‘ମେଟା’ର ଶେୟାର ମୂଲ୍ୟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଫେସ୍‌ବୁକ୍‌’ର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ନିକଟରେ ଫେସ୍‌ବୁକ୍‌ର ରିବ୍ରାଣ୍ଡ କରି ଏହାର ନାମ ‘ମେଟା’ ରହିବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ଫେସ୍‌ବୁକ୍‌ର ନାମ ବଦଳି ମେଟା ଏକ ନୂଆ ଭର୍ସନରେ ଉପଲବ୍ଧ ହେବ ବୋଲି ସେ ଘୋଷଣା କରିବାର କିଛି ସମୟ ପରେ ଏକ କାନାଡୀୟ କମ୍ପାନୀ ମେଟା ମାର୍ଟେରିୟଲସ୍‌ ଇଙ୍କ୍‌ର ଶେୟାର ମୂଲ୍ୟ ଅଚାନକ ବଜାରରେ ବଢ଼ିଯାଇଥିଲା ବୋଲି ସୂଚନା ମିଳିଛି। ବର୍ତ୍ତମାନ ଲୋକେ ମେଟା ନାମରୁ ଏହି କମ୍ପାନୀର ଶେୟାରରେ ନିବେଶ କରିବା ଏପରି ପରିସ୍ଥିତି ସୃଷ୍ଟି କରିଛି। ଉକ୍ତ ସଂସ୍ଥାକୁ ଲୋକେ ଫେସ୍‌ବୁକ୍‌ର ରିବ୍ରାଣ୍ଡ ବୋଲି ଭାବି ନିବେଶ କରିବା ଯୋଗୁ ଅଚାନକ ଏହାର ଶେୟାର ମୂଲ୍ୟ ୨୬% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ବଜାର କାରବାରରେ ମେଟାର ଟିକର ନେମ୍‌ ଏମ୍‌ଏମ୍‌ଏଟିରେ ୪.୮% ପର୍ଯ୍ୟନ୍ତ କାରବାର ବଢ଼ି ଯାଇଥିବା କୁହାଯାଇଛି। ଫଳରେ କମ୍ପାନୀର ମାର୍କେଟ କ୍ୟାପିଟାଲ ଅଚାନକ ୧.୩ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। କମ୍ପାନୀର ରିବ୍ରାଣ୍ଡକୁ ନେଇ ଜୁକରବର୍ଗ ଏବେ ବେଶ୍‌ ଆଶାୟୀ ରହିଛନ୍ତି, ଏଥିରେ କେବଳ ଚର୍ଚ୍ଚା ଯୋଗୁ ପାଖାପାଖି ନାମ ଥିବା କମ୍ପାନୀର ଆର୍ଥିକ ଅଭିବୃଦ୍ଧି ଫେସ୍‌ବୁକ୍‌ ନିଶ୍ଚିତ ଆଶାଠୁ ବି ଅଧିକ ପାଇବେ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି। ଏହାର ରିବ୍ରାଣ୍ଡ ନେଇ ନିଜେ ଜୁକରବର୍ଗ ଶୁକ୍ରବାର ଫେସ୍‌ବୁକ୍‌ରେ ଏକ ଦୀର୍ଘ ପୋଷ୍ଟ କରିଛନ୍ତି, ଯାହା ପରଠାରୁ ସାରା ବିଶ୍ୱରେ ମେଟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାର ରିବ୍ରାଣ୍ଡ ସହ ଫେସ୍‌ବୁକ୍‌ର କାୟାକଳ୍ପ ହେବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ଜୁକରବର୍ଗ ଇଣ୍ଟରନେଟ୍‌ର ନୂତନ ଅଧ୍ୟାୟ ବୋଲି କହିଛନ୍ତି। ମେଟାର ପରିଭାଷିତ ଗୁଣମାନରେ ଏହା ଉପସ୍ଥିତିର ଭାବନା ସମ୍ପର୍କିତ ସହ କୌଣସି ପରିସ୍ଥିତି ସାମାଜିକ ପରିକଳ୍ପନା ବୋଲି କୁହାଯାଇଛି; ଯାହାକୁ ଜୁକରବର୍ଗ ତାଙ୍କ ମେଟା ଭର୍ସନରେ ବିଶ୍ୱର ଅଗଣିତ ୟୁଜରଙ୍କ ଲାଗି ଆଣିବାକୁ ଯାଉଛନ୍ତି। ଜୁକରବର୍ଗଙ୍କ ପୋଷ୍ଟ ପରେ ସାରା ବିଶ୍ୱରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିରେ ନିବେଶକ ମଧ୍ୟ ବେଶ୍‌ ଆଶାୟୀ ଥିବାର ଏମ୍‌ଏମ୍‌ଏଟିର କାରବାର ପ୍ରମାଣିତ କରୁଛି। ତେବେ ଖୁବ୍‌ ଶୀଘ୍ର ଜୁକରବର୍ଗ ତାଙ୍କ ୟୁଜରଙ୍କ ଲାଗି ମେଟାଭର୍ସ ଉପସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଯାହାକୁ ଏବେ ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri