ଚିରଞ୍ଜୀବଙ୍କ ମନ୍ତବ୍ୟକୁ ନେଇ ଜଗତ୍‌ସିଂହପୁରରେ ଚର୍ଚ୍ଚା

ଜଗତ୍‌ସିଂହପୁର ଅଫିସ, ୧୧ା୫: ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ପରାଜୟ ହୋଇଥିଲା। ଏହା ପରଠାରୁ ଚିରଞ୍ଜୀବ କାଁ ଭାଁ ନିର୍ବାଚନମଣ୍ଡଳୀକୁ ଆସୁଛନ୍ତି। ସାଙ୍ଗଠନିକ କାର୍ଯ୍ୟ ହେଉ ନ ଥିବାରୁ ଦଳୀୟ ନେତା ଓ କର୍ମୀଙ୍କୁ ନିରାଶ କରୁଛି। ଏ ପରିସ୍ଥିତିରେ ଭୁବନେଶ୍ୱର ଜୟଦେବ ଭବନରେ ଅନୁଷ୍ଠିତ ‘ଜାନକୀ-ବସନ୍ତ ସ୍ବର୍ଣ୍ଣିମ ଦିନ’ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଚିରଞ୍ଜୀବଙ୍କ ମନ୍ତବ୍ୟକୁ ନେଇ ଜଗତ୍‌ସିଂହପୁରରେ ଚର୍ଚ୍ଚା ଜୋର ଧରିଛି। କେତେଜଣ ଦଳୀୟ ନେତା ଏହାକୁ ନାପସନ୍ଦ କରିଥିବା ବେଳେ ଆଉ କେତେକ ଦଳ ହିତ ଦୃଷ୍ଟିରୁ ସେ ଏଭଳି ମନ୍ତବ୍ୟ ଦେଇଥିବା କହିଛନ୍ତି।
ଏହି ଆଲୋଚନାଚକ୍ରରେ ଚିରଞ୍ଜୀବ କହିଥିଲେ, କଂଗ୍ରେସ ଦଳ ୧୯୭୭ରେ ଯେଉଁଭଳି ସ୍ଥିତିରେ ଥିଲା ଏବେ ତାହାଠାରୁ ଖରାପ ଅବସ୍ଥାରେ ଅଛି। ଯେଉଁ ଯୁବକମାନେ କଂଗ୍ରେସରେ ସକ୍ରିୟ ହୋଇ ରହିଛନ୍ତି ସେମାନଙ୍କୁ ଠିକ୍‌ ଭାବେ ସୁଯୋଗ ଦିଆଯାଉନାହିଁ।
ଏ ସମ୍ପର୍କରେ ପୂର୍ବତନ ଜଗତ୍‌ସିଂହପୁର ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ କହିଛନ୍ତି, ଚିରଞ୍ଜୀବଙ୍କ ଏହି ମନ୍ତବ୍ୟ ଦୁର୍ଭାଗ୍ୟଜନକ। ଦଳ ବଡ଼, ବ୍ୟକ୍ତି ନୁହେଁ। ଜଣେ ଆଗଧାଡ଼ିର ନେତା ହିସାବରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ପ୍ରଦେଶ କଂଗ୍ରେସକୁ ମଜଭୁତ କରିବା ତାଙ୍କ ଦାୟିତ୍ୱ। ଏନେଇ କିଛି କାର୍ଯ୍ୟ କରିବା ପରିବର୍ତ୍ତେ ଦଳକୁ ଦୁର୍ବଳ କରିବାକୁ ଯେଉଁ ଷଡ଼ଯନ୍ତ୍ର କରୁଛନ୍ତି ତାହା ନିନ୍ଦନୀୟ। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏ ଘଟଣାକୁ ଗୁରୁତ୍ୱର ସହ ନେଇ ଦଳର ହିତ ଦୃଷ୍ଟିରୁ ଯାହା କାର୍ଯ୍ୟାନୁଷ୍ଠାନ ନେବେ ତାକୁ ସ୍ବାଗତ କରାଯିବ ବୋଲି ସେ କହିଛନ୍ତି। ଜିଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି, କାର୍ଯ୍ୟକ୍ରମଟି ମହତ ଲକ୍ଷ୍ୟ ନେଇ ହୋଇଥିଲା। ଜାନକୀ-ବସନ୍ତଙ୍କ ସମୟରେ ସ୍ବର୍ଣ୍ଣିମ ଦିନ ଥିଲା। ତାକୁ ମନେ ପକାଇ ଦଳକୁ ମଜଭୁତ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଚିରଞ୍ଜୀବ ମଧ୍ୟ ଦଳକୁ ହାନିରେ ପକାଇବା ପାଇଁ କିଛି କହିନାହାନ୍ତି। ଦଳର ବାସ୍ତବ ଚିତ୍ର କହିଛନ୍ତି। କିନ୍ତୁ ଭଲ କହୁ କହୁ ପ୍ରସଙ୍ଗ ନୂଆ ମୋଡ଼ ନେଇ ଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବାର୍ତ୍ତା ଦଳୀୟ ନେତା ଓ କର୍ମୀଙ୍କୁ କେତେକାଂଶରେ ପ୍ରଭାବିତ କରିଛି। କିନ୍ତୁ ଚିରଞ୍ଜୀବ ଦଳରେ ଅଛନ୍ତି ଏବଂ ଆଗକୁ କିଛି ଭଲ ହେବ ବୋଲି ଆଶା। ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ ମଧ୍ୟ ଚିରଞ୍ଜୀବଙ୍କ ମନ୍ତବ୍ୟ ଦଳ ସ୍ବାର୍ଥ ପାଇଁ ଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଦଳର ଭଲ ପାଇଁ ଚିରଞ୍ଜୀବ ଯାହା କିଛି କହିଛନ୍ତି, ତାହା ଉପନିର୍ବାଚନ ପୂର୍ବରୁ କହିଥିବାରୁ ନିଆରା ବାର୍ତ୍ତାଯାଇଛି। ଜିଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ ମଧ୍ୟ ଚିରଞ୍ଜୀବ ଦଳର ବାସ୍ତବ ସ୍ଥିତି ସମ୍ପର୍କରେ କହିଥିବା ସୂଚାଇଛନ୍ତି । ଆଗକୁ ଦଳର ସମସ୍ତ ନେତା ଏକତ୍ରିତ ହୋଇ କାମ କଲେ ୨୦୨୪ ସାଧାରଣ ନିର୍ବାଚନରେ ସଫଳତା ମିଳିବ ବୋଲି ସେ କହିଛନ୍ତି। କିନ୍ତୁ କେତେଜଣ ଦଳୀୟ ନେତା ନାମ ଗୋପନ ରଖି ଚିରଞ୍ଜୀବ କଂଗ୍ରେସ ସଙ୍ଗଠନଠାରୁ ଧୀରେ ଧୀରେ ଦୂରେଇ ଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri