ବର୍ଷା ଋତୁରେ ରୋଗ ଓ ପ୍ରତିକାର

ସାଧାରଣତଃ ବର୍ଷା ଋତୁରେ କେତେକ ନିର୍ଦ୍ଦିଷ୍ଟ ରୋଗର ପ୍ରକୋପ ବୃଦ୍ଧି ପାଇଥାଏ। ଏହି ସମୟରେ ରୋଗ ପ୍ରତି ସତର୍କ ନ ରହିବା, ରୋଗ ଦ୍ୱାରା ଆକ୍ରାନ୍ତ ହେଲେ ଠିକ୍‌ ସମୟରେ ଚିକିତ୍ସା ନ କରିବା ଦ୍ୱାରା ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ଆକାର ଧାରଣ କରିଥାଏ। ଏହି ଋତୁରେ ମୁଖ୍ୟତଃ ଡାଇରିଆ (ଝାଡ଼ାବାନ୍ତି), ମ୍ୟାଲେରିଆ, ‘ଡେଙ୍ଗୁ’ ଆଦି ରୋଗର ପ୍ରକୋପ ଅଧିକ ଦେଖାଯାଇଥାଏ। ବର୍ଷା ଋତୁ ଆରମ୍ଭରେ ନଦୀ, ନାଳ, ପୋଖରୀ ଆଦି ସମସ୍ତ ଜଳାଶୟରେ ଦୂଷିତ ଜଳ ଭରପୂର ହୋଇ ରହିଥାଏ। ଉକ୍ତ ଦୂଷିତ ଜଳ ସଂସ୍ପର୍ଶରେ ଆସିଲେ ଆମେ ଡାଇରିଆ ତଥା ବିଭିନ୍ନ ରୋଗର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ବର୍ଷା ଋତୁରେ ନଦୀ, ପୋଖରୀ ଝରଣା ଜଳକୁ ପାନୀୟ ଜଳ ଭାବେ ଗ୍ରହଣ କରିବା ଅନୁଚିତ। ନଳକୂପ ଜଳକୁ ଭଲଭାବେ ସିଝାଇ ଛାଣି ପାନୀୟ ଜଳ ଭାବେ ବ୍ୟବହାର କରିବା ଉଚିତ। ଡାଇରିଆରୁ ରକ୍ଷା ପାଇବା ନିମନ୍ତେ ବର୍ଷା ଋତୁରେ ଉଷୁମ ତଥା ତଟକା ଖାଦ୍ୟ, ଉଷୁମ ଜଳ ସେବନ, ଖାଦ୍ୟ ଖାଇବା ପୂର୍ବରୁ ପରିଷ୍କାର ଭାବେ ହାତ ଧୋଇବା, ଖାଦ୍ୟକୁ ସର୍ବଦା ଘୋଡ଼ାଇ ରଖିବା ନିତାନ୍ତ ଜରୁରୀ। ବାସିଖାଦ୍ୟ, ଘୋଡ଼ା ଯାଇ ନ ଥିବା ଖାଦ୍ୟ ଖାଇବା ଆଦୌ ଠିକ୍‌ ନୁହେଁ। ଡାଇରିଆକୁ ପ୍ରତିରୋଧ ନିମନ୍ତେ ନିଜେ ସତର୍କ ରହିବା ସହ ନିଜ ପରିବାର ଓ ସମାଜକୁ ସଚେତନ କରିବାର ଆବଶ୍ୟକତା ରହିଛି।
ବର୍ଷା ଋତୁରେ ମ୍ୟାଲେରିଆ ଜ୍ୱରର ପ୍ରକୋପ ବୃଦ୍ଧି ପାଇଥାଏ। ସାଧାରଣତଃ ବର୍ଷା ଋତୁରେ ମଶାମାନଙ୍କର ବଂଶ ବୃଦ୍ଧି ଘଟିଥାଏ। ମାଈ ଏନୋଫିଲିସ ନାମକ ମଶା ହିଁ ମ୍ୟାଲେରିଆ ଜ୍ୱରର ବାହକ ଅଟେ। ଜଣେ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ରୋଗୀଙ୍କଠାରୁ ମାଈ ଏନୋଫିଲିସ ମଶା ପରଜୀବୀ ଭୂତାଣୁ (pasmodium) କୁ ନେଇ ଏକ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରାଇଲା ପରେ ଜଣେ ସୁସ୍ଥ ବ୍ୟକ୍ତି ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହୋଇଥାଏ। ଏହି ମାଈ ଏନୋଫିଲିସ ମଶା ସାଧାରଣତଃ ସଫା ଓ ସ୍ଥିର ପାଣିରେ ହିଁ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ। ତେଣୁ ନିଜ ବାସଗୃହ ନିକଟ ଏବଂ ନିଜ ପରିବେଶରେ ପାଣି ଜମିବାକୁ ଦେବା ଅନୁଚିତ। ରାତିରେ ମଶାରୀ ଟାଙ୍ଗି ଶୋଇବା, ବାସ ଗୃହ ଚାରିପାଖ ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ଲକ୍ଷଣ ଦେଖାଦେବା ମାତ୍ରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ମ୍ୟାଲେରିଆ କିଟ୍‌ ଦ୍ୱାରା ନିଜର ରକ୍ତ ନମୁନା ପରୀକ୍ଷା କରାଇବା ଉଚିତ। ପୃଥିବୀରେ ମ୍ୟାଲେରିଆ ଜୀବାଣୁ ସାଧାରଣତଃ ୪ପ୍ରକାର ଦେଖାଯାଉଥିବା ବେଳେ ଆମ ଭାରତରେ ମୁଖ୍ୟତଃ ପ୍ଲାଜମୋଡିୟମ ଫେଲସି ferum (Pf) ଓ ପ୍ଲାଜମୋଡିୟମ ଭାଇ ଭେକ୍କ୍ସ (PV) ନାମରେ ୨ ପ୍ରକାର ମ୍ୟାଲେରିଆ ଦେଖା ଦେଇଥାଏ। ଏଥିରୁ ପ୍ଲାଜମୋଡିୟମ ଫୋଲ୍ସିଫରମ (Pf) ମ୍ୟାଲେରିଆର ପ୍ରକୋପ ଅଧିକ ଅଟେ। ଠିକ୍‌ ସମୟରେ ଠିକ୍‌ ଚିକିତ୍ସା କରା ନ ଗଲେ କିମ୍ବା ରୋଗୀ ପ୍ରତି ଅବହେଳା କଲେ ରୋଗୀ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ଅଧିକ ରହିଥାଏ। ମ୍ୟାଲେରିଆ ଜ୍ୱରରେ ମନୁଷ୍ୟ ଆକ୍ରାନ୍ତ ହେଲେ ଶରୀରରେ ତାପମାତ୍ରା ବୃଦ୍ଧି ହେବାସହ ରୋଗୀ ବାଉଳିଚାଉଳି ହୋଇଥାଏ। ରୋଗୀର ଏହି ଅବସ୍ଥା ଦେଖି କେତେକ ବ୍ୟକ୍ତି ଗୁଣୀ ଗାରେଡ଼ି, ଝଡ଼ାଫୁଙ୍କାର ଆଶ୍ରୟ ନେଇଥାନ୍ତି, ଯଦ୍ୱାରା ରୋଗୀର ଠିକ୍‌ ସମୟରେ ଚିକିତ୍ସା ହୋଇପାରି ନ ଥାଏ। ଏହାଫଳରେ ରୋଗୀଟି ଅବହେଳିତ ହୋଇ ମୃତ୍ୟୁମୁଖରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏକ ପରିସଂଖ୍ୟାନ ଅନୁଯାୟୀ ବହୁ ବର୍ଷ ପୂର୍ବେ ଆମ ଦେଶରେ ବହୁତ ବ୍ୟକ୍ତି ମ୍ୟାଲେରିଆରେ ମୃତ୍ୟୁବରଣ କରୁଥିଲେ। ସରକାରଙ୍କର ସ୍ବାସ୍ଥ୍ୟ ବିଭାଗର ‘ଦମନ କାର୍ଯ୍ୟକ୍ରମ’ ଓ ମ୍ୟାଲେରିଆକୁ ପ୍ରତିରୋଧ ନିମନ୍ତେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ହେତୁ ମ୍ୟାଲେରିଆକୁ ପୂର୍ଣ୍ଣ ମାତ୍ରାରେ ପ୍ରତିହତ କରାଯାଇପାରିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଶାରେ ଗତ ୩ ବର୍ଷ ମଧ୍ୟରେ ମ୍ୟାଲେରିଆ ପ୍ରାୟତଃ ୯୦ ପ୍ରତିଶତ ହ୍ରାସ ପାଇପାରିଛି, ଯାହାକି ଶୁଭ ସୂଚନା। ଏକ ସର୍ଭେରୁ ଜଣାପଡ଼ିଛି ଯେ, ଆମ ଦେଶରେ ମ୍ୟାଲେରିଆ ସଂକ୍ରମଣ ହାର ୭୪ ପ୍ରତିଶତ ହ୍ରାସ ପାଇଥିବା ବେଳେ ତୁଳନାତ୍ମକ ଭାବେ ମ୍ୟାଲେରିଆରେ ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି।
ବର୍ଷା ଋତୁରେ ଡେଙ୍ଗୁ ଏବଂ ଚିକୁନଗୁନିଆ ରୋଗର ପ୍ରାଦୁର୍ଭାବ ଅଧିକ ରହିଥାଏ। ଡେଙ୍ଗୁ ଏକ ଭୂତାଣୁଜନିତ ରୋଗ। ଏଡିସ ମଶା କାମୁଡ଼ିବା ଦ୍ୱାରା ହିଁ ଜଣେ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥାଏ। ଉକ୍ତ ଏଡିସ ମଶା ମାଟି ସହ ସଲଗ୍ନ ହୋଇ ନ ଥିବା ଜଳ (ଭଙ୍ଗା ମାଠିଆ, ଫିଙ୍ଗା ଯାଇଥିବା ନଡ଼ିଆ ଶଢ଼େଇ, ପଇଡ଼ଖୋଳ ଏବଂ ଚା ଓ ଥଣ୍ଡା ପାନୀୟ ପ୍ଲାଷ୍ଟିକ କପ, ସାଇକେଲ ଓ ମୋଟର ସାଇକେଲର ପୁରୁଣା ଟାୟାରରେ ନିଜର ବଂଶ ବିସ୍ତାର କରିଥାଆନ୍ତି। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବା ସହ ବାସଗୃହ ଏବଂ ନିଜ ପରିବେଶକୁ ସଫା ରଖିବା ଜରୁରୀ ଅଟେ। ଡେଙ୍ଗୁରେ ଆକ୍ରାନ୍ତ ହେଲେ ରୋଗୀ ଜ୍ୱର ସହ ଖଞ୍ଜାରେ ଯନ୍ତ୍ରଣା (ଜଏଣ୍ଟ ପେନ୍‌) ଅନୁଭୂତ ହୋଇଥାଏ। ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀର ରକ୍ତ ନମୁନା ପରୀକ୍ଷା ପରେ ହିଁ ଡେଙ୍ଗୁ ଭୂତାଣୁ ଚିହ୍ନଟ ହୋଇଥାଏ। ଏଥିରେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଉଚିତ। ଏ ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ବର୍ଷା ଋତୁରେ ଜଳଜନିତ ବିଭିନ୍ନ ରୋଗରୁ ସୁରକ୍ଷା ନିମନ୍ତେ ନିଜେ ଅଧିକ ସତର୍କ ରହିବା ଦରକାର। ତା’ ସହ ଅନ୍ୟମାନଙ୍କୁ ମଧ୍ୟ ଉପରୋକ୍ତ ରୋଗ ବିଷୟରେ ସଚେତନ କରାଇବାର ଆବଶ୍ୟକତା ରହିଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri