ଉପବାଚସ୍ପତି ଓ ବନ୍ଦ ଲଫାପାକୁ ନେଇ ଚର୍ଚ୍ଚା

ଅନୁଗୋଳ ଅଫିସ, ୨୬।୨: ମାସର ଚତୁର୍ଥ ଶନିବାର ହୋଇଥିବାରୁ ସରକାରୀ ଛୁଟି ଥିଲା। ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ହେଲେ ଏମିତି କି ଜରୁରୀ କାର୍ଯ୍ୟ ପଡ଼ିଲା ଯେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ୨ ଥର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡ଼ିଲା, ତାହା ପୁଣି ବନ୍ଦ ଲଫାପା ନେଇ। ଆଉ ଉକ୍ତ ଲଫାପା ଉପବାଚସ୍ପତିଙ୍କଠାରୁ ଗ୍ରହଣ କରିବା ପରେ ଅପେକ୍ଷାରତ ଜଣେ କର୍ମଚାରୀ କାହିଁକି ତରବର ହୋଇ କାର୍ଯ୍ୟାଳୟରୁ ଛୁ ମାରିଲେ, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ଅନୁଗୋଳରେ ଦିନତମାମ ଜୋର୍‌ଦାର ଆଲୋଚନା ଚାଲିଛି।
ଦେଖିଥିବା ଲୋକେ କହୁଛନ୍ତି, ଅପରାହ୍ନ ପ୍ରାୟ ୨ଟାରେ ଉପବାଚସ୍ପତିଙ୍କ ଗାଡ଼ି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ପଶିଥିଲା। ଅଫିସ ସମ୍ମୁଖ ପୋର୍ଟିକ ତଳେ ମାତ୍ର କେଇ ମିନିଟ୍‌ ଗାଡ଼ି ରହିବା ପରେ ପୁଣି ବାହାରି ଯାଇଥିଲା ପରିସରରୁ। ହେଲେ କେହି କିଛି ବୁଝିବା ପୂର୍ବରୁ ପୁନର୍ବାର ଉପବାଚସ୍ପତିଙ୍କ ଗାଡ଼ି ପ୍ରବେଶ କରିଥିଲା ଜିଲା କାର୍ଯ୍ୟାଳୟ ଭିତରକୁ। ଏହାପରେ ଖୋଦ୍‌ ଉପବାଚସ୍ପତି ଏକ ବନ୍ଦ ଲଫାପା ବଢ଼ାଇ ଦେଇଥିଲେ ସେଠାରେ ଅପେକ୍ଷାରତ କର୍ମଚାରୀଙ୍କୁ। ଉକ୍ତ ଲଫାପାର ବାମ ପାର୍ଶ୍ୱ ତଳେ ଉପବାଚସ୍ପତିଙ୍କ ଦସ୍ତଖତ ରହିଥିଲା। ଛୁଟି ଦିନରେ କାହିଁକି ଏପରି ବନ୍ଦ ଲଫାପା ନେଇ ନିଜେ ଉପବାଚସ୍ପତିଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିବାକୁ ପଡ଼ିଲା ଓ ସେଥିରେ କେଉଁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଛି ତାହା ଜାଣିବାକୁ ସାଧାରଣରେ ବେଶ୍‌ ଉତ୍ସୁକତା ସୃଷ୍ଟି ହୋଇଥିବା ବେଳେ ଉପବାଚସ୍ପତିଙ୍କ ସହ ଗାଡ଼ିରେ ଥିବା ସହଯୋଗୀଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା। ଏପରି କି କିଏ ଓ କାହିଁକି ଫଟୋ ଉତ୍ତୋଳନ କରିଛନ୍ତି ଏ ନେଇ ସେ ତୁଙ୍ଗ ନେତାମାନଙ୍କୁ ଖବର ଦେଇଥିଲେ। ଏହାପରେ ସମ୍ପୃକ୍ତ ତୁଙ୍ଗ ନେତା ଓ ଯୁବ ନେତାମାନେ ଫୋନ୍‌ କରି ଫଟୋ ଉଠାଇବାର କାରଣ ଜାଣିବାକୁ ଘନ ଘନ ଉଦ୍ୟମ କରିବା ଜନସାଧାରଣଙ୍କ ଉତ୍ସୁକତାକୁ ଅଧିକ ବଢ଼ାଇଦେଇଛି। ଏ ସମ୍ପର୍କରେ ଉପବାଚସ୍ପତି ସିଂହ କହିଛନ୍ତି, ଜିଲାପାଳଙ୍କ କାର୍ଯ୍ୟାଳୟ ଷ୍ଟେନୋଙ୍କ ସହିତ କଥା ହୋଇଥିଲି। ତାଙ୍କୁ ଏକ ଚିଠି ଦେବାର ଥିଲା। ଯେହେତୁ ଅନୁଗୋଳରେ ଅନୁପସ୍ଥିତ ରହିବି, ତେଣୁ ଉକ୍ତ ଚିଠି ଷ୍ଟେନୋଙ୍କୁ ଦେବାର ଆବଶ୍ୟକ ଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଯାଇଥିଲି। ହେଲେ ବିଳମ୍ବ ଯୋଗୁ ଷ୍ଟେନୋ ସେଠାରେ ନ ଥିଲେ ଓ ଜଣେ କର୍ମଚାରୀଙ୍କୁ ଚିଠି ଦେଇ ଫେରି ଆସିଲି ବୋଲି ଉପବାଚସ୍ପତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

ଖେଳ ପଡ଼ିଆରେ ଟ୍ରାକ୍ଟର ଚଳାଇ ଧାନ ତଳି ପକାଇଲେ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ-ଉତ୍ତେଜନା

ହାଟଡିହୀ, ୩୦।୭(ଶୁଭକାନ୍ତ ନାୟକ): ସରକାର ଖେଳ ଏବଂ ଶାରୀରିକ ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନସ୍ଥ ବଡ଼ରମ୍ପାସ…

କ୍ଷେତପୋଖରୀ ଦୁର୍ନୀତିକୁ ନେଇ ସରପଞ୍ଚ-ସମିତିସଭ୍ୟ ମୁହାଁମୁହିଁ: ହଟ୍ଟଗୋଳ ଯୋଗୁ ଉଠି ଚାଲିଗଲେ…

ଦିଗପହଣ୍ଡି,୩୦|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଗୁରୁବାର ଦିଗପହଣ୍ଡି ବ୍ଲକସ୍ତରୀୟ ଏମଜିଏନଆରଇଜିଏ ଯୋଜନାର ସାମାଜିକ ସମୀକ୍ଷା ଜନଶୁଣାଣି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିଲେ, ଯୁବକଙ୍କୁ ବାନ୍ଧିଲା…

ଦେବଗଡ଼,୩୦ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ସୁନାମୁଣ୍ଡା ଗ୍ରାମରେ ପିସ୍ତଲ ମୁନରେ ଭୟଭୀତ କରି ହତ୍ୟା ଧମକ ଦେଇଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି।…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଦେଖାଳି ଗାଁରେ ସିରିଜ୍ ଚୋରି: ଦୋକାନରୁ ଟଙ୍କା-ଜୋତା ଲୁଟ୍, ଅଞ୍ଚଳରେ ଆତଙ୍କ; ରାତ୍ରିକାଳୀନ ପାଟ୍ରୋଲିଂ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗାଁ ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri