Posted inଜାତୀୟ

କଳଙ୍କିତ ସୁଶାସନ

ପାଟନା,୧୪ା୧: ବିହାରରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ମୁଜାଫରପୁର ସହରରେ ଅପରାଧୀମାନେ ବୁଧବାର ଜଣେ ନାବାଳିକାଙ୍କୁ ଗଶବଳାତ୍କାର କରିବା ପରେ ଘରେ ପଶି ଜିଅନ୍ତା ଜାଳି ଦେଇଛନ୍ତି। ମୃତ ପୀଡ଼ିତାଙ୍କ ବାପା ୪ ଅଭିଯୁକ୍ତଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ କେବଳ ତଦନ୍ତରେ ସୀମିତ ରହିଛି। ରିପୋର୍ଟ ଅନୁସାରେ ଗୁଲଶନ କୁମାର ଓ ଚଞ୍ଚଲ କୁମାର ନାବାଳିକାଙ୍କୁ ଫୁସୁଲାଇ ଏକ ସ୍ଥାନକୁ ଡକାଇବା ପରେ ତାଙ୍କୁ ବଳାତ୍କାର କରିଥିଲେ। ବଳାତ୍କାର ବେଳର ଦୃଶ୍ୟକୁ ସେମାନେ ଭିଡିଓ ରେକର୍ଡିଂ କରିଥିଲେ। ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ହତ୍ୟା କରିବାକୁ ସେମାନେ ଧମକ ଦେଇଥିଲେ। ପୀଡ଼ିତା ଘରେ ପହଞ୍ଚତ୍ ପରିବାର ଲୋକଙ୍କୁ ସବୁକଥା କହିଥିଲେ। ଏହା ଜାଣିବା ପରେ ଅପରାଧୀମାନେ ଧରାପଡ଼ିବା ଭୟରେ ତାଙ୍କ ଘରକୁ ଯାଇ ନାବାଳିକାଙ୍କୁ ନିଆଁରେ ଜାଳି ଦେଇଥିଲେ। ୩ ଦିନ ତଳେ ସେହି ମୁଜାଫରପୁର ଜିଲାର ସକରା ଥାନା ଅଧୀନ ଏକ ଗ୍ରାମରେ ଜଣେ ଛାତ୍ରୀ କୋଚିଂ ଯାଉଥିବାବେଳେ ୫ ଯୁବକ ତାଙ୍କୁ ଅପହରଣ କରିଥିଲେ। ସେମାନେ ତାଙ୍କୁ ଏକ ଜଙ୍ଗଲକୁ ନେଇ ଗଣବଳାକତ୍ାର କରିଥିଲେ। ପୀଡ଼ିତା କୌଣସି ମତେ ଜୀବନ ବଞ୍ଚାଇ ଘରକୁ ଫେରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା କହିଛି।
ମଧୁବନୀ ଜିଲାରେ ମଧ୍ୟ ଏକ ଅନୁରୂପ ଘଟଣା ଘଟିଛି। ଅପରାଧୀମାନେ ଜଣେ ୧୫ ବର୍ଷୀୟା ମୂକ ଓ ବଧିର ଝିଅଙ୍କୁ ଗଣବଳାତ୍କାର କରିଛନ୍ତି। ପୀଡ଼ିତା ସେମାନଙ୍କୁ ଚିହ୍ନି ପାରିଲେ ଧରାପଡ଼ିଯିବେ ବୋଲି ଭୟରେ ଅପରାଧୀମାନେ ତାଙ୍କ ଆଖି ତାଡ଼ିନେଇଛନ୍ତି। ଧାରୁଆ ଅସ୍ତ୍ରରେ ଦୁଇଆଖି ନଷ୍ଟ ହୋଇଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ମଧୁବନୀ ସଦର ହସ୍ପିଟାଲରେ ପୀଡ଼ିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ହରଲାଖି ଥାନା ଅଧୀନ କଉଓ୍ବାହା ବାରି ଗ୍ରାମର ନାବାଳିକା ଜଣକ ମଙ୍ଗଳବାର ଗାଁ ବାହାର ଏକ ପଡ଼ିଆକୁ ଛେଳି ଚରାଇବାକୁ ଯାଇଥିବାବେଳେ ଯୌନପିପାସୁମାନେ ଏହି କାଣ୍ଡ ଭିଆଇଛନ୍ତି। ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଏସ୍‌ଏଚ୍‌ଓ ପ୍ରେମଲାଲ ପାଶ୍ୱାନ ସୂଚନା ଦେଇଛନ୍ତି।

ବିହାରରେ ବଢ଼ୁଛି ବଳାତ୍କାର

ବିହାର ପୋଲିସ ତଥ୍ୟାନୁସାରେ ୨୦୨୦ରେ ରାଜ୍ୟରେ ୧୨୪୪ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା। ୨୦୦୧ରେ ଏହି ସଂଖ୍ୟା ୭୪୬ ଥିଲା। ରାଜ୍ୟ ଅପରାଧ ରେକର୍ଡ ବ୍ୟୁରୋ (ଏସ୍‌ସିଆର୍‌ବି)ର ୨୦୧୯ ରିପୋର୍ଟ କହୁଛି, ବିହାରରେ ପ୍ରତି ୬ ଘଣ୍ଟାରେ ଜଣେ ବଳାତ୍କାରର ଶିକାର ହେଉଛନ୍ତି। ପୀଡ଼ିତାଙ୍କ ମଧ୍ୟରୁ ୨୫%ଙ୍କ ହାରାହାରି ବୟସ ୨୦ ବର୍ଷ। ୪୦-୪୫ ପ୍ରତିଶତ ବଳାତ୍କାରୀଙ୍କ ବୟସ ୧୮ରୁ ୩୦ ବର୍ଷ। ରାଜଧାନୀ ପାଟନା ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

ଇଣ୍ଡିଗୋ ମ୍ୟାନେଜରଙ୍କୁ ହତ୍ୟା

 

ବିହାର ରାଜଧାନୀ ପାଟନାରେ ମଙ୍ଗଳବାର ରାତିରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ୍‌ଜିକ୍ୟୁଟିଭ୍‌ଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମାତ୍ର ୨ କି.ମି. ଦୂରରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ ରାଜନୀତି ଜୋର୍‌ ଧରିଛି। ନିଜ ପାଖରେ ଗୃହ ବିଭାଗ ରଖିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛନ୍ତି।
ଏୟାରପୋର୍ଟର ମ୍ୟାନେଜର ରୂପେଶ କୁମାର ସିଂ(୪୪) ଏସ୍‌ୟୁଭିରେ ଘରକୁ ଫେରି ଗେଟ୍‌ ବାହାରେ ଅପେକ୍ଷା କରିଥିଲେ। କର୍ମଚାରୀମାନେ ଗେଟ୍‌ ଖୋଲିଥିଲେ ସେ ଭିତରକୁ ଯାଇଥାନ୍ତେ। ଏତିକି ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ପାଟନା ବିମାନବିନ୍ଦରରେ କୋଭିଡ୍‌ ଭାକ୍ସିନ ପହଞ୍ଚତ୍ବାବେଳେ ରୂପେଶଙ୍କୁ ଦେଖିବାକୁ ମିଳିଥିଲା। ୩ କି.ମି. ଦୂରରେ ଥିବା ବିମାନବନ୍ଦରରୁ ଅପରାଧୀମାନେ ତାଙ୍କୁ ପିଛା କରିଥିବା ପୋଲିସ ସନ୍ଦେହ କରୁଛି। ୨ ସନ୍ତାନର ଜନକ ରୂପେଶଙ୍କର ଅନେକ ରାଜନେତା ଓ ଅଧିକାରୀଙ୍କ ସହ ସମ୍ପର୍କ ରହିଥିଲା। ଭାଜପା ଏମ୍‌ପି ବିବେକ ଠାକୁର ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରି ତନାଘନା ଚଳାଇଛି।

‘ସମ୍ଭାଳିପାରୁ ନାହାନ୍ତି ନୀତୀଶ’

ବିହାରରେ କ୍ରମବର୍ଦ୍ଧିଷ୍ଣୁ ଆପରାଧିକ ଘଟଣାକୁ ନେଇ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ନେତା ତେଜସ୍ବୀ କହିଛନ୍ତି, ନୀତୀଶ ଥକିଯାଇଛନ୍ତି। ସେ ବିହାରକୁ ସମ୍ଭାଳିପାରୁ ନାହାନ୍ତି। ଳଗାତର ଅପରାଧ ବଢ଼ିଚାଲିଛି। ଯଦି ସେ ଗୃହ ବିଭାଗ ସମ୍ଭାଳିପାରୁ ନାହାନ୍ତି ତେବେ ଅନ୍ୟ କାହାକୁ ଦେଇଦିଅନ୍ତୁ। ତାଙ୍କୁ ଜବରଦସ୍ତି ମୁଖ୍ୟମନ୍ତ୍ରୀ କରାଯାଇଛି।
ଜେଜସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପ୍ରଶ୍ନବାଣରେ ଘେରିଛନ୍ତି। କହିଛନ୍ତି, ଲଗାତର ଭାବେ ଅପରାଧ ବଢ଼ିଚାଲିଛି। ଅପରାଧୀମାନେ ସରକାର ଚଳାଉଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କୁ ‘ଜଙ୍ଗଲରାଜର ଯୁବରାଜ’ ବୋଲି ଆଖ୍ୟା ଦେଇଥିଲେ। ଏବେ ବିହାରରେ କ’ଣ ଚାଲିଛି ସେ ଉତ୍ତର ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri