ଟେଣ୍ଡର ଫିକ୍ସିଂ ନେଇ ଚର୍ଚ୍ଚା

ଯାଜପୁର ଅଫିସ,୭।୫: ଯାଜପୁର ଜିଲାର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ ଚାପରେ ସରକାରଙ୍କ ସବୁ ନୀତିନିୟମ ଉଲ୍ଲଂଘନ କରାଯାଉଛି। ଏପରିକି ଟେଣ୍ଡର ଫିକ୍ସିଂ କରାଯାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି, ଅଞ୍ଜିରା, ରାହାଡ଼ପୁର, ବରଡ଼ା, ଆରୁହା, ବାଜବାଟି ଓ ବାରମାଣ ପାହାଡ଼ରେ ଥିବା କଳାପଥର ଖାଦାନଗୁଡ଼ିକର ଦୀର୍ଘ ମିଆଦୀ ଲିଜ୍‌ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ଟେଣ୍ଡର ଆହ୍ବାନର ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଟେଣ୍ଡର ବାକ୍ସ ଖୋଲାଯାଇ ନାହିଁ। ଗତ ସୋମବାରଠାରୁ ଟେଣ୍ଡର ଫିକ୍ସିଂ କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପର୍ଯ୍ୟାୟକ୍ରମେ ଭିତିରିଆ ଲିଜ୍‌ ପ୍ରଦାନ କରାଯାଉଥିବା ଚର୍ଚ୍ଚା ଜୋର ଧରିଛି। ପୁଣି ଟେଣ୍ଡରରେ ସରକାରଙ୍କ ଧାର୍ଯ୍ୟ ଗ୍ୟାରେଣ୍ଟିଠାରୁ ଅଧିକ ଅର୍ଥ ଦେବାକୁ ଇଚ୍ଛା କରିଥିବା ବ୍ୟକ୍ତିଙ୍କୁ ଲିଜ୍‌ ନ ଦେଇ ଅତି କମ୍‌ ଗ୍ୟାରେଣ୍ଟି ଅର୍ଥ ଦର୍ଶାଇଥିବା ବ୍ୟକ୍ତିମାନଙ୍କୁ ଲିଜ୍‌ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି।
ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି ଆଇନ ୨୦୧୬ ଓ ସଂଶୋଧନ ୨୦୧୭ ଓ ୨୦୧୮ ଅନୁସାରେ ଫର୍ମ-ଏମ୍‌ ପୂରଣ କରି ୧୯ା୩ା୨୦୨୧ ସୁଦ୍ଧା ଆବେଦନ କରିବାକୁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାପ୍ତ ଦରଖାସ୍ତଗୁଡ଼ିକୁ ୨୨ା୩ା୨୦୨୧ ତାରିଖ ପୂର୍ବାହ୍ନ ୧୧ଟାରେ ସମସ୍ତ ଆବେଦନକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ତନଖି କରାଯାଇ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଯଦି ଏହି ବିଜ୍ଞପ୍ତି ଅନୁସାରେ କୌଣସି ଦରଖାସ୍ତ ଗ୍ରହଣ କରାଯାଇ ନ ଥିବ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୩୦ା୩ା୨୦୨୧ ତାରିଖ ଏବଂ ତୃତୀୟ ପର୍ଯ୍ୟାୟରେ ୯ା୪ା୨୦୨୧ ତାରିଖ ପୂର୍ବାହ୍ନ ୧୧ଟାରେ ନିଲାମ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ନିଲାମ ପ୍ରକ୍ରିୟାରେ ସର୍ବନିମ୍ନ ୩୦ ହଜାର ଟଙ୍କାରୁ ପ୍ରାୟ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ହୋଇଥିଲା। ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଲୁଟ ଗତ ୨ ଦଶନ୍ଧି ହେଲା ଚାଲି ଆସୁଛି। ତେବେ ଗତ ପ୍ରାୟ ୨ ବର୍ଷ ହେବ ସରକାର କଳାପଥର ଖାଦାନର ଦୀର୍ଘମିଆଦୀ ଲିଜ୍‌ ଦେବାକୁ ତପତ୍ରତା ପ୍ରକାଶ କରିଥିଲେ। ଏହି କ୍ରମରେ ଟେଣ୍ଡର ଆହ୍ବାନ ହୋଇଥିଲେ ହେଁ ସେଥିରେ ବି ଫିକ୍ସିଂ ହୋଇଛି। ଏହାଦ୍ୱାରା ସରକାରଙ୍କ ରାଜସ୍ବ ଲୁଟ କରିବାକୁ ପୁଣି ଏକ ଚକ୍ରାନ୍ତ କରାଯାଉଛି ବୋଲି ଅଭିଯୋଗ ହୋଇଛି।  ଅତୀତରେ ଆରୁହା ପାହାଡ଼ରେ ୩ ଏକର ଲିଜ୍‌ ଅଞ୍ଚଳ ବ୍ୟତୀତ ଏହାର ଆଖପାଖ ୧୦୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରୁ କଳାପଥର ଲୁଟ୍‌ ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତରେ ମାମଲା ବିଚାରାଧୀନ ରହିଛି। ଏହାବାଦ୍‌ କଳାପଥର ଚୋରା କାରବାରକୁ ରୋକିବାକୁ ଖାଦାନ ଚିହ୍ନଟ କରି ପିଲର ପୋତିବାକୁ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଲୋକାୟୁକ୍ତରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ତେବେ ଆରୁହା ଚୋରା କାରବାର ଉପରେ ଖଣି ବିଭାଗ ଦ୍ୱାରା ମାପଚୁପ କରାଇଲେ ପ୍ରାୟ ୧୦୦ କୋଟି ଟଙ୍କାର କଳାପଥର ଲୁଟ ହୋଇଥିବା ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପୂର୍ବରୁ ଡଙ୍କାରୀ, ବିଛାଖଣ୍ଡି, ରାହାଡପୁର, କୁସୁନପୁର ଆଦି ପାହାଡ଼ରୁ ବିପୁଳ ପରିମାଣର କଳାପଥର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଏହି ଟେଣ୍ଡର ପ୍ରକ୍ରିୟାକୁ ଆଇନ ଅନୁଯାୟୀ ସମ୍ପାଦନ କଲେ ସରକାରଙ୍କ ରାଜସ୍ବହାନି ହେବ ନାହିଁ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ଭାରପ୍ରାପ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ଧାର୍ଯ୍ୟ ନୀତିନିୟମ ଅନୁସାରେ ଟେଣ୍ଡର ପ୍ରକ୍ରିୟା ସମ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି। ଯେପରି ଅଧିକରୁ ଅଧିକ ରାଜସ୍ବ ଆସିବ, ସେଥିପାଇଁ ଆଇନ ଅନୁସାରେ ଲିଜ୍‌ ଦିଆଯିବ। ଏଥିରେ କୌଣସି ପ୍ରକାର ଫିକ୍ସିଂ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri