ଖାଦ୍ୟ ନଁ।ରେ ଚାଲିଛି ରୋଗ ବିକ୍ରି

ଅନୁଗୋଳ ଅଫିସ, ୯ା୧୦

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମାସ ଧରି ହୋଟେଲ, ଜଳଖିଆ ଦୋକାନ, ଫାଷ୍ଟଫୁଡ ଓ ବିଭିନ୍ନ ଚଟ୍‌ପଟା ଖାଦ୍ୟ ବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାର କୋଭିଡ୍‌ ନିୟମାବଳୀରେ କୋହଳ କରିବା ପରେ ଏସବୁ ବ୍ୟବସାୟକୁ ଅନୁମତି ମିଳିଛି। ଫଳରେ ଅନୁଗୋଳ ସହରର ଗଳିକନ୍ଦିରେ ଥିବା ବିଭିନ୍ନ ଚାଳିଆ ହୋଟେଲ ସହ ଜଳଖିଆ ଓ ଫାଷ୍ଟଫୁଡ୍‌ ଦୋକାନୀ ପୂର୍ବପରି ବେପାର ଆରମ୍ଭ କରିଛନ୍ତି। କିନ୍ତୁ ପଜିଟିଭ୍‌ ସଂଖ୍ୟା ବଢ଼ୁଥିବାରୁ ସହରରେ ବେପାର ସେପରି ହେଉନାହିଁ। ଦୈନିକ ପ୍ରସ୍ତୁତ ଖାଦ୍ୟ ଅନେକ ସମୟରେ ବଳକା ରହିଯାଉଛି। ପରଦିନ ଏହାକୁ ଡଷ୍ଟବିନ୍‌ରେ ଫିଙ୍ଗିଦେବା ପରିବର୍ତ୍ତେ କେତେଜଣ ଲାଭଖୋର ବ୍ୟବସାୟୀ ଗରମ କରି ଗ୍ରାହକଙ୍କୁ ପରଷି ଦେଉଥିବା ଅଭିଯୋଗ ହେଉଛି। ବିଶେଷକରି ପାର୍ସଲ ନେଉଥିବା ଗ୍ରାହକମାନଙ୍କୁ ଟାର୍ଗେଟ୍‌ କରାଯାଉଥିବା କୁହାଯାଉଛି। ଏସବୁ ଖାଦ୍ୟର ମାନ ଯାଞ୍ଚ କରିବା ଜନସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟ ହୋଇଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ଚୁପ୍‌ ବସିପଡ଼ୁଥିବାରୁ ଟଙ୍କା ଦେଇ ଲୋକେ ଖାଦ୍ୟ ନଁାରେ ରୋଗ କଣୁଥିବା ଅଭିଯୋଗ କରୁଛନ୍ତି।
କରୋନା ସମୟରେ ଭିଟାମିନଯୁକ୍ତ ଖାଦ୍ୟ ଜରୁରୀ। ତେଣୁ ତାଜା ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ଦୈନିକ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କିନ୍ତୁ ଅନୁଗୋଳରେ କରୋନା ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସହରରେ ବିକ୍ରି ହେଉଥିବା ଭଳିକି ଭଳି ପାଟି ସୁଆଦିଆ ଖାଦ୍ୟର ମାନ ଯାଞ୍ଚ କରାଯାଉ ନାହିଁ। ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବେଳେ ମାସ ମାସ ଧରି ଘରେ ରହିଥିବା ସହରବାସୀ ଏବେ ବଜାର ଆସି ଖୋଲାମେଲାରେ ମିଳୁଥିବା ଖାଦ୍ୟ ଖାଇବାକୁ ବେଶ୍‌ ଆଗ୍ରହୀ ହୋଇପଡ଼ିଥିବା ଦେଖାଯାଉଛି। ଏହାର ସୁଯୋଗ ନେଉଛନ୍ତି ଏପରି କେତେଜଣ ଲାଭଖୋର ବ୍ୟବସାୟୀ। କିଏ ବଳି ପଡ଼ୁଥିବା ଖାଦ୍ୟକୁ ଗରମ କରି ଗରାଖଙ୍କୁ ବଢ଼ାଇ ଦେଉଛନ୍ତି ତ ପୁଣି କିଏ ତେଲଭାଜିକୁ ଆଉଥରେ ଛାଣି ବିକ୍ରି କରୁଛନ୍ତି। ନିମ୍ନମାନର ଚଟ୍‌ପଟା ଖାଦ୍ୟ ସହ ବହୁ ଚାଳିଆ ହୋଟେଲରେ ବାସୀ ଖାଦ୍ୟ ପାର୍ସଲ କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନୀରବତା କାରଣରୁ ଏପରି ହେଉଥିବା ସହରବାସୀ କହିଛନ୍ତି। ଏ ନେଇ ଜନସ୍ବାସ୍ଥ୍ୟ ଅଧିକାରୀ ହରପ୍ରିୟା ବେହେରା କହିଛନ୍ତି, ବିଭିନ୍ନ ସମୟରେ ଚଢ଼ାଉ ହେଉଛି। ନିମ୍ନ ମାନର ଖାଦ୍ୟ ଯେଉଁଠି ମିଳୁଛି, ସେଠାରୁ ଜରିମାନା ଆଦାୟ କରାଯାଉଛି।
ଠିକ୍‌ ଭାବେ ମାନ ପରଖାଯାଉନି
ଖାଦ୍ୟର ମାନ ଠିକ୍‌ ଭାବେ ପରଖା ଯାଉନି। ବହୁ ଦୋକାନୀ ବାସି ଖାଦ୍ୟ ଲୋକଙ୍କୁ ଦେଉଛନ୍ତି। ଏ ନେଇ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କରୋନା ମୁକାବିଲାରେ ସମସ୍ତେ ବ୍ୟସ୍ତ ଥିବା କହି ଅଭିଯୋଗକୁ ଟାଳି ଦେଉଛନ୍ତି।
-ସୁନୀଲ ଦାଶ, ସହରବାସୀ
ଗୁରୁତ୍ୱ ଦେଉନି ସ୍ବାସ୍ଥ୍ୟ ବିଭାଗ
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ଉତ୍ତମ ଖାଦ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି। ହେଲେ ବଜାରରେ ଯେଉଁ ଖାଦ୍ୟ ବିକ୍ରି ହେଉଛି ତାହା ଖାଇବା ଯୋଗ୍ୟ କି ନୁହେଁ ସେ ନେଇ ଜନସ୍ବାସ୍ଥ୍ୟ ଅଧିକାରୀ ଚିନ୍ତିତ ଥିବାପରି ମନେହେଉନି।
-ପ୍ରତାପ ମହାପାତ୍ର, ସହରବାସୀ
ବାସି ଖାଦ୍ୟ ପରଷାଯାଉଛି
ସହରର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ହେଟେଲ ରହିଛି। ଫାଷ୍ଟଫୁଡ୍‌, ଚଟ୍‌ପଟା ଖାଦ୍ୟ ମଧ୍ୟ ବିକ୍ରି ହେଉଛି। ଏହାର ମାନ ପରୀକ୍ଷା ହେଉ ନ ଥିବାରୁ ଅଧିକାଂଶ ସମୟରେ ବ୍ୟବସାୟୀମାନେ ବାସି ଖାଦ୍ୟକୁ ଗରମ କରି ଗ୍ରାହକଙ୍କୁ ପରଷି ଦେଉଛନ୍ତି।
-ପ୍ରଦ୍ୟୁମ୍ନ ସାହୁ, ସହରବାସୀ
କେବେ ଚେତିବ ପ୍ରଶାସନ
ବଜାରରେ ମିଳୁଥିବା ବହୁ ଖାଦ୍ୟ ନିମ୍ନମାନର। ହେଲେ ଏ ନେଇ ତତ୍ପର ହେବା ପରିବର୍ତ୍ତେ ସ୍ଥାଣୁ ପାଲଟିଛି ଜନସ୍ବାସ୍ଥ୍ୟ ବିଭାଗ। ଫଳରେ ଲୋକମାନେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହା ଜାଣିପାରୁ ନାହାନ୍ତି। ଆଉ କେମିତି ସଂକଟ ଆସିଲେ ପ୍ରଶାସନ ଚେତିବ କେଜାଣି।
-ଜୟନ୍ତ କର, ସହରବାସୀ
ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯିବ
ଖାଦ୍ୟର ମାନ ପରଖିବା ଦାୟିତ୍ୱ ଜନସ୍ବାସ୍ଥ୍ୟ ବିଭାଗର। ତଥାପି ସହରରେ ରୁଟିନ୍‌ ଚେକିଂ କରାଯାଉଛି। ନିୟମିତ ଭାବେ ଯେପରି ଖାଦ୍ୟର ମାନ ପରୀକ୍ଷା କରାଯିବ ସେ ନେଇ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯିବ।
-ଡାକ୍ତର ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ
କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ
ସହରରେ ନିମ୍ନମାନର ତଥା ବାସି ଖାଦ୍ୟ ବିକ୍ରି କରାଯିବା ଉଦ୍‌ବେଗର ବିଷୟ। ଏ ନେଇ ପ୍ରତିକାର କରିବାକୁ ଜନସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯିବ। ଯେଉଁ ବ୍ୟବସାୟୀ ଏପରି କରୁଥିବା ପ୍ରମାଣ ମିଳିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri