ

ଲାକ୍ଷାଦ୍ୱୀପର ମିନିକଏରେ ଭାରତ ଜଟାୟୁ ନାମକ ନୂଆ ନୌସେନା ଘାଟି ନିର୍ମାଣ କରିବାକୁ ନିକଟରେ ନିଷ୍ପତ୍ତି ନେଇଛି। ଏହା ପୂର୍ବରୁ ଲାକ୍ଷାଦ୍ୱୀପର କାଭାରତିରେ ଦ୍ୱୀପରକ୍ଷକ ନୌସେନା ଘାଟି ଥିଲା। ନୂଆ ଘାଟି ନିର୍ମାଣ ହେଲେ ଆରବ ସାଗରରେ ନୌସେନା କ୍ଷମତା ବୃଦ୍ଧି ପାଇବା ସହ ସୋମାଲିଆ ଜଳଦସ୍ୟୁ, ହୁଟି ଉଗ୍ରବାଦୀ ଓ ଚାଇନାର ବିସ୍ତାରବାଦକୁ ପ୍ରତିହତ କରିବା ସହଜ ହେବ ବୋଲି ଦର୍ଶାଯାଉଛି। କିନ୍ତୁ ବାସ୍ତବତା ହେଉଛି ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ହେବା ପରେ ଭାରତ ସହ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏପଟେ ଭାରତ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପ ମଧ୍ୟ ମାଳଦ୍ୱୀପକୁ ଦୂରେଇ ଦେବାରେ ସହାୟକ ହେଉଛି। ନିକଟରେ ଲାକ୍ଷାଦ୍ୱୀପରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପକୁ ଇଙ୍ଗିତ କରି ଭାରତୀୟଙ୍କୁ ନିଜ ଦେଶରେ ବୁଲିବା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ବାର୍ତ୍ତା ଦେଇଥିଲେ। ଏହାପରେ ମାଳଦ୍ୱୀପକୁ ଭାରତୀୟ ପର୍ଯ୍ୟଟକଙ୍କ ଗସ୍ତ ଘୋର ପ୍ରଭାବିତ ହୋଇଥିଲା। ବିଶେଷକରି ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ମାଳଦ୍ୱୀପକୁ ଏଥିପାଇଁ ଅଧିକ କ୍ଷତି ସହିବାକୁ ପଡ଼ିଛି ବୋଲି କୁହାଯାଉଛି। ଏହିସବୁ ଘଟଣା ପରେ ଭାରତ ଓ ମାଳଦ୍ୱୀପ ସମ୍ପର୍କ ଆହୁରି ଖରାପ ହୋଇଛି।
ଏହି ପ୍ରଚ୍ଛଦପଟରେ ମାଳଦ୍ୱୀପର ରାଷ୍ଟ୍ରପତି ମୁଇଜୁଙ୍କ ଆଭିମୁଖ୍ୟ ଚାଇନା ଆଡ଼କୁ ଢଳିବାରେ ଲାଗିଛି। ନୂଆଦିଲ୍ଲୀ ଏବେ ଭାରତ ମହାସାଗରରେ ଚାଇନାର ଆଧିପତ୍ୟକୁ ରୋକିବା ଲାଗି ସତର୍କ ହେଉଥିବା କୁହାଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତ ନୌସେନା ଘାଟି ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେବା ପରେ ମୁଇଜୁ ମାଳଦ୍ୱୀପରେ ଥିବା ଭାରତୀୟ ସୈନ୍ୟଙ୍କୁ ମେ ୧୦ ସୁଦ୍ଧା ମାଳଦ୍ୱୀପ ଛାଡ଼ି ଚାଲିଯିବାକୁ କହିଛନ୍ତି। ଏହାବ୍ୟତୀତ ଚାଇନା ସହ ଏକ ସାମରିକ ଚୁକ୍ତି କରିଛନ୍ତି। ଏହି ଚୁକ୍ତି ମୁତାବକ ଚାଇନା ମାଳଦ୍ୱୀପକୁ ବିନା ମୂଲ୍ୟରେ ମିଲିଟାରୀ ସହଯୋଗ ଦେବାକୁ କହିଛି। ଉଲ୍ଲେଖନୀୟ ଯେ, ମୁଇଜୁ ରାଷ୍ଟ୍ରପତି ହେବା ପରେ ପ୍ରଥମେ ଚାଇନା ଗସ୍ତରେ ଯାଇଥିଲେ। ପରେ ମାଳଦ୍ୱୀପରେ ଥିବା ଭାରତୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିନେବାକୁ ସେ ଭାରତ ସରକାରଙ୍କୁ ଜଣାଇ ଦେଇଥିଲେ। ବାସ୍ତବତା ହେଉଛି ମୁଇଜୁ ଭାରତ ବିରୋଧୀ ମାନସିକତାକୁ ଆଧାର କରି ଶାସନକୁ ଆସିଥିଲେ। ତାଙ୍କ ଭାରତ ବିରୋଧୀ ପଦକ୍ଷେପକୁ ଲକ୍ଷ୍ୟ କରି ଚାଇନା ନିଜ ଲକ୍ଷ୍ୟ ହାସଲ କରିବା ସୁଯୋଗ ହାତେଇବାରେ ଲାଗିଛି। କେବଳ ମାଳଦ୍ୱୀପ ନୁହେଁ, ଭାରତର ଅନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଚାଇନା ନିଜ ସପକ୍ଷରେ ନେବାରେ ସକ୍ଷମ ହେଉଛି। ଏଭଳି ସ୍ଥିତିରେ ଭାରତ ସରକାରଙ୍କ ବୈଦେଶିକ ନୀତି ବନ୍ଧୁତ୍ୱ ସ୍ଥାପନ ପରିବର୍ତ୍ତେ ପଡ଼ୋଶୀଙ୍କ ସହ ସମ୍ପର୍କକୁ ତିକ୍ତ କରିବାରେ ଲାଗିଛି। ଏହାର ଏକ ଉଦାହରଣ ହେଲା ପଡ଼ୋଶୀ ନେପାଳ ସହ ବିଗିଡ଼ି ଯାଉଥିବା ସମ୍ପର୍କ। ୨୦୧୫ରେ ନେପାଳର ନୂଆ ସମ୍ବିଧାନ ହିନ୍ଦୁ ରାଷ୍ଟ୍ର ପରିବର୍ତ୍ତେ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ସୂଚିତ କରିବା ପରେ ଭାରତର ଅସନ୍ତୋଷ ବଢ଼ିଥିଲା। ଏହି ବିଷୟରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଔପଚାରିକ ଭାବେ ନେପାଳକୁ ଅବଗତ କରିଥିଲା। ନେପାଳ ଭାରତର ଦାବିକୁ ଅଣଦେଖା କରି ନିଜର ସମ୍ବିଧାନ ପ୍ରଣୟନ କରିବା ପରେ ଭାରତ ଏହି ସ୍ଥଳସୀମାବଦ୍ଧ ଦେଶ ଉପରେ କଠୋର ବ୍ଲକେଡ୍‌ ଆଣିଲା। ଏହାଫଳରେ ନେପାଳରେ ଇନ୍ଧନ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଯୋଗୁ ଏକ ବଡ଼ ମାନବୀୟ ସଙ୍କଟ ଦେଖାଦେଇଥିଲା। ପରେ ବାଧ୍ୟହୋଇ ନେପାଳକୁ ଚାଇନାର ସାହାଯ୍ୟ ନେବାକୁ ପଡ଼ିଥିଲା। ଏହା ପରଠାରୁ ପୂର୍ବର ବନ୍ଧୁ ନେପାଳ ଓ ଭାରତ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି।
ଭାରତ ସରକାର ଲାଗୁ କରିଥିବା ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି) ଯୋଗୁ ବହୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଢାକା ଗ୍ରହଣ କରିବାକୁ ବାଧ୍ୟ ହୋଇପାରେ ବୋଲିି ଯେଉଁ ଆଶଙ୍କା ପ୍ରକାଶ ପାଉଛି ତାହାକୁ ନେଇ ଏହି ଦେଶ ବିରୋଧ କରିଛି। ଗତ ବର୍ଷ ଅଗଷ୍ଟରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ବାଂଲାଦେଶ ଉପରେ ବାହ୍ୟ ଶକ୍ତି ହସ୍ତକ୍ଷେପକୁ ରୋକିବା ଲାଗି ସବୁ ପ୍ରକାର ସହଯୋଗର ପ୍ରତିଶ୍ରୁତି ଦେଇଥିଲା ଚାଇନା। ଜିନ୍‌ପିନ୍‌ଙ୍କ ଏହି ଆଶ୍ୱାସନାକୁ ହାଲୁକାରେ ଏଡ଼ାଇଯିବା ଉଚିତ ନୁହେଁ। ଚାଇନା ଏବେ ଭାରତର ସବୁ ପଡ଼ୋଶୀଙ୍କୁ ନିଜ ଆଡ଼କୁ ଟାଣିବାରେ ବ୍ୟସ୍ତ। ଏହା ଭାରତ ପାଇଁ ଅଶୁଭ ସଙ୍କେତ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri